Odisha news

ଭେଜିଟେବୁଲ ଟ୍ରେଡର୍ସ ଅର୍ଗାନାଇଜେନ ପକ୍ଷରୁ ମାଗଣା ଖାଦ୍ୟ ବଣ୍ଟନ

0

ଭଦ୍ରକ,୩୧ ।୦୫(ଜିପ୍ର): ଭଦ୍ରକ ଭେଜିଟେବୁଲ ଟ୍ରେଡର୍ସ ଅର୍ଗାନାଇଜେସନ ପକ୍ଷରୁ କରୋନା ପାଇଁ ଚାଲିଥିବା ଲକ୍‍ଡାଉନ ଓ ସର୍ଟଡାଉନ ସମୟରେ ରନ୍ଧାଖାଦ୍ୟ ବଣ୍ଟନ କରାଯାଇଛି । ବୁଧବାର ହାଟ ଓ ଜେନାସାହିରେ ବସବାସ କରୁଥିବା ଅସହାୟ ଓ ଗରିବଲୋକଙ୍କୁ ପ୍ରାୟ ୧ହଜାରରୁ ଅଧିକ ଖାଦ୍ୟ ପୁଡିଆ ବଣ୍ଟନ କରାଯାଇଛି । ଶୁଖିଲା ଖାଦ୍ୟ ପୁଡିଆ ମଧ୍ୟ ସଙ୍ଗଠନ ପକ୍ଷରୁ ବଣ୍ଟନ କରାଯାଇଛି । ସେହିଭଳି ନିକଟରେ ମୁସଲମାନ ସଂପ୍ରଦାୟର ପବିତ୍ର ଇଦ-ଉଲ୍ଲ-ଫିତର ପର୍ବରେ ଏକ ନିଆରା ଢଙ୍ଗରେ ଭେଜିଟେବୁଲ ଟ୍ରେଡର୍ସ ଅର୍ଗାନାଇଜେନସ ପକ୍ଷରୁ କରାଯାଇଛି ।

ସକାଳେ ଚାରିଘରିଆ ସ୍ଥିତ “ବାସିଲ୍ୟ’ଅନାଥ ଆଶ୍ରମର କୁନିକୁନି ପିଲାମାନଙ୍କୁ ଖାଦ୍ୟ, ମିଠା ଓ ଖେଳନା ବଣ୍ଟନ କରାଯାଇ ସେମାନଙ୍କ ମୁହଁରେ ହସ ଆଣିବାକୁ ପ୍ରୟାସ କରାଯାଇଥିଲା । ଏହିଦିନ ସନ୍ଧ୍ୟାରେ ପୁରୁଣାବଜାର ସ୍ଥିତ ଜାମା ମସଜିଦ ମାଦ୍ରାସା କଦ୍ରି୍ରଆ ହବିବୟାରେ ଅଧ୍ୟୟନରତ ପିଲାମାନଙ୍କୁ ନୂଆ ବସ୍ତ୍ର ଓ ରନ୍ଧାଖାଦ୍ୟ ପ୍ରଦାନ କରାଯାଇଥିଲା । ଏହି ସବୁ କାର୍ଯ୍ୟକ୍ରମକୁ ସାମାଜିକ ଦୂରତା ରକ୍ଷା କରି ଓ ମୁହଁରେ ମାକ୍ସ ପିନ୍ଧି ସଙ୍ଗଠନର କର୍ମକର୍ତ୍ତାମାନେ କରିଥିଲେ । ଏହି କାର୍ଯ୍ୟକ୍ରମରେ ମାଦ୍ରାସା ସଭାପତି ଜନାବ ଅଫଜଲ ହୋସେନ ଖାଁ, ସମ୍ପାଦକ ଇଂ.ହବିବୁଲ୍ଲା ସାହେବ ଓ କାର୍ଯ୍ୟକାରୀ ସମ୍ପାଦକ ଜନାବ ମଇରାଜୁଦ୍ଦିନ ସାର୍‍ଙ୍କ ସମେତ ମାଦ୍ରାସର ୨ଶିକ୍ଷକ-ଜନାବ କାରି ମୋବାସ୍ୱିର ସାହେବ ଓ ହାଫିଜ ଫୈଜାନ ସାହେବ ଙ୍କୁ ସଙ୍ଗଠନ ପକ୍ଷରୁ ସମ୍ବର୍ଧିତ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମକୁ ମୁସ୍ତାକ ଗୌହର ସଂଯୋଜନା କରିଥିଲେ ଓ ଭଦ୍ରକ ଭେଜିଟେବୁଲଲ ଟ୍ରେଡର୍ସ ଅର୍ଗାନାଇଜେନସର ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ ।

Leave A Reply