Odisha news

ତଳି ପାଦ ରେ ସୋରିଷ ତେଲ ମାଲିସ କରିବାର ୫ଟି ଅଦ୍ଭୁତ ସ୍ୱାସ୍ଥ୍ୟଗତ ଲାଭ

0

ରୋଷେଇ ପାଇଁ ଆମେ ପ୍ରାୟ ସମସ୍ତେ ସୋରିଷ ତେଲର ପ୍ରୟୋଗ କରିଥାଉ l ସୋରିଷ ତେଲ ସ୍ୱାସ୍ଥ୍ୟ ପକ୍ଷରେ ଖୁବ ହିତକର l ସୋରିଷ ତେଲରେ ମୋନୋଅନ ସାଚୁରେଟେଡ଼ ଫ୍ୟାଟି ଏସିଡ, ପୋଲି ଅନ ସାଚୁରେଟେଡ଼ ଫ୍ୟାଟି ଏସିଡ, ଓ଼ମେଗା 3ଓ 6 ଭଳି ସାଚୁରେଟେଡ଼ ଫ୍ୟାଟ ରହିଥାଏ l ସୋରିଷ ତେଲ କେବଳ ସ୍ୱାସ୍ଥ୍ୟ ପକ୍ଷରେ ହିତକର ନୁହେଁ, ବରଂ ଶରୀରରେ ମାଲିସ କରିବା ମଧ୍ୟ ହୋଇଥାଏ ହିତକର l

ଯଦି ଆପଣ ନିୟମିତ ତଳିପାଦ ରେ ସୋରିଷ ତେଲ ମାଲିସ କରିବେ ତେବେ ଏହାଦ୍ୱାରା ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଅନେକ ସମସ୍ୟା ଦୂର ହୋଇଥାଏ l

– ଭଲ ନିଦ ହୋଇଥାଏ :
ଅନିଦ୍ରାରୁ ଆରାମ ପାଇବା ପାଇଁ ପାଦ ତଳେ ସୋରିଷ ତେଲ ମାଲିସ କରିବା ନିହାତି ଜରୁରୀ l ଯଦି ରାତିରେ ଶୋଇବା ପୂର୍ବରୁ ଆପଣ ନିୟମିତ ସୋରିଷତେଲ ପାଦ ତଳେ ମାଲିସ କରି ଶୋଇବେ ତେବେ ଥକାପଣ ଦୂର ହେବ ଓ ଭଲ ନିଦ ହେବ l

– ମହିଳା ମାନଙ୍କର ଅନେକ ସମସ୍ୟା ଦୂର ହୋଇଥାଏ :
ପାଦତଳେ ସୋରିଷ ତେଲ ମାଲିସ କରିବା ଦ୍ୱାରା ମାସିକ ଧର୍ମ ସମୟରେ ସମସ୍ତ ଯନ୍ତ୍ରଣାରୁ ଆରାମ ମିଳିଥାଏ l ଏହାଛଡା ପିରିୟ୍ଡ଼ସ ଠିକ ଭାବରେ ହୋଇଥାଏ l

– ମାନସିକ ସ୍ୱାସ୍ଥ୍ୟ ଠିକ ରହିଥାଏ :
ପାଦତଳେ ସୋରିଷ ତେଲ ଲଗାଇବା ଦ୍ୱାରା ମାନସିକ ଉତେଜନା, ଚିନ୍ତା, ଅନିଦ୍ରା, ଭଳି ଅନେକ ସମସ୍ୟା ଦୂର ହୋଇଥାଏ l ଏହା ଆପଣଙ୍କ ମନକୁ ଶାନ୍ତ ରଖିବା ସହିତ ମାନସିକ ଚାପ ଦୂର କରିଥାଏ l

– ଶରୀରରେ ରକ୍ତ ସଂଚାଳନ ଠିକ ଭାବରେ ହୋଇଥାଏ :
ପୂର୍ବରୁ ଆୟୁର୍ବେଦ ରେ ସୋରିଷ ତେଲ ମାଲିସ କରିବା ଦ୍ୱାରା ଶରୀରରେ ରକ୍ତ ସଞ୍ଚାଳନ ଠିକ ଭାବରେ ହୋଇଥାଏ ଓ ବିଭିନ୍ନ ରୋଗରୁ ଆରାମ ମିଳିଥାଏ l ଯେପରିକି ହାର୍ଟ ସୁସ୍ଥ ରହିଥାଏ, ହାଡ଼ ମଜବୁତ ହୋଇଥାଏ l

– ପେଟ ସୁସ୍ଥ ରହିଥାଏ :
ପାଦତଳେ ତେଲ ମାଲିସ କରିବା ଦ୍ୱାରା ବାତ ଦୋଷ ଦୂର ହୋଇଥାଏ ଏହା ପେଟ ସମ୍ବନ୍ଧୀୟ ବିଭିନ୍ନ ସମସ୍ୟା ଦୂର ହୋଇଥାଏ l ଯେପରିକି ଗ୍ୟାସ, ଏସିଡ଼ିଟି, କୋଷ୍ଠ କାଠିନ୍ୟ ଭଳି ସମସ୍ୟା ଠିକ ହୋଇଥାଏ l

Leave A Reply