Odisha news

କୁଖ୍ୟାତ ହାତୀ ଦାନ୍ତ ବେପାରୀ ଗିରଫ।

0

ଆଠଗଡ ତା ୧୨-୦୮-୨୨ ଆଜି ଆଠଗଡ଼ ଵନ ବିଭାଗ ପକ୍ଷରୁ ଜଣେ ହାତୀ ଦାନ୍ତ ବେପାରୀ କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ବେପାରୀ ଜଣକ ହେଲେ ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ଅନ୍ତର୍ଗତ ଦକ୍ଷିଣ ପାରିକ୍ଷେତ ଗ୍ରାମ ର ଏସ କେ ଜବାର ଙ୍କ ପୁଅ ଏସ୍ କେ ରଜାକ। ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ଗତକାଲି ଆଠଗଡ଼ ଵନ ବିଭାଗ ଖୋର୍ଦ୍ଧା ବନଖଣ୍ଡ କର୍ମଚାରୀ ଏବଂ ଖୋର୍ଦ୍ଧା ପୋଲିସ ସହାୟତାରେ ତାକୁ ନିଜ ଘରୁ ଗିରଫ କରିଥିଲେ। ଜେରା ବେଳେ ସେ ବଡ଼ମ୍ବା ଅଞ୍ଚଳ ରୁ ହାତୀ ଦାନ୍ତ ନେଇ ପଶ୍ଚିମ ବଙ୍ଗର କୋଲକତା ଅଞ୍ଚଳ ରେ ବିକ୍ରି କରୁଥିବା ସ୍ବୀକାର କରିଛି। ଅନ୍ୟ ପକ୍ଷରେ ଏଥିରେ ସଂପୃକ୍ତ ଆଉ କିଛି ଲୋକ ମାନଙ୍କ ନାମ ପ୍ରକାଶ କରିଥିବା ଏବଂ ଆଠଗଡ଼ ବନଖଣ୍ଡ ଅଞ୍ଚଳ ର ଅନ୍ୟାନ୍ୟ ଜାଗା ରୁ ମଧ୍ୟ ହାତୀ ଦାନ୍ତ ନେଇ ବାହାରକୁ ଚାଲାଣ କରୁଥିବା ବନଖଣ୍ଡ ଅଧିକାରୀ ସୁଦର୍ଶନ ଗୋପୀନାଥ ଜାଦଵ ସୂଚନା ଦେଇଛନ୍ତି। ଅଭିଯୁକ୍ତ ରଜାକ କୁ ଆଜି କୋର୍ଟ ଚାଲାଣ କରା ଯାଇଥିବା ବେଳେ ତା’ର ସୂଚନା ଆଧାରରେ ଅନ୍ୟ ଅଭିଯୁକ୍ତ ମାନଙ୍କୁ ଖୁବ ଶୀଘ୍ର ଗିରଫ କରାଯିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।

Leave A Reply