ଭଗବାନ ଙ୍କ ସୃଷ୍ଟିରେ ସବୁକିଛି ତାଙ୍କର, ତାଙ୍କରି ଜିନିଷ ଆମେ ତାଙ୍କୁ ହିଁ ଅର୍ପଣ କରିଥାଉ l ଏହି ପାଣି-ପବନ, ଗଛଲତା, ଫୁଲ-ଫଳ ସବୁକିଛି ତାଙ୍କର , କିନ୍ତୁ କାହିଁକି ଆମେ ତାଙ୍କୁ ତାଙ୍କରି ଜିନିଷ ଅର୍ପଣ କରିଥାଉ ? କଣ ରହିଛି ଏହା ପଛରେ କାରଣ l
– ମାନ୍ୟତା ରହିଛି ଯେ ମଣିଷ ଫୁଲ ସହିତ ନିଜର ମନର ଭାବନାକୁ ସମର୍ପଣ କରିଥାଏ, ତେଣୁ ଫୁଲ ଅର୍ପଣ କରିଥାଏ l ଏହାଛଡା ପୁଷ୍ପ ଅର୍ପଣ କରିବା ଦ୍ୱାରା ଘରର ବାତାବରଣ ରେ ସକାରାତ୍ମକ ଭାବନା ଆସିଥାଏ l
– ଏହାଛଡା ମାନ୍ୟତା ରହିଛି ଯେ ଈଶ୍ୱରଙ୍କ ପାଦରେ ପୁଷ୍ପ ଅର୍ପଣ କରିବା ଦ୍ୱାରା ପୁଣ୍ୟ ବୃଦ୍ଧି ହୋଇଥାଏ, ପାପର ନାଶ ହୋଇଥାଏ ଓ ଉତ୍ତମ ଫଳ ପ୍ରାପ୍ତି ହୋଇଥାଏ l
– ଫୁଲ ଈଶ୍ୱରଙ୍କ ସମସ୍ତ ଶୃଙ୍ଗାର ମଧ୍ୟରୁ ଗୋଟିଏ ଶୃଙ୍ଗାର ଅଟେ, ତେଣୁ ଠାକୁରଙ୍କୁ ଫୁଲ ଅର୍ପଣ କରାଯାଇ ଥାଏ l ହିନ୍ଦୁ ଧର୍ମର ମାନ୍ୟତା ଅନୁସାରେ ଯେବେବି ପୁଷ୍ପ ଅର୍ପଣ କରୁଛନ୍ତି ସର୍ବ ପ୍ରଥମେ ବିଘ୍ନ ରାଜ ଗଣେଶଙ୍କୁ ଅର୍ପଣ କରନ୍ତୁ l ଗଣେଶଙ୍କୁ ତୁଳସୀ ବିନା ସମସ୍ତ ପୁଷ୍ପ ଅର୍ପଣ କରାଯାଇ ଥାଏ l
– ମହାଦେବ ଙ୍କ ପ୍ରିୟ ଫୁଲ ଅରଖ, ଦୁଦୁରା, କୁଶ ଫୁଲ, ମନ୍ଦାର ଫୁଲ, କନିଅର ଫୁଲ , ଚମ୍ପା ସହିତ ବେଲପତ୍ର ଅର୍ପଣ କରାଯାଇ ଥାଏ l ଏହାଦ୍ୱାରା ସୌଭାଗ୍ୟ ପ୍ରାପ୍ତି ହୋଇଥାଏ l
– ଦେବୀ ଙ୍କ ପୂଜା ପାଇଁ ନାଲି ମନ୍ଦାର ଫୁଲ, ନାଲି କନିଅର , ପଳାଶ ଫୁଲ , ଚମ୍ପା ଫୁଲ, ପଦ୍ମ ଫୁଲ ଇତ୍ୟାଦି ଅର୍ପଣ କରାଯାଏ , କିନ୍ତୁ ବିଷ୍ଣୁ ଅଂଶରେ କୌଣସି ନାଲି ଫୁଲ ଅର୍ପଣ କରାଯାଏ ନାହିଁ l କେବଳ ଗୋଟିଏ ନାଲି ଫୁଲ ଅର୍ପଣ କରାଯାଏ ତାହା ହେଉଛି ପଦ୍ମଫୁଲ l
– ମାନ୍ୟତା ଅନୁସାରେ ବେଲପତ୍ର, ଅଗସ୍ତ୍ୟ ଫୁଲ ଓ ତୁଳସୀ କଦାପି ବାସି ହୋଇନଥାଏ l ଏହାଛଡା ପଦ୍ମ ଫୁଲ ୧୧ଦିନ ପର୍ଯ୍ୟନ୍ତ ଓ କୁମୁଦ ଫୁଲ ୫ଦିନ ପର୍ଯ୍ୟନ୍ତ ବାସି ହୁଏନାହିଁ l
– କୌଣସି ଫୁଲ କୁ ଭଗବାନ ଙ୍କ ନିକଟରେ ଓଲଟା ଅର୍ପଣ କରାଯାଏ ନାହିଁ, କିନ୍ତୁ ମହାଦେବ ଙ୍କ ନିକଟରେ ବେଲପତ୍ର ଓଲଟା ଅର୍ପଣ କରାଯାଏ l