Odisha news

ସିଧାସଳଖ ମୃତ୍ୟୁର ଦ୍ୱାର ଆଡକୁ ଟାଣି ନେଇଯାଇ ଥାଏ ଏହିସବୁ ଖାଦ୍ୟ , ତଥାପି ଖୁବ ଆନନ୍ଦରେ ଆମେ କରିଥାଉ ଭୋଜନ 

0
ଏହି ମାଟିରେ ଯେବେଠୁଁ ମଣିଷ ର ଉତ୍ପତି ହୋଇଛି ସେହି ଦିନଠାରୁ ସେ ନିଜର ସ୍ୱାର୍ଥ ଓ ସୁଖ ପାଇଁ କାମ କରୁଛି, କିନ୍ତୁ ଏହା ଆମ ପାଇଁ କ୍ଷତିକାରକ ଅଟେ l ଅନେକ ବର୍ଷରୁ ବୈଜ୍ଞାନିକ ମାନେ ଗବେଷଣା କରି ଜାଣି ପାରିଛନ୍ତି ଯେ ଯେଉଁ ସବୁ ଜିନିଷ କୁ ଆମେ ଖୁସିରେ ଖାଇଥାଉ ସେହିସବୁ ଜିନିଷ ଆମକୁ ମୃତ୍ୟୁ ଆଡକୁ ଟାଣି ନେଇ ଯାଇଥାଏ l ସେହିଭଳି କିଛି ଜିନିଷ କୁ ଆମେ ନିଜ ସୁଖ ବା ପାଟିର ସ୍ୱାଦ ପାଇଁ ଖାଇଥାଉ କିନ୍ତୁ ଏହା ଆମ ପାଇଁ ବିପଦ ପୁର୍ଣ ହୋଇଥାଏ l
* ସେହିଭଳି ଗୋଟିଏ ମାଛ ହେଉଛି ପଫର ଫିସ ଯେଉଁଥିରେ ଟେଟ୍ରଡୋଟାକିଶନ ନାମକ ବିଷ ରହିଥାଏ, ଯାହାକି ଶରୀରରେ ସାଇନାଇଟ ଠାରୁ ମଧ୍ୟ ଦ୍ରୁତ ବେଗରେ ବ୍ୟାପି ଯାଇଥାଏ l ତଥାପି ଜାପାନୀଯ ମାନେ ଏହି ମାଛକୁ ଖୁବ ଖୁସିରେ ଖାଇ ଥାଆନ୍ତି l
* କାଶୁ ମାରାଜୂ ଏଭଳି ଗୋଟିଏ ଜିନିଷ ଯାହାକୁ ଉଡୁଥିବା ପୋକ ଙ୍କ ଲାର୍ଭା ରୁ ପ୍ରସ୍ତୁତ କରାଯାଇ ଥାଏ l ଏହି ଜିନିଷ ଟି ଆମକୁ ଗମ୍ଭୀର ଭାବରେ ରୋଗ ଗ୍ରସ୍ତ କରାଇପାରେ l କିନ୍ତୁ ତଥାପି ଇଟାଲୀ ର ଲୋକେ ଏହାକୁ ଆନନ୍ଦରେ ଖାଇ ଥାଆନ୍ତି l
* ଚୋଲାଇ ଶାଗ ଭଳି ଦେଖା ଯାଉଥିବା ଏହି ଉଦ୍ଭିଦ ରେ ଅନେକ ମାତ୍ରାରେ ଓକ୍ସlଲିକ ଏସିଡ ଦେଖିବାକୁ ମିଳିଥାଏ ଯାହାଦ୍ୱାରା ଆପଣଙ୍କ କିଡ୍ନୀ ପ୍ରଭାବିତ ହୋଇପାରେ , କିନ୍ତୁ ଅଧିକାଂଶ ଲୋକେ ଏହାକୁ ଗୋଟିଏ ଖାଦ୍ୟ ଭାବରେ ଖାଇ ଥାଆନ୍ତି l
* ନାଲି ରଙ୍ଗର ସୋୟାବିନ ମଞ୍ଜି ଯାହାକି ରାଜମା ଭଳି ଦେଖାଯାଇ ଥାଏ l ଯେଉଁଥିରେ ପ୍ରୋଟିନ, ଫାଇବର, ଭିଟାମିନ ଓ ଖଣିଜ ମିଳିଥାଏ l କିନ୍ତୁ ଏଥିରେ ଗୋଟିଏ ପ୍ରକାରର ଫ୍ୟାଟ ରହିଥାଏ ଯାହାକି ହଜମ ହେବା ଖୁବ କଷ୍ଟକର l
* ଦୁନିଆର ସମସ୍ତ ଦେଶରେ ଜାଇଫଳ ର ବ୍ୟବହାର ହୋଇଥାଏ l କିନ୍ତୁ ଏହାକୁ ଖାଦ୍ୟରେ ଅଧିକ ମାତ୍ରାରେ ବ୍ୟବହାର କରିବା ଦ୍ୱାରା ପ୍ରଶ୍ୱାସ ଗ୍ରହଣ କରିବାରେ ଅସୁବିଧା ହୋଇଥାଏ l
Leave A Reply