ଆଠଗଡ ତା ୧୬/୮/୨୨ ସାରା ରାଜ୍ୟରେ ପ୍ରଶାସନ ତରଫରୁ ନଦୀ କୂଳ ବାସୀଙ୍କୁ ମହାନଦୀରେ ବନ୍ୟା ଆସିବାର ସତର୍କତା ଅବଲମ୍ବନ କରାଇବା ସହ ବିଭିନ୍ନ ଗଣମାଧ୍ୟରେ ସୂଚନା ପ୍ରଚାର ପ୍ରସାର କରାଯାଇଥିଲା, କିନ୍ତୁ ଆଠଗଡ ଓ ତିଗିରିଆ ବ୍ଲକ ବହୁ ଗ୍ରାମ ଜଳବନ୍ଦୀ ଅବସ୍ଥାରେ ରହି ଯାଇଥିବା ବେଳେ ବହୁ ରାସ୍ତା ଦେଇ ମହାନଦୀ ବନ୍ୟା ପାଣି ପାଇଁ ଯାତାୟାତ ଠପ ହୋଇଯାଇଛି, ପରେ ହଜାର ହଜାର ହେକ୍ଟର ଚାଷ ଜମି ମଧ୍ୟ ଜଳମଗ୍ନ ହୋଇଯାଇଛି, ଆଠଗଡ ବ୍ଲକ ୬ ଟି ପଂଚାୟତର ୧୨ ଟି ଗ୍ରାମ ବାହ୍ୟ ଜଗତରୁ ବିଛିନ୍ନ ହେବା ସହ ଜଳବନ୍ଦୀ ଅବସ୍ଥାରେ ଥିବା ବ୍ଲକ ପ୍ରଶାସନ ସୂତରୁ ପ୍ରକାଶ, ଅନନ୍ତପୁର ପଂଚାୟତର , ଅନନ୍ତପୁର ଭୋଇ ସାହି,ଧୂରୁଷିଆ ପଂଚାୟତର, ଶବରସାହି, ଧନଭଟପଡ଼, ଗୋପାଳ ପ୍ରସାଦ ମାଝୀ ସାହି, ମଞ୍ଚେଶ୍ୱର ପଂଚାୟତର ପାଇକେରାପୁର, ପ୍ରସନ୍ନପୁର, ଲିଙ୍ଗାପଦା, ନାରଙ୍ଗବସ୍ତ ତଳ ସାହି, କଟିକିଆ ସାହି ପଂଚାୟତର ବାଲିସାହି, ବନ୍ଧହଟା,ବଳିପୁର ପଞ୍ଚାୟତର ବଳିପୁର ଶବର ସାହି, ଛଗାଁ ପଂଚାୟତର ଶସାଙ୍ଗ, ଗ୍ରାମର ମୋଟ ୫୬୭୦ ଲୋକ ଜଳବନ୍ଦୀରେ ଅଛନ୍ତି, କିନ୍ତୁ ପ୍ରଶାସନ ତରଫରୁ ଫ୍ରିକିଚେନ ଵେବସ୍ଥା ଅଛି କିନ୍ତୁ ଆବଶ୍ୟକ ପଡି ନାହିଁ, ସେଥିପାଇଁ ଦିଆଯାଇନାହିଁ ବୋଲି ଅଧିକାରୀ ପ୍ରକାଶ କରିଥିଲେ, ଏପଟେ ଛୋଟ ମୋଟ ବହୁ ଅଂଚଳର ରାସ୍ତା ବାହ୍ୟ ଜଗତରୁ ବିଛିନ୍ନ ହେବା ସହ ଯାନବାହାନ ଚଳାଚଳ ଠପ ହୋଇପଡିଛି, କିନ୍ତୁ ଏପଟେ ଆଠଗଡର ମୁଖ୍ୟ ରାସ୍ତା ମଞ୍ଚେଶ୍ୱର ନୂଆପାଟଣା, କଖଡି ବ୍ରାହ୍ମଣବସ୍ତ, ପୁରୁଣା କଟକ ସମ୍ବଲପୁର, ରାସ୍ତା ଜଳମଗ୍ନ ପାଇଁ ଯାତାୟାତ ସଂମ୍ପୂର୍ଣ ଠପ, ଏପଟେ ନଦୀ କୂଳ ଅଂଚଳର ଚାଷ ଜମି ଗୁଡିକ ଜଳମଗ୍ନ ପାଇଁ ଚାଷୀ ପରିବାର ମୁଣ୍ଡରେ ହାତ ଦେଇବସିଛନ୍ତି, ଏପଟେ ବ୍ଲକଥିବା କଟିକିଆ ସାହି ପଂଚାୟତର ପଟେଣିଗାଁ ଓ ମହାକାଳବସ୍ତ ପଂଚାୟତ ଦହିଷରା ସରକାରୀ ବାତ୍ୟା ଆଶ୍ରୟ ସ୍ଥଳରେ ଉଦ୍ଧାର କାରି ଦଳ ସହ ସମସ୍ତ ସରକାରୀ ଷ୍ଠାପ ଓ ରିଲିଫ ସାମଗ୍ରୀ ଗଚ୍ଛିତ ଅଛି ।ଗତ କାଲି ଅନୁଗୁଳ ଏକ ପରିବାର ନିଜ ହୁଣ୍ଡାଇ କାର ଯୋଗେ ପୁରୀ ରୁ ଫେରୁଥିବା ବେଳେ ଘାଣ୍ଟିଖାଲ ରାସ୍ତା ପାର ହେଉଥିବା ବେଳେ କାର ସହ ପରିବାର ପ୍ରାୟ ୧ କିଲୋମିଟର ପାଣି ର ଭାସି ଯାଇଥିଲେ, କାର ଟି ବୁଡି ଯାଇଥିବା ବେଳେ ଡ୍ରାଇବରକୁ ମିଶାଇ ପରିବାର ୪ଜଣ କୌଶଳ କ୍ରମେ କାର ଉପରକୁ ଉଠି ଆସିଥିଲେ ଏବଂ କାର ଉପରେ ଠିଆ ହୋଇଥିବା ବେଳେ ମଧ୍ୟ ତାଙ୍କର ଛାତି ପର୍ଯ୍ୟନ୍ତ ପାଣି ହୋଇଯାଇଥିଲା, ଠିକ ସେହି ସମୟରେ ଆଠଗଡ ଅଗ୍ନ୍ନିସମ ବିଭାଗ ଅଧିକାରୀ ଦୁଷ୍ମନ୍ତ କୁମାର ସାହୁ ସଦଳବଳେ ଘଟଣା ସ୍ଥଳରୁ ରାତି୧୨ ସମୟରେ ପରିବାର ଉଦ୍ଧାର କରିଥିଲେ ।,ସେହି ପରି ତିଗିରିଆ ଅଞ୍ଚଳର ବହୁ ଗ୍ରାମ ମଧ୍ୟ ବାହ୍ୟ ଜଗତରୁ ବିଛିନ୍ନ ହୋଇଥିଵା ବେଳେ ବହୁ ରାସ୍ତା ଓ ଚାଷ ଜମି ଜଳମଗ୍ନ ହୋଇପଡିଛି,