Odisha news

ବନ୍ତଳା : ଲକ୍ ଡାଉନ ରେ ଜୀବିକା ହରାଇଥିବା ଅସହାୟ ଲୋକଙ୍କୁ ରନ୍ଧା ଖାଦ୍ୟ ପ୍ରଦାନ

0

ବନ୍ତଳା: ମହାମାରୀ କରୋନା ଯୋଗୁଁ ସମଗ୍ର ଦେଶରେ ଲକ୍ ଡାଉନ୍ ହୋଇଯାଇଛି । ଏହି ଲକ୍ ଡାଉନ୍ ଫଳରେ ବହୁ ଅସହାୟ ଲୋକ ଖାଦ୍ୟ ନପାଇ ହନ୍ତସନ୍ତ ହେଉଥିବା ଦେଖାଯାଇଛି । ଫଳରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନକ୍ରମେ ଯୁବ ବିଜେଡି ସଭାପତି ଦିନେଶ ପ୍ରଧାନଙ୍କ ନେତୃତ୍ୱରେ ଅନୁଗୁଳ ମ୍ୟୁନିସିପାଳିଟ ଓ ବ୍ଲକର ବିଭିନ୍ନ ଯାଗାରେ ୧୨ ଦିନ ଧରି ଅସହାୟ ମାନଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଇଛି ।

ଗୁରୁବାର ଦିନ ଅନୁଗୁଳ ବ୍ଲକ ବସଲା ପଚାଂୟତ ଲୋକେଇପଶି ଗ୍ରାମର ହରିଜନ ସାହିରେ ଅନୁଗୁଳ ବ୍ଲକ ଉପାଧ୍ୟକ୍ଷା ମମତା ପ୍ରଧାନଙ୍କ ଉପସ୍ଥିତିରେ ସାମାଜିକ ଦୂରତା ରକ୍ଷା କରି ଲୋକ ମାନଙ୍କୁ କରୋନା ସଚେତନତା ସମ୍ପର୍କରେ ବୁଝାଇବା ସହିତ ମାସ୍କ ବାଟିଂବା ସହ ଶୁଖିଲା ଖାଦ୍ୟ ସାମଗ୍ରୀ ଓ ରନ୍ଧା ଖାଦ୍ୟ ପ୍ରଦାନ କରାଯାଇଥିଲା ।

ଏହି ସବୁ କାର୍ଯ୍ୟକ୍ରମରେ ସପେନ୍ଦ୍ର ସାହୁ, ସୁଧିର କୁମାର ନାୟକ, ନାଏବ ସରପଚଂ ଅଲିଭା ସାହୁ, ଯୁବ ବାହିନୀ ସଭାପତି ଗଣେଶ୍ୱର ସାହୁ, ଅନ୍ତର୍ଯ୍ୟାମୀ ପ୍ରଧାନ, ରାହୁଲ ପ୍ରଧାନ ଓ ମୃତ୍ୟୁଜଂୟ ସାହୁ ପ୍ରମୁଖ ସହଯୋଗ କରିଥିଲେ ।

Leave A Reply