Odisha news

ନାଖରା ପୋଲ ନିକଟରେ ବୁଢାବଳଙ୍ଗ ଫୁଲିଛି, ୧୯ରେ ଲଘୁଚାପ ବର୍ଷା ବିପଦ ଆଣିପାରେ

0

ବୈଶିଙ୍ଗା –୧୬/୮– ଗତ ଲଘୁଚାପ ବର୍ଷା ଯୋଗୁଁ  ଓଡିଶାର ବିଭିନ୍ନ ଦଦୀରେ ଜଳସ୍ତର ବଢିବା ସହିତ ବନ୍ୟାର ବିଭୀଷିକା ଦେଖାଦେଇଛି।ହଜାର ହଜାର ହେକ୍ଟର ଚାଷଜମି ବର୍ତ୍ତମାନ ସୁଦ୍ଧା ପାଣିରେ ବୁଡି ରହି ଥିବା ଯୋଗୁଁ କ୍ଷୟ କ୍ଷତିର ଆକଳନ କରାଯାଇ ପାରିନାହିଁ । ତେବେ ବୁଢାବଳଙ୍ଗ ର ବନ୍ୟାଜଳ ନାଖରା ପୋଲ ନିକଟରେ ବିପଦ ସଂକେତ ଛୁଇଁଥିବା ବେଳେ ବନ୍ୟା ବିଭୀଷିକା ଦେଖାଇ ପାରିନାହିଁ। ରବିବାର ରାତ୍ରୀ ଠାରୁ ବୁଢ଼ାବଳଙ୍ଗ ନଦୀର ଉପର ମୁଣ୍ଡ ଶିମିଳିପାଳରେ ବର୍ଷା କମ୍ ହୋଇଥିବା ଯୋଗୁଁ ଜଳପତନ ବିପଦ ସଂକେତ ଟପି ନଥିଲା। କିନ୍ତୁ ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଆସନ୍ତା ୧୯ ତାରିଖରେ ଆଉ ଏକ ଲଘୁଚାପ ସୃଷ୍ଟି ହେବା ସହ ପର୍ଯ୍ୟାପ୍ତ ବର୍ଷା ହେବାର ସମ୍ଭାବନା ରହିଥିବାରୁ ବୁଢାବଳଙ୍ଗ ରେ ବନ୍ୟା ବିଭୀଷିକା ଦେଖା ଦେଇପାରେ।ଏଥିପାଇଁ ବନ୍ୟାଞ୍ଚଳ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଅଦ୍ୟାବଧି ବୁଢାବଳଙ୍ଗ ନଦୀର ଉଭୟ ପାର୍ଶ୍ଵ ଅବବାହିକାର ତଳି ଅଞ୍ଚଳ ଲୋକମାନଙ୍କୁ ବାତ୍ୟା ଆଶ୍ରୟସ୍ଥଳୀରେ ରଖାଯାଇଥିବା ର ଜଣାଯାଇଛି। ଓଡ୍ରାଫ୍ ଟିମ୍ ମଧ୍ୟ ସଜାଗ ରହିଛନ୍ତି।

Nalco
Leave A Reply