ବର୍ଷା ଋତୁରେ ବିଭିନ୍ନ ଜିନିଷ ଯେପରିକି ଅଟା , ସୁଜି , ବେସନ , ମଇଦା ଇତ୍ୟାଦିରେ ପୋକ ଲାଗି ଥିବାର ଦେଖିବାକୁ ମିଳିଥାଏ । ବର୍ଷା ଋତୁରେ ଛୋଟ ଛୋଟ ଧଳା ପୋକ ଏହିସବୁ ଜିନିଷ ରେ ହୋଇ ଥାଆନ୍ତି।
ବେଳେ ବେଳେ ବିନା ବର୍ଷରେ ମଧ୍ୟ ଦେଖିବାକୁ ମିଳିଥାଏ । ତେଣୁ କିଛିଟା ଘରୋଇ ଉପାୟ ଆପଣାଇ ଆମେ ଏହିସବୁ ପୋକ ଦାଉରୁ ଖାଦ୍ୟକୁ ରକ୍ଷା କରି ପାରିବା ।
* ବର୍ଷା ଋତୁରେ ଖାଦ୍ୟ ପଦାର୍ଥ କୁ ପୋକ ନିକଟରୁ ରକ୍ଷା କରିବା ପାଇଁ ଡବା ରେ ଲିମ୍ବ ପତ୍ର କିମ୍ବା ତେଜପତ୍ର ପକାଇ ରଖନ୍ତୁ ପୋକ ଲାଗିବ ନାହିଁ । ଲିମ୍ବ ପତ୍ରରେ ଆଣ୍ଟି ବ୍ୟାକ୍ଟେରିଆ ଗୁଣ ରହିଛି ।
* ସୁଜି , ମଇଦା ଇତ୍ୟାଦିକୁ ପୋକ ନିକଟରୁ ରକ୍ଷା କରିବା ପାଇଁ ପୁଦିନା ପତ୍ରକୁ ଡବା ଭିତରେ ପକାଇବା ଦ୍ଵାରା ଖାଦ୍ୟ ପଦାର୍ଥ ସୁରକ୍ଷିତ ରହିବ ।
* ବର୍ଷା ଋତୁରେ ଖାଦ୍ୟ ସୁରଖିତ ରଖିବା ପାଇଁ ଏୟାର ଟାଇଟ୍ ଡବା ବ୍ୟବହାର ମଧ୍ୟ କରିପାରିବେ । ଏହାଦ୍ବାରା ସେଥିରେ ମାଇଶ୍ଚର୍ ହୋଇ ନଥାଏ ଓ ଜିନିଷ ସୁରକ୍ଷିତ ରହିଥାଏ ।
* ଯଦି ଆପଣ ଦୀର୍ଘ ସମୟ ପର୍ଯ୍ୟନ୍ତ ଖାଦ୍ୟ ସସ୍ୟକୁ ସୁରକ୍ଷିତ ରଖିବା ପାଇଁ ଚାହୁଁଛନ୍ତି ତେବେ ଫ୍ରିଜ ରେ ରଖିପାରିବେ । ଫ୍ରୀଜ ରେ ରଖିବା ଦ୍ଵାରା ପୋକ ଲାଗି ନଥାଏ ।
* ଆପଣ ଏହି ଖାଦ୍ୟ ଶସ୍ୟ ମଧ୍ୟରୁ କିଛିଟା ଜିନିଷକୁ ଚାହିଁଲେ ଭାଜି କି ମଧ୍ୟ ରଖି ପାରିବେ । ଏଭଳି ରଖିବା ଦ୍ଵାରା ଏହା ଅନେକ ଦିନ ପର୍ଯ୍ୟନ୍ତ ସୁରକ୍ଷିତ ରହିବ ।
Comments are closed.