Odisha news

ଗଙ୍ଗା ନଦୀରେ ଆମେରିକାର ବିରଳ ପ୍ରଜାତିର ମାଛ , ଭାରତୀୟ ବୈଜ୍ଞାନିକ ଚିନ୍ତାରେ

0

ନୂଆଦିଲ୍ଲୀ : ହଜାର ହଜାର କିଲୋମିଟର ଦୂର ଦକ୍ଷିଣ ଆମେରିକାର ଅମାଜୋନ ନଦୀରେ ମିଳୁଥିବା ସକର ମାଉଥ କ୍ୟାଟ ଫିସ ବାରଣାସୀ ସ୍ଥିତ ଗଙ୍ଗା ନଦୀରେ ମିଳିବ ଯେତିକି ଆଶ୍ଚର୍ଯ୍ୟ ଜନକ ଘଟଣା ,ସେତିକି ଚିନ୍ତା ଜନିତ ଘଟଣା ବୈଜ୍ଞାନିକ ମାନଙ୍କ ପାଇଁ ହୋଇ ଯାଇଛି l ବାରଣାସୀରେ ରାମନଗରରୁ ରମଣl ହୋଇ ବହି ଯାଇଥିବା ଗଙ୍ଗା ନଦୀରେ ନାବିକ ମାନଙ୍କୁ ଅଦ୍ଭୁତ ମାଛ ମିଳିଛି l BHU ର ବୈଜ୍ଞାନିକ ମାନେ ଏହାକୁ ଦକ୍ଷିଣ ଆମେରିକାର ଅମାଜୋନ ନଦୀରେ ରହୁଥିବାର ମାଛ ବୋଲି କହିଛନ୍ତି l ବୈଜ୍ଞାନିକ ମାନେ ଚିନ୍ତା ବ୍ୟକ୍ତ କରି କହିଛନ୍ତି ଯେ ଏହି ମାଛଟି ମାଂସାହାରୀ ଅଟେ ଓ ଆମର ପାଣିପାଗ ପାଇଁ ବିପଦ ପୂର୍ଣ୍ଣ ଅଟେ l

ଏମିତିରେ ତା ନଦୀ ଗୁଡିକ ନିଜ ଗଭୀରତାରେ ଅନେକ ରହସ୍ୟ ଲୁଚାଇ ରଖିଥାନ୍ତି ,କିନ୍ତୁ ବାରଣାସୀର ରମଣl ଗାଁ ନଦୀରେ ଡ଼ଲଫିନ ସଂରକ୍ଷଣ କରାଯାଇଛି l ସେହି ପରିସ୍ଥିତିରେ ଏହି ପରି ମାଂସାହାରୀ ମାଛ ଦେଖାଯିବ ଗୋଟିଏ ଅଦ୍ଭୁତ ଘଟଣା l ଏହି ପ୍ରକାରର ମାଛ କେବଳ ଭାରତ ନୁହେଁ ଦକ୍ଷିଣ ଏସିଆରେ ମଧ୍ୟ କେଉଁଠାରେ ମିଳିବ ନାହିଁ l ଭାରତୀୟ ବନ୍ୟଜୀବ ସଂସ୍ଥା ଓ ନମାମି ଗଙ୍ଗl ଯୋଜନା ସହିତ ଯୋଡି ହୋଇଥିବା ବନ୍ୟା ବିଭାଗ ସଂରକ୍ଷଣ ଏହି ମାଛଟିକୁ ନେଇ ଚିନ୍ତାବ୍ୟକ୍ତ କରିଛି l ପ୍ରଥମଥର ଗୋଟିଏ ଅଦ୍ଭୁତ ସୁନେଲି ରଙ୍ଗର ମାଛ ମିଳିଥିଲା ,ଯାହାକୁ ଆମେରିକାର ଅମାଜୋନ ନଦୀର କ୍ୟାଟଫିସ ବୋଲି କୁହାଯାଇଥିଲା l

ପୁନର୍ବାର ଏପରି ଘଟିଥିବାରୁ ବୈଜ୍ଞାନିକ ମାନେ ଚିନ୍ତାବ୍ୟକ୍ତ କରିଛନ୍ତି ଓ କହିଛନ୍ତି ଯେ ଏହି ମାଛଟି ଗଙ୍ଗା ନଦୀରେ ଥିବା ଅନ୍ୟ ଜଳଚର ଜୀବଙ୍କ ପାଇଁ ବିନାଶର କାରଣ ହୋଇପାରେ l ସେମାନେ ଉପଦେଶ ମଧ୍ୟ ଦେଇଛନ୍ତି ଯେ ଏହି ମାଛଟିକୁ ପୁନର୍ବାର ପାଣିରେ ଛଡା ନଯାଉ l ବର୍ତ୍ତମାନ ପ୍ରଶ୍ନ ଉଠୁଛି ଯେ ହଜାର ହଜାର କିଲୋମିଟର ଦୂରରୁ ଏହି ମାଛ ଗଙ୍ଗା ନଦୀକୁ କିପରି ଆସିଲା l BHU ର ବୈଜ୍ଞାନିକ ମାନେ ମତ ଦେଉଛନ୍ତି ଯେ ଏହି ପ୍ରକାର କ୍ୟାଟଫିସ ଅନେକ ରଙ୍ଗର ମିଳିଥାଏ l ଏହା ସମସ୍ତ ଜଳଚର ଜୀବନକୁ ଆହାର ଭାବରେ ଗ୍ରହଣ କରି ନିଜେ ବଞ୍ଚି ରହେ l ଏହି ମାଛଟିର ନିଜର ସ୍ୱାଦ କିଛି ନଥାଏ l ଏହାର ଅର୍ଥ ଏହାକୁ ମଣିଷ ମାନେ ଖାଇବା ଉପଯୋଗୀ ନୁହେଁ l ବର୍ତ୍ତମାନର ପରିସ୍ଥିତିରେ ଏହି କ୍ୟାଟଫିସ ବୈଜ୍ଞାନିକ ମାନଙ୍କର ମୁଣ୍ଡ ବ୍ୟଥାର କାରଣ ହୋଇଛି l

Leave A Reply