Odisha news

ବଣିଆ ବନ୍ଧ ଜଙ୍ଗଲ ଭିତରୁ ଦୁଇଟି ଗଳିତ ଶବ ଉଦ୍ଧାର।କାରଣ ଅସ୍ପଷ୍ଟ।

0
ଆଠଗଡ଼ ତା ୨୩-୦୨-୨୩  ଆଠଗଡ଼  ଵନଖଣ୍ଡ ଖୁଣ୍ଟୁଣୀ ଵନାଞ୍ଚଳ ଅଧିନ ବଣିଆ ବନ୍ଧ ସଂରକ୍ଷିତ ଜଙ୍ଗଲ ମଧ୍ୟରେ ଜଣେ ମହିଳା ଓ ଜଣେ ପୁରୁଷଙ୍କର ଗଳିତ ଶବ ଠାବ ହୋଇଛି। ଏହା ଖୁଣ୍ଟୁଣୀ ଥାନା କି ଗୁରୁଡ଼ିଝାଟିଆ ସେ ନେଇ ଉଭୟ ଙ୍କ ମଧ୍ୟରେ ଇଲାକା ଚିହ୍ନଟ ପରେ ଶବ ବ୍ୟବଚ୍ଛେଦ ପାଇଁ ଯିବ । ସେ ଦୁହେଁ କିଏ ,ତାଙ୍କ ପରିଚୟ କଣ ଓ କେଉଁ କାରଣରୁ ଉଭୟଙ୍କ ମୃତ୍ୟୁ ଘଟିଛି ତାହା ବର୍ତ୍ତମାନ ରହସ୍ୟ ଘେରରେ ରହିଛି । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଶବ ଜବତ ଏବଂ ବ୍ୟବଚ୍ଛେଦ ପରେ ସମସ୍ତ ଘଟଣା ଜଣା ପଡିଯିବ ବୋଲି ସାଧାରଣରେ ଆଶା ପ୍ରକାଶ ପାଇଛି।ଶଵ ଦୁଇଟି ର ଅବସ୍ଥା ଦେଖିବା ପରେ ଏହି ଘଟଣାଟି ୪ରୁ ୫ ଦିନ ତଳର ହେବ ବୋଲି  ପୋଲିସ ସୂତ୍ରରୁ ଜଣାପଡିଛି।ତେବେ ମୃତ୍ୟୁ ର କାରଣ କ’ଣ, କିଏ ଓ କାହିଁକି ଆସି ଏଭଳି ଘଞ୍ଚ ଜଙ୍ଗଲରେ ମୃତ୍ୟୁ ବରଣ କରିଛି ନା ସେମାନଙ୍କୁ ହତ୍ୟା କରାଯାଇଛି ତାହା ଜଣାପଡିନାହିଁ। ତଦନ୍ତ ଆରମ୍ଭ ହେବା ପରେ ଏହା ସ୍ପଷ୍ଟ ହୋଇ ପାରିବ।ଘଟଣା ସ୍ଥଳରେ ଖୁଣ୍ଟୁଣୀ ଓ ଗୁରୁଡିଝାଟିଆ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।ତେବେ ମୃତଦେହ ନିକଟରୁ କିଛି ରାସାୟନିକ ବୋତଲ ଓ ମଦ ବୋତଲ ପଡ଼ିଥିବା ଦେଖିବାକୁ ମିଳିଛି ।ଶବ ଦୁଇଟି ଆଠଗଡ଼ ଡ଼ାକ୍ତରଖାନାକୁ ପଠାଯାଇଛି। ଆସନ୍ତା କାଲି ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପ୍ରକୃତ କାରଣ ଜଣାପଡିବ ବୋଲି ଗୁରୁଡିଝାଟିଆ ଥାନା ଅଧିକାରୀ ରଞ୍ଜନ କୁମାର ପ୍ରଧାନ ପ୍ରକାଶ କରିଛନ୍ତି।
Leave A Reply