Odisha news

କଣିହାଁ ବନାଞ୍ଚଳ ଅଧିନସ୍ଥ ବାଲିପଶି ଜଙ୍ଗଲରେ ଅସୁସ୍ଥ ହାତୀର ମୃତ୍ୟୁ

0

କଣିହାଁ : କଣିହାଁ ବନାଞ୍ଚଳ ଅଧିନସ୍ଥ ବାଲିପଶି ସଦରଖୋଲ ସଂରକ୍ଷିତ ଜଙ୍ଗଲରେ ଏକ ଅସୁସ୍ଥ ହାତୀର ମୃତ୍ୟୁ ହୋଇଛି ।  ପ୍ରାୟ ୩ବର୍ଷର ହୋଇଥିବା ଉକ୍ତ ଅଣ୍ଡିରା ହାତୀର ଚିକିତ୍ସାଧୀନ ଅବସ୍ଥାରେ ମଙ୍ଗଳବାର ସକାଳ ୧୧ଘଟିକା ସମୟରେ ମୃତ୍ୟୁ ହୋଇଥିବା ଜଣାଯାଇଛି  । ପରେ କଣିହାଁ ବନାଂଚଳ ଅଧିକାରୀ ନିଳମଣୀ ଦେହୁରୀଙ୍କ ତତ୍ୱାବଧାନରେ ରେଙ୍ଗାଳି ପ୍ରାଣି ଚିକିତ୍ସା ଅଧିକାରୀ କମଳ ଲୋଚନ ଦାସଙ୍କ ଦ୍ୱାରା ବ୍ୟବଛେଦ କରାଯିବା ପରେ ସେହି ସ୍ଥାନରେ ପୋତି ଦିଆଯାଇଥିଲା ।

ରବିବାର ବିଳମ୍ବିତ ରାତିରେ ଉକ୍ତ ହାତୀପଲରୁ ଏକ ଛୋଟ ହାତୀ ଏକୁଟିଆ ଅସୁସ୍ଥ ଅବସ୍ଥାରେ ବୁଲୁଥିବା ଜଙ୍ଗଲ ବିଭାଗକୁ ଖବର ମିଳିଥିଲା । ପରେ ଜଙ୍ଗଲ ବିଭାଗ ପକ୍ଷରୁ ଉକ୍ତ ହାତୀକୁ ଖୋଜିବା ଆରମ୍ଭ ହୋଇଥିଲାବେଳେ ସୋମବାର ଭୋର ସକାଳ ପ୍ରାୟ ୪ଘଟିକା ସମୟରେ ଅସୁସ୍ଥ ଅବସ୍ଥାରେ ଉକ୍ତ ଜଙ୍ଗଲରେ ଥିବା ଠାବ କରାଯାଇଥିଲା । ପରେ ଅନୁଗୋଳ ବନଖଣ୍ଡ ଅଧିକାରୀ ସାତକୋଶିଆ ପ୍ରାଣି ଚିକିତ୍ସା ଟିମକୁ ନେଇ ଘଟଣାସ୍ଥଳରେ ପହଁଚି ତାର ଚିକିତ୍ସା ଆରମ୍ଭ କରିଥିଲେ । ଚିକିତ୍ସାବେଳେ ତାର ପାଟିରେ ଘା ହୋଇଥିବା କରଣରୁ ସେ ଖାଇ ନପାରି ଅସୁସ୍ଥ ହୋଇପଡିଥିଲା ବୋଲି ଜଣାପଡିଥିଲା ।  ସମସ୍ତ ଚିକିତ୍ସା ଜାରି ରହିଥିଲେ ମଧ୍ୟ ମଙ୍ଗଳବାର ହାତୀଟିର ମୃତ୍ୟୁ ହୋଇଥିଲା ।

Leave A Reply