Odisha news

କ୍ଷୀରଗାଡି ସହିତ ବାଇକ୍ ଧକ୍କା।ଜଣେ ଗୁରୁତର ସାପୁଆନଦୀରେ ପଡି ଦୁଇ ନିଖୋଜ।

0
ଆଠଗଡ:୧୨-୮-୨୨ ଆଠଗଡ ଥାନା ଅନ୍ତର୍ଗତ ସାପୁଆନଦୀ ବ୍ରିଜ ଉପରେ ଏକ କ୍ଷୀର ଗାଡି ଭାରସାମ୍ୟ ହରାଇ ଲଗାତାର ଦୁଇଟି ଦୁର୍ଘଟଣା ଘଟାଇଥିବା ଜଣାପଡିଛି।ଏଥିରେ ଜଣେ ଗୁରୁତର ଆହତ ହୋଇଥିବା ବେଳେ ଦୁଇଜଣ ସାପୁଆନଦୀ କୁ ଖସିପଡି ନିଖୋଜ ହୋଇଯାଇଥିବା ଜଣାପଡିଛି।ଆଠଗଡ ପଟୁ ଖୁଣ୍ଟୁଣୀ ଆଡେ ଯାଉଥିବା  କ୍ଷୀର ଗାଡିଟି ପ୍ରଥମେ ଜଣେ ଏକ୍ସଲ ଆରୋହୀଙ୍କୁ ଧକ୍କା ଦେବା ଫଳରେ ସେ ଗୁରୁତର  ଆହତ ହୋଇଛନ୍ତି। ଆହାତ ଜଣଙ୍କ ହେଲେ ଆଠଗଡ ଥାନା ଇଶ୍ବରା ଗ୍ରାମର ସୁନୀଲ କୁମାର ଦାସ(୨୮) ପରେ କ୍ଷୀର ଗାଡିଟି ଭାରସାମ୍ୟ ହରାଇ ଆଠଗଡ ଆଡକୁ ଆସୁଥିବା ଗୋବରା ପ୍ରାଇମେରୀ ସ୍କୁଲର ପ୍ରଧାନଶିକ୍ଷକ ପିବିତ୍ର ମୋହନ ରାଉଳ ଏବଂ ତାଙ୍କ ସହ ଆସୁଥିବା ଅନ୍ଯଜଣେ ଲୋକ (ଯାହାଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳିପାରିନାହିଁ) ଙ୍କୁ  ଧକ୍କା ଦେବା ଫଳରେ ଉଭୟ ସାପୁଆନଦୀ କୁ ଛିଟିକି ପଡିଥିବା ପ୍ରତ୍ୟକ୍ଷଦର୍ଶୀଙ୍କ ସୂତ୍ରରୁ ଜଣାପଡିଛି।ଲଗାଣ ବର୍ଷା ଫଳରେ ସାପୁଆନଦୀ ରେ ପାଣି ଆସିଥିବାରୁ ଉଭୟ ସେଥିରେ ଭାସି ଯାଇଥିବା ଅନୁମାନ କରାଯାଉଛି।ଖବର ପାଇ ଆଠଗଡ ପୋଲିସ ଓ ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଖୋଜାଖୋଜି କରୁଥିଲେ ।
Leave A Reply