Odisha news

ଖାଦ୍ୟ-ପେୟ ରେ ନମ୍ବର ୧ ଭାରତର ଭେଜ ଥାଳି : ଅନ୍ତର୍ଜାତୀୟ ରିପୋର୍ଟରେ କରାଗଲା ପ୍ରଶଂସା ଓ ଦର୍ଶା ଗଲା ଏହାର ସ୍ୱାସ୍ଥ୍ୟ ପ୍ରତି ଲାଭ

0

ଖାଇବା ପିଇବା ମାମଲାରେ ଭାରତୀୟ ମାନେ ସବୁଠୁ ଆଗରେ, ତାଙ୍କର କୌଣସି ତୁଳନା ନାହିଁ l ଗୋଟିଏ ରିସର୍ଚ୍ଚ ର ରିପୋର୍ଟ ରେ କୁହାଯାଇଛି ଯେ ଜଳବାୟୁ ପରିବର୍ତ୍ତନ ଅନୁସାରେ ଭାରତର ଭେଜ ଖାଦ୍ୟ ସବୁଠୁ ବେଷ୍ଟ l ଆମେ ଯେଉଁ ସବୁ ଖାଦ୍ୟ ଖାଉଚୁ ତାହାର ଲାଭ ପୃଥିବୀ କୁ ମଧ୍ୟ ମିଳିଥାଏ l ଏହା ସ୍ୱିଜରଲ୍ୟାଣ୍ଡ ର ୱାର୍ଲଡ ୱାଇଡ ଫର ନେଚର ର ଗୋଟିଏ ସଂସ୍ଥା ଲିଭିଂଗ ପ୍ଲାନେଟ ରିପୋର୍ଟ ରେ ଏହି ତଥ୍ୟ ଦିଆଯାଇଛି l

କଣ କହୁଛି ଲିଭିଂଗ ପ୍ଲାନେଟ ରିପୋର୍ଟ –
ଏହି ରିପୋର୍ଟ ଅନୁସାରେ ଭାରତୀୟ ଭେଜ ଖାଦ୍ୟ ଖୁବ ପ୍ରଶଂସନୀୟ ଅଟେ l ରିପୋର୍ଟ କୁହାଯାଇଛି ଦୁନିଆର ବଡ଼ ଅର୍ଥବ୍ୟବସ୍ଥା ଅର୍ଥାତ G 20 ଦେଶ ଗୁଡିକ ମଧ୍ୟରେ ଭାରତର ଭେଜ ଖାଦ୍ୟ କୁ ପ୍ରଶଂସା କରାଯାଇଚି l ଯଦି ୨୦୫୦ ମଧ୍ୟରେ ଦୁନିଆର ସମସ୍ତ ଦେଶ ଭାରତର ଖାଦ୍ୟ କୁ ଆପଣାଇ ନେବେ ତେବେ ପର୍ଯାବରଣ କୁ ହେଉଥିବା କ୍ଷତି ଖୁବ କମିଯିବ l ଏହି ରିପୋର୍ଟ ରେ ଆର୍ଜେଣ୍ଟିନା, ଅଷ୍ଟ୍ରେଲିଆ ଓ ଆମେରିକାର ଖାଦ୍ୟ କୁ ସବୁଠୁ ଖରାପ କୁହାଯାଇ ଥିଲା l

ଖାନ ପାନ କୁ ନେଇ ପର୍ଯ୍ୟାବରଣ ର ରହିଛି କି ସମ୍ପର୍କ –
ରିପୋର୍ଟ ରେ କୁହାଯାଇଛି କି ଯଦି ୨୦୫୦ ମଧ୍ୟରେ ଦୁନିଆର ପ୍ରତ୍ୟେକ ମଣିଷ ଭାରତୀୟ ଭେଜ ଖାଦ୍ୟକୁ ଗ୍ରହଣ ନକରିବେ ତେବେ ଗ୍ରୀନ ହାଉସ ଗ୍ୟାସ ଊତ୍ସର୍ଜନ ଦ୍ୱାରା ଦୁନିଆର ତାପମାତ୍ରା ୧ .୫ ଡିଗ୍ରୀ ସେଲସିୟସ ରୁ ୨୬୩ % ଅଧିକ ବୃଦ୍ଧି ହୋଇଯିବ l ଏବଂ ଆମକୁ ନିଜର ଆବଶ୍ୟକତା ମେଣ୍ଟାଇବା ପାଇଁ ଏଭଳି ୭ଟି ପୃଥିବୀ ର ଆବଶ୍ୟକତା ପଡିବ l

– ଏହି ରିପୋର୍ଟ ରେ କୁହାଯାଇଛି ଯେ ଭାରତର ମିଲେଟ ମିଶନ କୁ ପ୍ରଶଂସା କରାଯାଇଛି l ଏବଂ କୁହାଯାଇଛି ଯେ ଭାରତ ର ଶସ୍ୟ ବିଶ୍ୱକୁ ଗୋଟିଏ ନୂତନ ଦିଗ ଦେଇଛି l ଭାରତର ଭେଜ ଖାଦ୍ୟ ରେ ସମସ୍ତ ପ୍ରକାର ଭିଟାମିନ, ମିନେରାଲସ, ପ୍ରୋଟିନ ରହିଛି l ଯାହାକି ସ୍ୱାସ୍ଥ୍ୟବାନ କରିବା ସହିତ,ଶରୀରକୁ ଉର୍ଜା ଯୋଗାଉଛି l ଏବଂ କୃଷି କୁ ଗୋଟିଏ ନୂତନ ଦିଗ ମଧ୍ୟ ଯୋଗାଉଛି l

– ଭାରତୀୟ ଖାଦ୍ୟ ଶସ୍ୟ ମଣିଷର ଶରୀରର ପ୍ରତ୍ୟେକ ରୋଗ ପାଇଁ ଗୋଟିଏ ରାମବାଣ ସଦୃଶ ଅଟେ, ଯେପରିକି କଲରା ମଧୁମେହ ପାଇଁ, କାର୍ବୋହାଇଡ୍ରେଟ ପାଇଁ ଆଳୁ, ମକା , ଆଇରନ ପାଇଁ ପାଳଙ୍ଗ ଓ କଦଳୀ ର ଚାଷ ଇତ୍ୟାଦି l ଏବଂ ସୋୟାବିନ ରୁ ଆମେ ଯେତିକି ପ୍ରୋଟିନ ପାଇଥାଉ ସେତିକି ପ୍ରୋଟିନ  ଚିକେନ ରୁ ମଧ୍ୟ ପାଇଥାଉ ବୋଲି କୁହାଯାଇଛି l ଏବଂ ସଜନା କୁ ଉଚ୍ଚ ରକ୍ତଚାପ ପାଇଁ ମଧ୍ୟ ପ୍ରଶଂସା କରାଯାଇଛି l

Leave A Reply