କଣାସ,୧୫/୦୬/ :ରଜ ପାଇଁ ଉତ୍ସବ ମୁଖର ସାରା ରାଜ୍ୟ ସେଥିରୁ ବାଦ ପଡିନି କଣାସ ବ୍ଲକ୍ ।ଗାଁ ଠାରୁ ସହର ସବୁ ଠାରେ ଗଣ ପର୍ବ ରଜ ପାଳିତ ହେଉଥିବା ବେଳେ କଣାସର ଗାଁ ଗାଁରେ ଗଣପର୍ବ ରଜକୁ ପାଳିଛନ୍ତି ଝିଅ ଓ ମହିଳାମାନେ ।ଲାଗିଛି ଗହଳି ଚହଳି ହୋହଲ୍ଲା ରଜ ଗୀତରେ ଦୁଲୁକୁଛି ଗାଁ ଦାଣ୍ଡ ତୋଟା ମାଳ । ଗାଁ ତୋଟାରେ କବାଡି ଖେଳ ଓ ତାସ ପାଲିର ଜମିଛି ଆସର । ଓଡ଼ିଶାର ଗଣ ପର୍ବ ରଜ ଉତ୍ସବ ପାଳନ କରିଛନ୍ତି ପ୍ରତେକ ଗ୍ରାମର ଝିଅମାନେ । ରଜ ଦୋଳି ସାଙ୍ଗକୁ ପୁଚିଂର ମଜା ଉଠାଇବା ସହିତ ପରସ୍ପରକୁ ରଜ ପାନ ଖୁଆଇ ରଜ ପର୍ଵର ମଜା ଉଠାଇଛନ୍ତି ଝିଅମାନେ । ତାସ,ଲୁଡୁ,କବାଡି, ଭଳି ଖେଳ ପାଇଁ ଗାଁ ଗଣ୍ଡା ହୋଇ ଉଠିଛି ଉତ୍ସବ ମୁଖର । ଘରେ ଘରେ ପିଠାପଣାର ମହକ ସାଙ୍ଗକୁ ବର୍ଷ ବର୍ଷର ଓଡିଶାର କଳାସଂସ୍କୃତିର ପର୍ବକୁ ବେଶ ମନଭରି ଉପଭୋଗ କରୁଛନ୍ତି ସମସ୍ତେ ।
ସେପଟେ ଓଡିଶାର ସାମାଜିକ ପର୍ଵ ଓ ଗଣ ପର୍ଵ କହିଲେ ରଜକୁ ବୁଝାଏ ।ରଜ ପର୍ଵକୁ ଗାଁ ଠାରୁ ସହର ସବୁଆଡେ ପାଳନ କରାଯାଏ, ଗତ ଦୁଇ ବର୍ଷ କୋଭିଡ କଟକଣା ପାଇଁ ଫିକା ପଡି ଥିବା ରଜକୁ ପୁଣି ସମସ୍ତେ ଏକାଠି ହୋଇ ପାଳନ କରି ବେଶ ଉତ୍ସାହିତ ଅଛନ୍ତି ଝିଅ ଓ ବୋହୂମାନେ । ସେପଟେ ଏହି ପର୍ବ କେବଳ ଓଡ଼ିଶାର ଏକ ଗଣ ପର୍ବ ନୁହେଁ ରଜ ଏକ କୃଷି ଭିତ୍ତିକ ପର୍ବ ବୋଲି କୁହାଯାଏ।କୃଷି କାର୍ଯ୍ୟ ରଜ ଠାରୁ ଆରମ୍ଭ ହୋଇଥାଏ ।ଓଡ଼ିଆ ମାନଙ୍କ ଅନେକ ପର୍ବ ମଧ୍ୟରେ ରଜ ପର୍ବର ବିଶେଷତ୍ବ ରହିଥିବା ବେଳେ ରଜକୁ ସବୁ ବର୍ଗର ଲୋକମାନେ ପାଳନ କରି ଖୁସି ମନାଉଛନ୍ତି ।
Next Post