shelly pattanaik: ଦୁନିଆରେ ଜୀବଜନ୍ତୁ ମାନଙ୍କର ବିଭିନ୍ନ ପ୍ରକାରର ପ୍ରଜାତି ମିଳିଥାଏ l ଏଥିମଧ୍ୟରୁ କେତେ ଗୁଡିଏ ଏପରି ଜୀବଜନ୍ତୁ ଅଛନ୍ତି ଯେଉଁ ମାନଙ୍କ ବିଷୟରେ ଆମେ ଜାଣିନଥାଉ l ବିଶେଷଜ୍ଞ ମାନେ ଅଧିକାଂଶ ଜାଗାକୁ ଯାଇ ଏହି ପ୍ରକାରର ଜୀବଜନ୍ତୁ ମାନଙ୍କ ବିଷୟରେ ତଥ୍ୟ ସଂଗ୍ରହ କରିଥାନ୍ତି l ଏହି ଜୀବଜନ୍ତୁ ମାନଙ୍କ ମଧ୍ୟରୁ କିଛି ହାନିକାରକ ହୋଇଥାନ୍ତି ଓ ଆଉ କିଛି ବିଷଧର ହୋଇଥାନ୍ତି l ଆଜି ଆମେ ଆପଣଙ୍କୁ ଯେଉଁ ଜୀବଟି ବିଷୟରେ କହିବାକୁ ଯାଉଛୁ ତାର ଗୋଟିଏ ବୁନ୍ଦା ବିଷ ମଣିଷକୁ ମୃତ୍ୟୁ ମୁଖକୁ ଠେଲି ଦେଇଥାଏ l
ଆମେ ଏଠାରେ ଷ୍ଟୋନଫିସ ବିଷୟରେ କହିବାକୁ ଯାଉଛୁ l ଏହା ଏତେ ଭୟଙ୍କର ଯେ ଯାହା ଆପଣ କଳ୍ପନା କରି ନଥିବେ l ଏପରି ଅନେକ ଲୋକ ଅଛନ୍ତି ଯେଉଁ ମାନଙ୍କୁ ବିଭିନ୍ନ ଜାଗା ଭ୍ରମଣ କରିବାର ସଉକ ଥାଏ l ଏହିପରି ଲୋକ ମାନଙ୍କ ପାଇଁ ଏହା ଉଚିତ ହେବ ଯେ କୌଣସି ସ୍ଥାନକୁ ଯିବା ପୂର୍ବରୁ ସେହି ସ୍ଥାନ ବିଷୟରେ ତଥ୍ୟ ସଂଗ୍ରହ କରିବା ଆବଶ୍ୟକ ,କାରଣ କେତେବେଳେ କୌଣସି ସ୍ଥାନରେ କିଛି ଅସୁବିଧା ହୋଇଯିବ ତାହା ଜାଣିହେବ ନାହିଁନ l
ସମୁଦ୍ର କୂଳରେ ବସି ଲହଡିରେ ଖେଳିବା ପାଇଁ ପ୍ରାୟ ସମସ୍ତେ ପସନ୍ଦ କରିଥାନ୍ତି ,କିନ୍ତୁ ଏହି ପାଣିରେ ଲୁଚି ରହିଥାଏ ସେହି ପ୍ରକାରର ଭୟଙ୍କର ଜୀବ l ଦୁନିଆର ବିଷଧର ଜୀବ ମାନଙ୍କ ମଧ୍ୟରୁ ଗୋଟିଏ ଷ୍ଟୋନ ଫିସ ମକର ରେଖାର ନିକଟ ବର୍ତି ସମୁଦ୍ର ମାନଙ୍କରେ ଦେଖିବାକୁ ମିଳିଥାଏ l ପଥର ଭଳି ଦେଖା ଯାଉଥିବା କାରଣରୁ ଲୋକମାନେ ଏହାକୁ ସହଜରେ ଜାଣି ପାରନ୍ତି ନାହିଁ l ଯଦି ଭୁଲ ବଶତଃ କାହାର ବି ପାଦ ଏହି ମାଛ ଉପରେ ପଡ଼ିଯାଏ ତେବେ ଏହାର ବିଷରୁ ସେହି ବ୍ୟକ୍ତିଙ୍କର ମୃତ୍ୟୁ ହେବ ସୁନିଶ୍ଚିତ ଅଟେ l କୌଣସି ମଣିଷର ପାଦ ପଡିବl ମାତ୍ରେ ଷ୍ଟୋନ ଫିସ ୦.୫ ସେକେଣ୍ଡ ବେଗରେ ଜହର ଛାଡ଼ିଥାଏ l
ଏହାର ଜହରରେ ଏତେ ଶକ୍ତି ଥାଏ ଯେ ଯଦି କୌଣସି ସହରର ପାଣିରେ ଗୋଟିଏ ବୁନ୍ଦା ଷ୍ଟୋନ ଫିସର ବିଷ ମିଶିଯାଏ ତେବେ ସେହି ସହରର ସମସ୍ତ ଲୋକ ମାନଙ୍କର ମୃତ୍ୟୁ ହୋଇଯିବ l ଷ୍ଟୋନ ଫିସର ଶରୀର ଅତ୍ୟନ୍ତ କୋମଳ ଅଟେ ,କିନ୍ତୁ ଏହାର ଉପର ଖୋଳ ମଝବୁତ ଅଟେ l ଯଦି ମଣିଷ ଶରୀରର କୌଣସି ଅଙ୍ଗ ଏହି ଜହର ସଂପର୍ଶରେ ଆସିଲା ତେବେ ମଣିଷ ମୃତ୍ୟୁ ମୁଖକୁ ଯିବ କିମ୍ବା ସେହି ଅଙ୍ଗଟି କାଟିବାକୁ ପଡିବ l