ଡେଲାଙ୍ : ଡେଲାଙ୍ଗ ବ୍ଳକ ଅନ୍ତର୍ଗତ ବେରବୋଇ ଗ୍ରାମ ପଞ୍ଚାୟତ ପକ୍ଷରୁ ବେରବୋଇ ସରକାରୀ ଉଚ୍ଚ ବିଦ୍ୟାଳୟରେ କରାଯାଇଥିବା ସଗଂରୋଧ ଗୃହରୁ ୧୭ଜଣ ପ୍ରବାସୀ ଓଡିଆ ନିଜ ଘରକୁ ଫେରିଛନ୍ତି । ଏମାନେ ଏଠାରୁ ଗଲା ପରେ ମଧ୍ୟ ସାତଦିନ ନିଜ ନିଜ ଘରେ ସଂଗରୋଧ ଗୃହରେ ରହିବା ପାଇଁ ସେମାନଙ୍କୁ ସ୍ଥାନୀୟ ସରପଞ୍ଚ ଜ୍ୟୋତିମୟୀ ସ୍ୱାଇଁ ପରମାର୍ଶ ଦେଇଛନ୍ତି । ପ୍ରବାସୀ ଓଡିଆ ମାନେ ମହାରାଷ୍ଟ୍ର, କର୍ଣ୍ଣାଟକ, ତେଲେଙ୍ଗାନା, ତାମିଲୁନାଡୁ, କେରଳ ଓ ଆନ୍ଦ୍ର ପ୍ରଦେଶ ସହିତ ଅନ୍ୟ ରାଜ୍ୟରୁ ଆସିଥିବା ଜଣାପଡିଛି ।
ଏମାନେ ସରକାରଙ୍କ କୋଭିଡ-୧୯ ଆଇନକୁ ମାନି ଚଳିଥିଲେ । ଏହି କେନ୍ଦ୍ରରେ କରୋନା ଯୋଦ୍ଧା ଭାବେ ସରପଞ୍ଚ ଜ୍ୟୋତିମୟୀ ସ୍ୱାଇଁ, ସଂଗରୋଧ ଗୃହର ଇନିଚାର୍ଯ୍ୟ ଚିତ୍ରପଳା ନାୟକ, ବେରବୋଇ ହାଇସ୍କୁଲର ପ୍ରଧାନ ଶିକ୍ଷକ ପ୍ରକାଶ ଚନ୍ଦ୍ର ସାହୁ, , ଶିକ୍ଷକ ରବୀନ୍ଦ୍ର ନାଥ ବେହେରା, ପ୍ରମୋଦ କୁମାର ବେହେରା, ଅଙ୍ଗନୱାଡି କର୍ମୀ ସବିତା ବିଶ୍ୱାଳ, ମନୋରମା ଦେବୀ, ଶୁଭପିୟା ଦାସ, ଆଶା ଦିଦି ବାସନ୍ତୀ ମହାପାତ୍ର, ପୁଷ୍ପଲତା ସେଠୀ, ପିତମ୍ବରୀ ପ୍ରଧାନ, ଜିତା ସ୍ୱାଇଁ , ସ୍ୱାସ୍ଥ୍ୟ କର୍ମୀ ଓ ସ୍ୱେଚ୍ଛାସେବୀ ମାନେ କେନ୍ଦ୍ରରେ ଉପସ୍ଥିତ ରହି କେନ୍ଦ୍ର ପରିଚାଳନା କରିଥିଲେ ।
ପ୍ରବାସୀ ଓଡିଆମାନେ ଏଠାରୁ ବିଦାୟ ନେବା ସମୟରେ ସେମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । ପ୍ରବାସୀ ଓଡିଆ ମାନେ କେନ୍ଦ୍ରରୁ ବିଦାୟ ନେବା ସମୟରେ ସନ୍ତୋଷ ପ୍ରକାଶ କରିଥିଲେ । ପ୍ରବାସୀ ଓଡିଆ ମାନଙ୍କ ଆକାଉଣ୍ଟକୁ ଦୁଇ ହଜାର ଟଙ୍କା ପ୍ରଦାନ କରାଯିବ ବୋଲି ଜଣାପଡିଛି