Odisha news

ଭଦ୍ରକ : ଡ୍ରୋନ୍ ଯୋଗେ ବାସୁଦେବପୁର ବ୍ଲକର କଣ୍ଟେନମେଣ୍ଟ ଜୋନ ନୀରିକ୍ଷଣ , ୨୯୧୮ ସ୍ୱାବ ରିପୋର୍ଟରୁ ୨୮୯୯ ନେଗେଟିଭ

0

ଭଦ୍ରକ :ଭଦ୍ରକ ଜିଲ୍ଲାରୁ ନିୟମିତ ସ୍ୱାବ ସଂଗ୍ରହ ଜାରି ରହିଛି । ବିଭିନ୍ନ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତି, ପଶ୍ଚିମବଙ୍ଗରୁ ଫେରି କ୍ୱାରେଣ୍ଟାଇନରେ ରହିଥିବା ପ୍ରବାସୀ ଭଦ୍ରକବାସୀ ଏବଂ ସର୍ଭେଇଲାନ୍ସ ଜୋନ ଅଞ୍ଚଳରୁ ସନ୍ଦିଗ୍ଧ ବ୍ୟକ୍ତିମାନଙ୍କ ଠାରୁ ସଂଗୃହିତ ସ୍ୱାବ ଟେଷ୍ଟ ରିପୋର୍ଟ ଜିଲ୍ଲା ପ୍ରଶାସନର ହସ୍ତଗତ ହୋଇଛି । ଏ ଯାବତ୍ ପଠା ଯାଇଥିବା ସ୍ୱାବ ମଧ୍ୟରୁ ୨୯୧୮ ସ୍ୱାବ ଟେଷ୍ଟ ରିପୋର୍ଟ ଆସିଛି । ସେଥିମଧ୍ୟରୁ ମାତ୍ର ୧୯ଟି ପଜିଟିଭ୍ ବାହାରିଥିବା ବେଳେ ବାକି ୨୮୯୯ ସ୍ୱାବ ନେଗେଟିଭ ଆସିଛି । ପଜିଟିଭ୍ ୧୯ଟି ମଧ୍ୟରୁ ୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଫେରିଛନ୍ତି । ଏମାନଙ୍କ ବ୍ୟତୀତ ଜିଲ୍ଲାର ବିଭିନ୍ନ କ୍ୱାରେଣ୍ଟାଇନ କେନ୍ଦ୍ରରେ ସ୍ୱାବ ଗ୍ରହଣ କରାଯାଇଥିବା ବ୍ୟକ୍ତିଙ୍କ ବ୍ୟତୀତ ଅନ୍ୟ ସନ୍ଦିଗ୍ଧଙ୍କୁ ରଖାଯାଇଛି । ସେମାନଙ୍କ ସ୍ୱାବ ମଧ୍ୟ ସଂଗ୍ରହ କରାଯାଉଛି । ଜିଲ୍ଲାର କଣ୍ଟେନମେଣ୍ଟ ଜୋନ ଗୁଡିକ ଉପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ତୀକ୍ଷ୍ଣ ନଜର ରଖାଯାଇଛି । ଡ୍ରୋନ କ୍ୟାମେରା ମାଧ୍ୟମରେ ସ୍ଥିତି ନୀରିକ୍ଷଣ ଚାଲିଛି ।

ଆଜି ବାସୁଦେବପୁର ବ୍ଲକ ଅଞ୍ଚଳର କଣ୍ଟେନମେଣ୍ଟ ଜୋନ ଉପରେ ଡ୍ରୋନ କ୍ୟାମେରା ମାଧ୍ୟମରେ ସ୍ଥିତି ନୀରିକ୍ଷଣ କରାଯାଇଥିଲା । ବାସୁଦେବପୁର ବ୍ଲକର କଣ୍ଟେନମେଣ୍ଟ ଜୋନ ୧ପଦ୍ମପୁର ପଞ୍ଚାୟତର ପଦ୍ମପୁର, ରୁକୁଣାଦେଇପୁର, କପାଗଡିଆ ଗ୍ରାମ, ଲୁଙ୍ଗା ପଞ୍ଚାୟତର ଉରୁଣିଆ ଓ ଲୁଙ୍ଗା ଗ୍ରାମ, ସୁଗୋ ପଞ୍ଚାୟତର କାଞ୍ଜିଖିଆ ଓ କଲ୍ୟାଣପୁର ଗ୍ରାମ ଏବଂ ଏଡତାଳ ପଞ୍ଚାୟତର ଏଡତାଳ ଗ୍ରାମ । କଣ୍ଟେନମେଣ୍ଟ ଜୋନ ନଂ ୨ରେ ଖରିଦା ବିନାୟକପୁର ପଞ୍ଚାୟତର ଖରିଦାବିନାୟକପୁର, ବେଲ ସାଉଁଳିଆ, ବଗଦା ବିନାୟକପୁର ଗ୍ରାମ, ଗୁଆଗଡିଆ ପଞ୍ଚାୟତର କମାରଗାଁ ଓ ଚିରୋଳ ଗ୍ରାମ । କଣ୍ଟେନମେଣ୍ଟ ଜୋନ ନଂ ୩ରେ ଲକ୍ଷ୍ମୀଦାସପୁର ପଞ୍ଚାୟତର ଅଯୋଧ୍ୟା, ଖେଡୁଆଳପୁର, କ୍ଷେମପୁର, ଶ୍ରୀବତ୍ସପୁର, ଲକ୍ଷ୍ମୀଦାସପୁର ଓ ଜଗନ୍ନାଥପୁର ଗ୍ରାମ, ବାଲିମେଦ ପଞ୍ଚାୟତର ଜିଗିନିପୁର ଗ୍ରାମ ।

କଣ୍ଟେନମେଣ୍ଟ ଜୋନ ୪ରେ ଅଢୁଆଁ ପଞ୍ଚାୟତର କେବଳ ଅଢୁଆଁ ଗ୍ରାମ । କଣ୍ଟେନମେଣ୍ଟ ଜୋନ ୫ ରେ ଅରଣ୍ଡୁଆ ପଞ୍ଚାୟତର ବଡଆନନ୍ଦପୁର, ବଛିପୁଅ, କଣ୍ଠିସାହି, ଅରଣ୍ଡୁଆ, କିଆପଦା, ସାନ ଚନ୍ଦ୍ରଭାନୁପୁର, ହଟପଦା, ଛତ୍ରିଆ ଏବଂ ଆୟତପୁର ଗ୍ରାମ,ବ୍ରାହ୍ମଣୀଗାଁ ପଞ୍ଚାୟତର କେବଳ ବ୍ରାହ୍ମଣୀଗାଁ । କଣ୍ଟେନମେଣ୍ଟ ଜୋନ ୬ ଭାବେ ଚୁଡାମଣି ପଞ୍ଚାୟତର ଚୁଡାମଣି ଗ୍ରାମ ଓ କଣ୍ଟେନମେଣ୍ଟ ଜୋନ ୭ ଭାବେ କିସ୍ମତକୃଷ୍ଣପୁର ପଞ୍ଚାୟତର କିସ୍ମତକୃଷ୍ଣପୁର ଗ୍ରାମ ରହିଛି । ଏହି ଅଞ୍ଚଳମାନଙ୍କରେ ଡ୍ରୋନ କ୍ୟାମେରାରେ ସ୍ଥିତି ନୀରିକ୍ଷଣ କରାଯାଇଛି ।

Leave A Reply