Odisha news

ଅତିକାୟ ମାଛର ଓଜନ ୮ କ୍ୱିଣ୍ଟାଲ୍‌

0

ଦୀଘା :  ଉଡନ୍ତା ଜାହାଜ ଭଳି ଦେଖାଯାଉଥିବା ପ୍ରାୟ ୮ କ୍ୱିଣ୍ଟାଲ ଓଜନର ଏକ ପ୍ରକାଣ୍ଡ ମାଛ ପଶ୍ଚିମବଙ୍ଗ ଦୀଘା ସମୁଦ୍ରରେ ଧରାଯାଇଛି । ଏହା ୨୦ ଲକ୍ଷ ଟଙ୍କାରେ ବିକ୍ରି ହୋଇଛି । ଏ ଇଲାକାରେ ପୂର୍ବରୁ ଏଭଳି ମାଛ କେବେ ଧରାଯାଇ ନ ଥିଲା । ସେଥିପାଇଁ ଏହାକୁ ଖୁବ୍‌ ଦୁର୍ଲଭ ବୋଲି କୁହାଯାଉଛି । ମାଛର ନାଁ ଚିଲ୍‌ଶଙ୍କର ଫିସ୍‌ । ଏହାର ରଙ୍ଗ କଳା । ଓଜନ ଅଧିକ ଥିବାରୁ ଏହା ଜାଲ ଭିତରେ ହଲ୍‌ଚଲ୍‌ ହୋଇ ପାରୁ ନ ଥିଲା । ମାଛକୁ ରଶିରେ ବାନ୍ଧି ଭ୍ୟାନ୍‌ରେ ରଖାଗଲା। ମାର୍କେଟରେ କିଲୋପ୍ରତି ୨୧୦୦ ଟଙ୍କା ନିଲାମ ଡକାଯାଇଥିଲା । ଏ ମାଛର ତେଲ ଓ ହାଡରୁ ଔଷଧ ପ୍ରସ୍ତୁତ କରାଯାଏ । ଏ ମାଛ ଯୋଗୁ ଲକ୍‌ଡାଉନ୍‌ରେ ଧୀବରଙ୍କ ଲଟେରି ଲାଗିଥିବା ଚର୍ଚ୍ଚା ହେଉଛି ।

Leave A Reply