ବୋରିଗୁମ୍ମା (K.sakil Dora)କରୋନା ଭାଇରସ ଶେଷରେ କୋରାପୁଟ ଜିଲ୍ଲା କୁ ମାଡି ଆସିଛି। ଜିଲ୍ଲା ବାସୀ ଯାହାକୁ ଭୟ କରୁଥିଲେ, ଶେଷରେ ସେହା ହେଲା। ଲକ ଡାଉନ ର ୩୩ ଦିନପରେ କୋରାପୁଟ ଜିଲ୍ଲାରୁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି। ଏନେଇ ସୂଚନା ଓ ପ୍ରସାରଣ ବିଭାଗ ଟ୍ୱିଟର ମାଧ୍ୟମ ରେ ଜଣାଇଛନ୍ତି। କୋରାପୁଟ ଜିଲ୍ଲା ଦସମନ୍ତପୁର ବ୍ଲକ ଅନ୍ତର୍ଗତ ପୋଡ଼ାଗଡ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ରେ କାମ କରୁଥିଲେ। ସେ ହେଉଛନ୍ତି ପଶ୍ଚିମବଙ୍ଗ ଫେରନ୍ତା। ସେ ହେଉଛନ୍ତି ୨୨ ବର୍ଷୀୟ ପୁରୁଷ ସ୍ୱାସ୍ଥ୍ୟ କର୍ମୀ। ଗତ ୧୪ ତାରିଖ ରେ ଏକ କାର ଯୋଗେ କୋଲକାତା ରୁ ପୋଡ଼ାଗଡ ଫେରିଥିଲେ। ସେହି ଦିନ ଠାରୁ ସେହି ୨୨ ବର୍ଷୀୟ ପୁରୁଷ ସ୍ୱାସ୍ଥ୍ୟ କର୍ମୀ କୁ ପୋଡ଼ାଗଡ ଠାରେ କ୍ବାରେନଟାଇନ ରେ ରଖା ଯାଇଥିଲା। ପୋଡ଼ାଗଡ କ୍ବାରେନଟାଇନ ରେ ଏହି ୨୨ ବର୍ଷୀୟ ପୁରୁଷ ସ୍ୱାସ୍ଥ୍ୟ କର୍ମୀ ଙ୍କ ସହ ଅନ୍ୟ ଦୁଇ ଜଣ ରହିଥିବା ସୂଚନା ମିଳିଛି।ସେ କଣ ପାଇଁ କୋଲକାତା ଯାଇଥିଲେ। ସେଠାରେ ସେ କେତେ ଦିନ ରହିଥିଲେ । ଏହାର ତଦନ୍ତ ସ୍ୱାସ୍ଥ୍ୟ ବିଭାଗ କରୁଛି। ଏହି ବ୍ୟକ୍ତି ହେଉଛନ୍ତି ଜିଲାର ପ୍ରଥମ କରୋନା ଆକ୍ରାନ୍ତ। କୋରାପୁଟ ଜିଲ୍ଲା କୁ କରୋନା ଛୁଇଁଲା ପରେ ଭୟବିତ ହୋଇପଡିଛନ୍ତି କୋରାପୁଟ ଜିଲ୍ଲାବାସୀ। କୋରାପୁଟ ଜିଲ୍ଲା ରୁ ଗତ କିଛି ଦିନ ତଳେ ଦୁଇ ଶହରୁ ଉର୍ଦ୍ଧ୍ବ ସ୍ୱାବ ପରୀକ୍ଷା ପାଇଁ ଭୁବନେଶ୍ବର ଯାଇଥିଲା। ବିଭିନ୍ନ ବ୍ଲକ ରୁ ସ୍ୱାବ ସଂଗ୍ରହ କରାଯାଇ ସ୍ୱାସ୍ଥ୍ୟ ବିଭାଗ ଭୁବନେଶ୍ୱର ପଠାଇଥିଲା। କୋରାପୁଟ ଜିଲ୍ଲା ରେ ପ୍ରଥମ କରୋନା ଚିହ୍ନଟ ପରେ କୋରାପୁଟ ବାସୀ ଆତଙ୍କିତ। ଲକ ଡାଉନ ର ୩୩ ଦିନ ପରେ ବି ଜିଲ୍ଲାବାସୀ ଶାନ୍ତିରେ ଜୀବନ ଯାପନ କରୁଥିଲେ। ଜିଲାରେ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ପରେ ପ୍ରଶାସନ ର ଚିନ୍ତା ବଡ଼ିଯାଇଛି।ବର୍ତ୍ତମାନ ଜିଲ୍ଲା ପ୍ରଶାସନ ଆଗକୁ କଣ ପଦକ୍ଷେପ ନେଉଛି, ତାହା ଦେଖିବାକୁ ବାକି ରହିଲା।