Odisha news

କନ୍ଧମାଳ ସାଂସଦ ଡ.ଅଚ୍ୟୁତ ସାମନ୍ତ ଉପସ୍ଥିତରେ ତଟକା ମାଛ ପରିବହନ ପାଇଁ ୫ ଜଣଙ୍କୁ ରିହାତିରେ ଅଟୋ ଏବଂ ବରଫ ବାକ୍ସ ପ୍ରଦାନ

0

ଫୁଲବାଣୀ (Santosh Mishra) :  ମତ୍ସ୍ୟ ପରିବହନର ସୁଗମତା ନିମନ୍ତେ ଏବଂ ଲୋକଙ୍କ ପାଖରେ ତଟକା ମାଛ ପହଂଚାଇବା ପାଇଁ ରାଜ୍ୟ ସରକାରଙ୍କର ମତ୍ସ୍ୟ ବିପଣନ ସଂଚାର ଯୋଜନା ମାଧ୍ୟମରେ ଅଟୋରିକ୍ସା ସମେତ ବରଫ ବାକ୍ସ ସବସିଡି ରହିଛି ।

ଏହି ଯୋଜନାରେ ଅନୁସୁଚିତ ଜାତି ଏବଂ ଜନଜାତି ବର୍ଗର ମହିଳା ହୀତାଧିକାରୀ ମାନଙ୍କ ପାଇଁ ୨ ଲକ୍ଷ ଟଙ୍କା ମୁଲ୍ୟର ପ୍ରକଳ୍ପରେ ୬୦ ପ୍ରତିଶତ ସବସିଡି ରହିଥିବା ବେଳେ ସାଧାରଣ ବର୍ଗର ଲୋକଙ୍କ ପାଇଁ ୪୦ ପ୍ରତିଶତ ସବସିଡି ଅଛି । ଆଜି ଏହି ଯୋଜନାରେ କନ୍ଧମାଳ ଜିଲ୍ଲାର ୫ ଜଣ ମାଛ ବିକ୍ରେତା/ମତ୍ସ୍ୟ ଚାଷିଙ୍କୁ ଗୋଟିଏ ଲେଖାଏଁ ଅଟୋରିକ୍ସା ଏବଂ ବରଫ ବାକ୍ସ ରିହାତିରେ ପ୍ରଦାନ କରାଯାଇଛି ।

ଏହି ଅବସରରେ କନ୍ଧମାଳ ସାଂସଦ ଡ.ଅଚ୍ୟୁତ ସାମନ୍ତ ଉପସ୍ଥିତ ରହି ହୀତାଧିକାରୀ ମାନଙ୍କୁ ଏହା ପ୍ରଦାନ କରିଥିଲେ । ଏହି ଅବସରରେ କନ୍ଧମାଳ ଜିଲ୍ଲାପାଳ ଡା.ବୃନ୍ଦା ଡି ଏବଂ ବାଲିଗୁଡା ଉପ-ଜିଲ୍ଲାପାଳ ଶୁଭଙ୍କର ମହାପାତ୍ର,ଉପ ମତ୍ସ୍ୟ ନିଦେ୍ର୍ଧଶକ ଗଞ୍ଜାମ ତଥା କନ୍ଧମାଳ ଜିଲ୍ଲା ମତ୍ସ୍ୟ ଅଧିକାରୀ ଶିବ ପ୍ରସାଦ ଭୋଇ,ସହକାରୀ ମତ୍ସ୍ୟ ଅଧିକାରୀ ପ୍ରଫୁଲ୍ଲ କହଁର,ଖଜରିପଡା ସହକାରୀ ମତ୍ସ୍ୟ ଅଧିକାରୀ ଜ୍ଞାନରଞ୍ଜନ ସେଠୀ,ବାଲିଗୁଡା ସହକାରୀ ମତ୍ସ୍ୟ ଅଧିକାରୀ ସୁରସେନ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ ।

Nalco
Leave A Reply