Odisha news

ପୂର୍ବତ୍ତନ ସରପଞ୍ଚଙ୍କ ଅକାଳ ବିୟୋଗ

0

କଣାସ,୧୫/୦୬/୨୦୨୩ : ପୁରୀ ଜିଲ୍ଲା କଣାସ ବ୍ଲକ୍ ଦିବ୍ୟସିଂହପୁର ପଞ୍ଚାୟତର ପୂର୍ବତ୍ତନ ସରପଞ୍ଚ ସୋଭାକାନ୍ତ ମିଶ୍ର (୫୫)ଅକାଳ ବିୟୋଗ ଘଟିଛି ।ଖବର ନେବାରେ ଜଣାପଡିଛି ଶ୍ରୀ ମିଶ୍ର ୨୦୧୨-୧୭ ମସିହା ପର୍ଯ୍ୟନ୍ତ ଦିବ୍ୟସିଂହପୁର ପଞ୍ଚାୟତରେ ସରପଞ୍ଚ ଭାବେ କାର୍ଯ୍ୟ ସୂଚାର ରୂପେ ତୁଲାଇ ସେ  ପଞ୍ଚାୟତବାସୀଙ୍କ ପ୍ରିୟଭାଜନ ହୋଇପାରିଥିଲେ ।ତାଙ୍କର ଶରୀର ଅସୁସ୍ଥ ଥିବାରୁ ସେ ଭୁବନେଶ୍ଵର ସ୍ଥିତ ଏକ ଘରେଇ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ଅବସ୍ଥାରେ ତାଙ୍କର ମୃତ୍ୟ ଘଟିଛି ।ସ୍ୱର୍ଗତ ମିଶ୍ରଙ୍କର ଗୋଟିଏ ପୁଅ ଓ ଝିଅ ରହିଛନ୍ତି ।ତାଙ୍କ ଗ୍ରାମ୍ୟ ସ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିବା ବେଳେ ବିଜେଡି ବ୍ଲକ ଯୁବ ସଭାପତି ବସନ୍ତ ଜେନା,ସହୁପଡ଼ା ସରପଞ୍ଚ ଭିକାରୀ ଚରଣ ବଳିଆରସିଂହ,ବାକୁ ପଞ୍ଚାୟତ ପୂର୍ବତ୍ତନ ସମିତିସଭ୍ୟ ବିଜୟ ବଳିଆରସିଂହ,ନବ ଜେନା,ଦିବ୍ୟସିଂହପୁର ସମିତି ସଭ୍ୟା ସୁମିତ୍ରା ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।

Govt
Leave A Reply