Odisha news

ଖୋର୍ଦ୍ଧା : ନାବାଳିକା ଉଦ୍ଧାର; ଅପହର୍ତା ଗିରଫ

0

ଖୋର୍ଦ୍ଧା : ଖୋର୍ଦ୍ଧା ଆଦର୍ଶଥାନା ଅନ୍ତର୍ଗତ ଗୁରୁଜଙ୍ଗ ଅଂଚଳରୁ ସଂଖ୍ୟାଲଘୁ ସମ୍ପ୍ରଦାୟର ଜନୈକ ୧୬ବର୍ଷର ନାବାଳିକାକୁ ଅପହରଣ କରିନେଇଥିବା ଅଭିଯୋଗରେ ପୁଲିସ ଭୁବନେଶ୍ୱର ଚନ୍ଦକାଥାନା ଅନ୍ତର୍ଗତ ପିତାପଲ୍ଲୀ ଗ୍ରାମୁଣ୍ଡି ଗ୍ରାମର ରାଜ କୁମାର ଦାସ(୨୨)କୁ ଗିରଫ କରିଛି । ପୁଲିସ ସୂଚନା ମୁତାବକ, ଜନୈକ ନାବାଳିକା ପୁରୀ ଜିଲ୍ଲା କାକଟପୁର ଅଂଚଳର ହୋଇଥିବାବେଳେ ସେ ଦୀର୍ଘଦିନ ହେବ ଖୋର୍ଦ୍ଧା ଗୁରୁଜଙ୍ଗ ଅଂଚଳରେ ପରିବାର ସହିତ ରହୁଛନ୍ତି । ତେବେ ଅଭିଯୁକ୍ତ ଜଣଙ୍କ ନାବାଳିକା ସଂସ୍ପର୍ଷରେ ଆସି ତାକୁ ପ୍ରେମ ଜାଲରେ ଫସାଇଥିଲା । ଏହାପରେ ବିଭାହର ପ୍ରଲୋଭନ ଦେଖାଇ ବିଭିନ୍ନ ସମୟରେ ତାଙ୍କ ସହ ଶାରୀରିକ ସମ୍ପର୍କ ସ୍ଥାପନ କରିଥିଲା ।

ତେବେ ଗତ ଜୁନ ୮ ତାରିଖ ସନ୍ଧ୍ୟା ୬ଟା ସମୟରେ ନାବାଳିକାକୁ ଅଭିଯୁକ୍ତ ଜଣଙ୍କ ଅପହରଣ କରିନେଇଥିବା ପରିବାର ପକ୍ଷରୁ ଥାନାରେ ଅଭିଯୋଗ ହୋଇଥିଲା । ଅଭିଯୋଗ ଉପରେ ପୁଲିସ ୧୯୧/୨୦୨୦ରେ ଦଫା ୩୬୩, ୩୬୬, ୩୭୬(୨) ଆଇପିସି ୬ ପୋକ୍ସ ଆକ୍ଟରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ତେବେ ଗତକାଲି ବିଳମ୍ବିତ ରାତିରେ ଚନ୍ଦକା ଥାନା ଅଂଚଳରୁ ଉଭୟଙ୍କୁ ପୁଲିସ ଉଦ୍ଧାର କରି ଆଜି ଡାକ୍ତରୀମାଇନା କରାଯାଇଛି । ନାବାଳିକାଙ୍କ ୧୬୪ ବୟାନ ରେକର୍ଡ ପାଇଁ ମାଜିଷ୍ଟ୍ରେଟଙ୍କ ନିକଟକୁ ନିଆଯାଇଥିବାବେଳେ ଅଭିଯୁକ୍ତକୁ ପୋକ୍ସ କୋର୍ଟରେ ହାଜର କରାଯିବ ବୋଲି ତଦନ୍ତକାରୀ ଅଧିକାରୀ ପେଲ ବେହେରା ସୂଚନା ଦେଇଛନ୍ତି ।

Leave A Reply