ହିମାଂଶୁ ଶେଖର ଆଚାର୍ଯ୍ୟ : ଦୀର୍ଘଦିନ ପ୍ରତୀକ୍ଷାର ଅବସାନ ଘଟିଛି । “ବନ୍ଦେ ଉତ୍କଳ ଜନନୀ” କୁ ରାଜ୍ୟ ସଙ୍ଗୀତର ମାନ୍ୟତା ମିଳିଛି । ଗତ ରବିବାର ଜୁନ୍ ୭ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ ବୈଠକରେ ଏ ନେଇ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ନିଷ୍ପତ୍ତି ଅନୁସାରେ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ରଚିତ “ବନ୍ଦେ ଉତ୍କଳ ଜନନୀ” ସଙ୍ଗୀତକୁ ରାଜ୍ୟ ସଙ୍ଗୀତ ମାନ୍ୟତା ଦିଆଯାଇଛି । ଏଠାରେ ଉଲ୍ଲେଖ୍ୟ ଯୋଗ୍ୟ ଯେ ଓଡିଆ ଜାତିର ଅସ୍ମିତା ଓ ଭାବାବେଗର ସଙ୍ଗୀତ ହେଉଛି “ବନ୍ଦେ ଉତ୍କଳ ଜନନୀ” ।କାନ୍ତକବିଙ୍କ ଏହା ହେଉଛି କାଳଜୟୀ ସୃଷ୍ଟି ।ଏଥିରେ ଅଫୁରନ୍ତ ଶକ୍ତି ଓ ସୈାନ୍ଦର୍ଯ୍ୟ ଓ ଆଗକୁ ବଢିବାର ପ୍ରେରଣା ରହିଛି । ମୁଖ୍ୟମନ୍ତ୍ରୀଙ୍କ ପଞ୍ଚମପାଳିର ପ୍ରଥମ ବର୍ଷରେ ଏହି ଐତିହାସିକ ନିଷ୍ପତ୍ତିକୁ ବିଭିନ୍ନ ମହଲରୁ ରାଜ୍ୟ ସରକାର ବିଶେଷ କରି ମୁଖ୍ୟମନ୍ତ୍ରୀଙ୍କୁ ଅଭିନନ୍ଦନ ଜ୍ଞାପନ କରାଯାଇଛି । ଏଥି ସହିତ ଏହି ସଙ୍ଗୀତର ଗାୟନର ଅନୁମୋଦିତ ସ୍ୱର, ଶୈଳୀ ତଥା ରେକର୍ଡିଂ ଓଡିଶା ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗ ଦ୍ୱାରା ପ୍ରସ୍ତୁତ କରାଯିବା ପାଇଁ ସ୍ଥିର କରାଯାଇଛି । ଏଥିସହିତ ସଙ୍ଗୀତ ସୁଧାକର ବାଳକୃଷ୍ଣ ଦାଶଙ୍କ ଦ୍ୱରା ପ୍ରସ୍ତୁତ ଶୈଳୀରେ ଗାନ କରାଯିବ ‘ବନେ୍ଦ ଉକôଳ ଜନନୀ’ । ଗୀତର ଅବଧି ୨ମିନିଟ ୧୧ ସେକେଣ୍ଡ ରହିବା ସହିତ ଗୀତର ସମସ୍ତ ପଦ ରହିବ ବୋଲି ରାଜ୍ୟ ସରକାରଙ୍କ ତରଫରୁ ସୂଚନା ଦିଆଯିବା ପରେ ଏହାକୁ କିପରି ଗାନ କରାଯିବ ବୋଲି ଯେଉଁ ଚର୍ଚ୍ଚା ହେଉଥିଲା ସେଥିରେ ଯବନିକା ପଡିଛି ।ସରକାର ନିଷ୍ପତ୍ତି ନେଲେ, ଏହି ଆନନ୍ଦ , ଉଲ୍ଲାସ, ଉଦ୍ବେେଳନକୁ ବଜାୟ ରଖିବା ଦାୟିତ୍ୱ ଆମ ସମସ୍ତଙ୍କର । ଏଥିରେ ଆମେ କେତେ ସଫଳ ହେବା ତାହା ସମୟ କହିବ!
ଏଠାରେ ସୂଚନାଯୋଗ୍ୟ ଯେ, କାନ୍ତକବି ଲକ୍ଷ୍ମୀକାନ୍ତଙ୍କର ରଚିତ “ବନ୍ଦେ ଉତ୍କଳ ଜନନୀ” ୧୯୧୨ ମସିହାରେ ବାଲେଶ୍ୱରଠାରେ ଅନୁଷ୍ଠିତ ଉକôଳ ସମ୍ମିଳନୀର ଅଧିବେଶନରେ ଗାନ କରାଯାଇଥିଲା । ପରେ ୧୯୩୬ ମାସିହା ଏପ୍ରିଲ ପହିଲାରେ ସ୍ୱତନ୍ତ୍ର ଓଡିଶା ଗଠନ ହେଲାପରେ ଏହାକୁ ରାଜ୍ୟ ସଙ୍ଗୀତ ଭାବେ ଗାନ କରାଯାଇଥିଲା ।ଆରମ୍ଭରୁ ବିଦ୍ୟାଳୟମାନଙ୍କରେ ଏବଂ ସଭା ସମିତିରେ “ବନ୍ଦେ ଉତ୍କଳ ଜନନୀ” ଗାନ କରାଯାଉଥିଲେ ମଧ୍ୟ ଏହାର ବିିଧିବଦ୍ଧ ସରକାରୀ ମାନ୍ୟତା କିଛି ନଥିଲା । ୧୯୯୪ ମସିହା ଡିସେମ୍ବର ୨୨ ତରିଖରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରୀତ୍ୱ ସମୟରେ ତତ୍କାଳ୍ଳୀନ ବିଧାନସଭା ବାଚସ୍ପତି ସର୍ବଦଳୀୟ ବୈ÷ଠକ ଡାକି “ବନ୍ଦେ ଉତ୍କଳ ଜନନୀ” ବିଧାନସଭାର ପ୍ରତ୍ୟେକଟି ଅଧିବେଶନର ଉଦ୍ୟାପନୀ ସଙ୍ଗୀତ କରିବାକୁ ନିଷ୍ପତ୍ତି ନେଇଥିଲେ । ସେବେଠାରୁ ବିଧାନସଭାରେ ଅଧିବେଶନର ଶେଷ ଦିନରେ ‘ବନେ୍ଦ ଉକôଳ ଜନନୀ’ ଗାନ କରାଯାଇଅସୁଛି । ଶେଷରେ ସେହି ଶୁଭଦିନ ଆସିଲା ଓ କ୍ୟାବିନେଟ୍ରେ “ବନ୍ଦେ ଉତ୍କଳ ଜନନୀ” ରାଜ୍ୟ ସଙ୍ଗୀତର ମାନ୍ୟତା ପାଇଲା ।ଏଥିପାଇଁ ମାର୍ଗଦର୍ଶିକା ପ୍ରସ୍ତୁତ ହୋଇଛି ଯଥା- ୧. ସମ୍ପୂର୍ଣ୍ଣ ଗୀତକୁ ଗ୍ରହଣ କରାଯାଇଛି , ୨-ସୂଚନା ଓ ଲୋକ ସମ୍ପର୍କ ବିଭାଗ ସ୍ୱର, ଶୈ÷ଳୀ ଓ ରେକର୍ଡିଂ ସ୍ଥିର କରିବ, ୩- ସରକାରୀ କାର୍ଯ୍ୟକ୍ରମ ଗୁଡିକରେ ବିନା ବାଦ୍ୟରେ ଗାନ କରାଯିବ, ୪-ସ୍କୁଲ, କଲେଜ ଓ ସଭାସମିତିରେ ବାଦ୍ୟଯନ୍ତ୍ର ସଙ୍ଗତରେ ଗାନ କରାଯିବ, ୫-ବୟସ୍କ-ଅସୁସ୍ଥ-ଭିନ୍ନକ୍ଷମ ଓ ଶିଶୁ ଗାନ ବେଳେ ଛିଡାହେବେନାହିଁ , ୬-ପାଠ୍ୟକ୍ରମରେ ଅର୍ନ୍ତଭୂକ୍ତ କରାଯିବ । କାନ୍ତକବିଙ୍କ ରଚନାରେ ଦେଶ ଓ ଜାତିପ୍ରେମର ଝଲକ ଦେଖିବାକୁ ମିଳିଥାଏ । ଏଠାରେ ପ୍ରଣିଧାନଯୋଗ୍ୟ ଯେ, ଯେତେବେଳେ ‘ବନେ୍ଦ ଉକôଳ ଜନନୀ’ ଗାନ କରାଯାଉଥିଲା ସେତେବେଳେ ଉକôଳ ଗୈାରବ ମଧୂସୁଦନ ଦାସ କାନ୍ତକବିଙ୍କର ଭୁୟସୀ ପ୍ରଶଂସା କରୁଥିଲେ ।
କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ୧୮୮୮ ମସିହା ଡିସେମ୍ବର୯ ତାରିଖରେ ଗୁରୁବାର ଦିନ ଭଦ୍ରକ ଜିଲ୍ଲାର ତିହିଡି ବ୍ଲକର ତାଳପଦା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ ।ତାଙ୍କ ପିତାଙ୍କ ନାମ ଚୈାଧୁରୀ ଭାଗବତ ପ୍ରସାଦ ସମାନ୍ତରାୟ ଓ ମାତାଙ୍କ ନାମ ରାଧାମଣୀ । ଗୁରୁବାର ଦିନ ଜନ୍ମହୋଇଥିବାରୁ ତାଙ୍କନାମ ଲକ୍ଷ୍ମୀକାନ୍ତ ରଖାଯାଇଥିଲା । ପରେ ସେତେବେଳର ସୁନାମଧନ୍ୟ ଶିକ୍ଷାବିତ୍ ଓ ସମାଜସେବୀ ଲକ୍ଷ୍ମୀନାରାୟଣ ସାହୁ ପ୍ରଥମେ ତାଙ୍କୁ କାନ୍ତକବି ଭାବରେ ସମ୍ବୋଧନ କରିଥିଲେ ।ତା ପରଠୁ ସେ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ରୂପେ ସୁପରିଚିତ ହୋଇଥିଲେ । ଭାଗବତ ପ୍ରସାଦ ବିହାର-ଓଡିଶା ବିଧାନସଭାରେ ଚାରିଥର ପ୍ରତିନିଧିତ୍ୱ କରିଥିଲେ ଓ ଦୁଇଥର ଉପବାଚସ୍ପତି ଦାୟିତ୍ୱ ନିର୍ବାହ କରିଥିଲେ ।ତାପରଠୁ ସେ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ଭାବେ ସୁପରିଚିତ ହୋଇଥିଲେ ।୧୯୨୦-୨୧ର ଅସହଯୋଗ ଆନେ୍ଦାଳନ ଏବଂ ୧୯୩୦ର ଲବଣସତ୍ୟାଗ୍ରହ କାନ୍ତକବିଙ୍କ ପରିବାର ଉପରେ ଗଭୀର ପ୍ରଭାବ ପକାଇଥିଲା । ତାଙ୍କ ବାପା ଭାଗବତ ପ୍ରସାଦ ସାମନ୍ତରାୟ, ଭଉଣୀ କୋକିଳା ଦେବୀ ଓ ଜାହ୍ନବୀ ଦେବୀ ଏବଂ ସାନଭାଇ କମଳାକାନ୍ତ ପ୍ରମୁଖ ୧୯୩୦ ମସିହାର ଇଞ୍ଚୁଡି ଲବଣ ସତ୍ୟାଗ୍ରହରେ ପ୍ରତ୍ୟକ୍ଷଭାବେ ଭାଗନେଇଥିଲେ । ସେହି ସମୟରେ ସାଧାରଣ ଜନତାଙ୍କୁ ପ୍ରବର୍ତ୍ତାଇବା ନିମନ୍ତେ ଏବଂ ସେମାନଙ୍କୁ ଜାତୀୟତା ଭାବରେ ଆକର୍ଷଣ କରିବାନିମନ୍ତେ ସେ ନିଜ କଲମର ସାହାଯ୍ୟ ନେଇଥିଲେ ଏବଂ ଗଳ୍ପ, ଉପନ୍ୟାସ, ନାଟକ ଓ ଦେଶାତ୍ମକବୋଧ ସଂଙ୍ଗୀତ ଲେଖୁଥିଲେ ।
ଓଡିଆ ଜାତିର ଇତିହାସ ଘଟଣା ବହୁଳ । ପ୍ରତିଟି ସଫଳତା ଓ ବିଜୟପାଇଁ ଓଡିଆ ଜାତିକୁ ସଂଘ୍ରସ କରିବାକୁ ପଡିଛି । ଯେତେବେଳେ ସାରା ଦେଶ ଇଂରେଜ ମାନଙ୍କ ବିରୋଧରେ ସ୍ୱଧୀନତାପାଇଁ ଲଢୁଥିଲା ସେତେବେଳେ ଓଡିଶା ହେଉଛି ଏକମାତ୍ର ରାଜ୍ୟ ଯେକି ଭାଷା ଭିତ୍ତିରେ ସ୍ୱତନ୍ତ୍ର ପ୍ରଦେଶ ପାଇବା ପାଇଁ ସଂଗ୍ରାମ କରୁଥିଲା । ତିନିଦଶନ୍ଧିରୁ ଉଦ୍ଧ୍ୱ ସମୟର ପ୍ରୟାସ ପରେ ୧୯୩୬ ମସିହାରେ ଏପ୍ରିଲ ପହିଲାରେ ଆମେ ସ୍ୱତନ୍ତ୍ର ଉକôଳ ପ୍ରଦେଶର ମାନ୍ୟତା ପାଇଲୁ । ଏଠାରେ ଉଲ୍ଲେଖ ନକରିବା ଠିକ ହେବନାହିଁ ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମୟରେ ହିଁ ଚାରୋଟି ବଡ ସଫଳତା ମିଳିଛିି । ପ୍ରଥମଟି ଓଡିଶା ତାର ବନାନଗତ ଶୁଦ୍ଧିକରଣର ସଫଳତା ପାଇଛି, ଦ୍ୱିତୀୟରେ ଓଡିଆ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ମିଳିଛି, ତୃତୀୟରେ ଓଡିଆକୁ ସରକାରୀଭାଷା ଭାବେ ଗ୍ରହଣ କରାଯାଇଛି ଏବଂ ଚତୁର୍ଥ ଓ ଶେଷ ହେଉଛି ‘ବନେ୍ଦ ଉକôଳ ଜନନୀକୁ’ ରାଜ୍ୟ ସଙ୍ଗୀତର ମାନ୍ୟତା ଦିଆଯାଇଛି । ଏହି ଖୁସିରେ ଆମେ ପୁଣିଥରେ ସରକାର ଓ ବିଶେଷ କରି ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇବା ଅବସରରେ ଏହି ଦିନଟିକୁ ଇତିହାସ ପୃଷ୍ଠାରେ ସବୁଦିନପାଇଁ ସ୍ମରଣୀୟ କରି ରଖିବାପାଇଁ ସଂକଳ୍ପ ନେବା ।