ନୂଆପଡ଼ା -୧୬/୩(ସୁରେନ୍ଦ୍ର ତିୱାରୀ ) ଆଜି ବହୁ ପ୍ରତିକ୍ଷୀତ ନୂଆପଡା ଜିଲ୍ଲା ଦର୍ଲିମୁଣ୍ଡା ଗ୍ରାମ ସ୍ଥିତ ହାଇସ୍କୁଲ ଖେଳ ପଡିଆ ଠାରେ ଜିଲ୍ଲା କବାଡି ଖେଳାଳି ସଙ୍ଘ ଓ ଜିଲ୍ଲା ରେଫରୀ ସଂଘ ଙ୍କ ତତ୍ତ୍ଵାବଧାନରେ ଜିଲ୍ଲା ରେ ପ୍ରଥମ ଥର ପାଇଁ ନୂଆପଡା କବାଡି ପ୍ରିମିୟର ଲିଗ୍ ର ଆରମ୍ଭ ହେଇ ଯାଇଛି । ଉଦଘାଟନୀ ଉତ୍ସବରେ ମୁଖ୍ୟଅତିଥି ଭାବରେ ପୂର୍ବତନ କଳାହାଣ୍ଡି ସାଂସଦ ବସନ୍ତ କୁମାର ପଣ୍ଡା ଖେଳ ଶୁଭାରମ୍ଭ କରି ଶୁଭ ଉଦଘାଟନ କରିଥିଲେ,ସମ୍ମାନିତ ଅତିଥି ଭାବରେ ଜିଲ୍ଲା କ୍ରୀଡ଼ା ଅଧିକାରୀ ରାଜେନ୍ଦ୍ର ପ୍ରସାଦ ବଢେଇ ,ଖରିଆରୋଡ ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷା ସୋନିଆ ଗୋଲ୍ଡି ଅଗ୍ରୱାଲ , ଜିଲ୍ଲା ପରିଷଦ ସଭ୍ୟ ଅବନୀରଞ୍ଜନ ଯୋଶୀ,ଦର୍ଲିମୁଣ୍ଡା ପଞ୍ଚାୟତ ସରପଞ୍ଚ ସନ୍ଧ୍ୟାରାଣି ମିର୍ଦ୍ଧା, ସମିତି ସଭ୍ୟ ଅଶୋକ କୁମାର ଦଣ୍ଡସେନା, ଗୋଲଡି ଅଗ୍ରୱାଲା , ଲଳିତ ଅଗ୍ରୱାଲ,ମାଧବ ପ୍ରସାଦ ସାହୁ, ଅମିତ୍ ଅହିର , ମୂରଲୀଧର ରାଉତ,ମିତ୍ରଭାନୁ ରାଉତ ପ୍ରମୁଖ ଯୋଗଦେଇ ଖେଳାଳୀ ମାନଙ୍କୁ ଉତ୍ସାହିତ କରିଥିଲେ।
ନୂଆପଡା କବାଡି ପ୍ରୀମିୟର୍ ଲିଗ୍ ରେ ଜିଲ୍ଲା ର ଆଠ ଗୋଟି ବଛା ବଛା କବାଡିଦଳ ରହିଛି ଓ ସମଗ୍ର ଜିଲ୍ଲା ର ଖେଳାଳି ମାନେ ମିଶି ଖେଳୁଛନ୍ତି । ନୂଆପଡା କବାଡି ପ୍ରୀମୀୟର ଲିଗ, ପ୍ରୋ କବାଡି ଲିଗ ଭଳି ଖେଳା ଯାଉଛି ବୋଲି ଜିଲ୍ଲା ଖେଳାଳି ସଂଘ ସଭାପତି ହରିଶ କୁମାର ଆହୀର ପ୍ରକାଶ କରିଛନ୍ତି। ଏଥିରେ ଅଫିସିଆଲ୍ ମାନଙ୍କର ମୁଖ୍ୟ ଭୂମିକା ଅଛି ବୋଲି ସମ୍ପାଦକ ଦେବେନ୍ଦ୍ର ବାରିକ ତାଙ୍କ ବକ୍ତବ୍ୟ ରେ ପ୍ରକାଶ କରିଛନ୍ତି। ରେଖରାମ ଦଣ୍ଡସେନା, ଗଣେଶ ପ୍ରସାଦ ରାଉତ,ପ୍ରକାଶ ମିଶ୍ର,ଗୋକୁଳ ଦଣ୍ଡସେନା,ଚମନ ରାଉତ, ଯଶୋବନ୍ତ ସେନାପତି, ରିଙ୍କି ଦଣ୍ଡସେନା , ପ୍ରେମଶଙ୍କର ସାହୁ, ଜିବନ ଲାଲ ନାୟକ, ଦିନେଶ ସତନାମି, ଭାରତ ପ୍ରଧାନ, ବାବୁଲାଲ ବରିହା ସମେତ ସମସ୍ତ ରେଫରି ମାନଙ୍କ ସହଯୋଗ ଓ ପ୍ରତ୍ୟକ୍ଷ ତତ୍ବାବଧାନରେ ମ୍ୟାଚ୍ ଗୁଡ଼ିକ ପରିଚାଳିତ ହେଉଛି । ପ୍ରଥମ ମ୍ୟାଚ୍ ଉମେଶ ୟୁ ମମ୍ବା ଓ ଆର୍ଯ ଯୋଦ୍ଧା ମଧ୍ୟରେ ରୋମଞ୍ଚକ୍ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା । ମ୍ୟାଚ୍ ରେ ଉମେଶ ୟୁ ମୂମ୍ବା ବିଜୟ ହେଇଥିଲେ । କବାଡି ପ୍ରତିଯୋଗୀତା ଆରମ୍ଭ ପୂର୍ବରୁ ଗ୍ରାମ୍ୟ ଦେବତାଙ୍କ ପୂଜାର୍ଚ୍ଚନା ସହିତ ଏକ ବିଶାଳ ମଶାଲ ଯାତ୍ରା ମାଧ୍ୟମରେ ଗ୍ରାମ୍ୟ ପରିକ୍ରମା ଆୟୋଜକମାନଙ୍କ ଦ୍ବାରା କରାଯାଇଥିଲା । ଅଞ୍ଚଳ ର ଖେଳ ପ୍ରେମି, ଗ୍ରାମବାସୀ, ଗ୍ରାମର ଯୁବଗୋଷ୍ଠୀ,କ୍ରୀଡ଼ାପ୍ରେମୀ ଦର୍ଶକମାନେ କବାଡି ଖେଳ ର ଭରପୁର ମଜା ନେଇ ଖେଳାଳି ମାନଙ୍କୁ ଉତ୍ସାହିତ କରୁଛନ୍ତି। ନୂଆପଡ଼ା କବାଡି ପ୍ରୀମିୟର ଲିଗ ତିନିଦିନ ବ୍ୟାପି ହେବ। ଗୋକୁଳରାମ ଦଣ୍ଡସେନା ଏବଂ ଯଶୋବନ୍ତ ସେନାପତି ମଞ୍ଚ ସଞ୍ଚାଳନ କରିଥିଲେ ।ଏହି ଲିଗ୍ ମ୍ୟାଚରେ ୮ଟି ଦଳ ଯଥା ଆରଣ୍ୟ ଯୋଦ୍ଧା,ବିନ୍ଝାଲ୍ ୱରିଅରସ୍,ଉମେଶ ୟୁ ମୁମ୍ବା,ଗୋଡୱନା ପେନ୍ଥର୍ସ,ସାହୁ ବ୍ରଦର୍ସ,ନୂଆପଡା ୟୁଥ୍ ୱରିଅର୍ସ ,ସୁନାବେଡା ଫାଇଟର୍ସ ଓ ମାଧବ ଚ୍ୟାଲେଞ୍ଜର୍ସ ପରଷ୍ପର ପରଷ୍ପର ମଧ୍ୟରେ ଖେଳିବାର ସୁଯୋଗ ପାଇବେ ।ଶଙ୍କର ସତନାମୀ, ଦିନେଶ ସତନାମୀ,ଦେଓ,ଚୈତନ୍ୟସାହୁ, ବାବୁଲାଲ ବରିହା ରାଜୁ,ଦେବେନ୍ଦ୍ର,ପ୍ରବୀଣ ଆରଣ୍ୟ ପ୍ରମୂଖ ଖେଳ ଆୟୋଜନ ଏବଂ ପରିଚାଳନା ରେ ସହଯୋଗ କରିଛନ୍ତି।