Odisha news

ବୈତରଣୀ ବାମ ପାର୍ଶ୍ଵ କେନାଲ ନିର୍ଦ୍ଧାରିତ ସମୟରେ ଶେଷ ହେବା ପାଇଁ ଦିନ ରାତି କାର୍ଯ୍ୟ ଚାଲିଛି।

0
ଆନନ୍ଦପୁର :  ଆନନ୍ଦପୁର ବ୍ୟାରେଜ ବାମ ପାର୍ଶ୍ଵ କେନାଲ କାର୍ଯ୍ୟ ନିର୍ଦ୍ଧାରିତ ସମୟରେ ଶେଷ କରିବା ପାଇଁ ଓ କେନାଲରେ ପାଣି ଛଡାଯିବା ପାଇଁ ଏ ଆର୍ ଏସ ଏମ୍ କମ୍ପାନୀ ପକ୍ଷରୁ ଦିନରାତି ଦୁଇ ବେଳା କାର୍ଯ୍ୟ ଚାଲିଛି। ଏହି କେନାଲ କାର୍ଯ୍ୟ ଶେଷ ହେଲେ ଜୁନ ମାସ ସୁଦ୍ଧା କେନାଲରେ ପାଣି ଚାଲିବ ବୋଲି ସରକାରଙ୍କ ନିଷ୍ପତ୍ତି କରିଛନ୍ତି। ଏହା ଦ୍ବାରା ହଜାର ହଜାର ଚାଷୀ ଉପକୃତ ହୋଇପାରିବେ। ନିକଟରେ ମୂଖ୍ୟ ଶାସନ ସଚିବ ବୈତରଣୀ କେନାଲ ପରିଦର୍ଶନ କରିଥିବା ସହିତ କାର୍ଯ୍ୟର ସମୀକ୍ଷା କରିବା ପରେ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ ଚାଲିଥିବା ଅବଗତ ହୋଇଥିଲେ। ମୂଖ୍ୟ ନିର୍ମାଣ ଯନ୍ତ୍ରୀ ଅବିନାଶ ରାଉଳ କେନାଲ କାର୍ଯ୍ୟର ସମସ୍ତ ତଥ୍ୟ ମୂଖ୍ୟ ଶାସନ ସଚିବଙ୍କୁ ଅବଗତ କରାଇଥିଲେ। ଅଧିକ୍ଷଣ ଯନ୍ତ୍ରୀ କିଶୋର କର କାର୍ଯ୍ୟ ସ୍ଥଳରେ ଉପସ୍ଥିତ ରହି କାର୍ଯ୍ୟର ମାନ ତଦାରଖ କରୁଥିବା ଦେଖାଯାଇଛି । କମ୍ପାନୀର ବରିଷ୍ଠ ଅଧିକାରୀ ରନ୍ନାକର ବାରିକ ଓ ନିହାର ରଞ୍ଜନ ଦାସ ଉପସ୍ଥିତ ରହି କାର୍ଯ୍ୟ ତଦାରଖ କରୁଥିବା ଦେଖାଯାଇଛି।
Nalco
Leave A Reply