କୋଦଳା : କରୋନା ମହାମାରୀକୁ ନେଇ ସବୁଠି ଉତ୍କଟ ଚିନ୍ତା ଲାଗି ରହିଥିବା ବେଳେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେବେ ଗତ ଶୁକ୍ରୁବାର କାଳ ବୈଶାଖୀ କିଛି ସ୍ଥାନରେ କରୋନା ଠାରୁ ବି ଉକ୍ରଟ ସମସ୍ୟା ସୃଷ୍ଟି କରିଛି । ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକର ଗତ ଶୁକ୍ରୁବାର କାଳ ବୈଶାଖୀର ପ୍ରଭାବରେ ଗାଁର କିଛି ଘରର ଛପର ଉଡ଼ିଯାଇଥିବା ବେଳେ ଶୁକ୍ରବାର ରାତି ଠାରୁ ଏଯାବତ୍ ବ୍ଲକ୍ର ଅଧାରୁ ଅଧିକ ଅଞ୍ଚଳରେ ବିଦୁ୍ୟତ ସେବା ପ୍ରଭାବିତ ହୋଇ ପଡ଼ିଛି । ପ୍ରବଳ ବର୍ଷା ପବନରେ ବିଜୁଳୀ ଖୁଣ୍ଟ ଗୁଡ଼ିକ ପଡ଼ିଯାଇଥିବା ବେଳେ ଅନେକ ପରିମାଣର ତାର ମଧ୍ୟ ଛିଣ୍ଡି ଯାଇଛି । ଶନିବାର ସକାଳୁ ବିଦୁ୍ୟତ ବିଭାଗର କର୍ମଚାରୀମାନେ ଯଦିଓ ସଜାଡ଼ିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି ତଥାପି ଏଯାବତ୍ କାମ ଶେଷ ହୋଇ ନଥିବାରୁ ବିଦୁ୍ୟତ ଯୋଗାଣ ବାଧାପ୍ରାପ୍ତ ହୋଇଛି । ବ୍ଲକ୍ର ଖଣ୍ଡିଆନଈ, କେ. ବରିଡ଼ା, ମର୍ଦ୍ଦକୋଟ, ଚିଙ୍ଗୁଡ଼ିଖୋଲ, ଚନ୍ଦନପୁର ପ୍ରଭୃତି ବହୁ ପଞ୍ଚାୟତରେ ବିଦୁ୍ୟତ ଯୋଗାଣ ବିଚ୍ଛିନ୍ନ ହୋଇଥିବା ବେଳେ ସଜାଡ଼ିବା ପାଇଁ ଉଦ୍ୟମ ଜାରି ରଖିଛି ବିଭାଗ । ତେବେ ଏ କାଳ ବୈଶାଖୀ ଶୁକ୍ରବାର ଠାରୁ କ୍ରମାଗତ ଭାବେ ସନ୍ଧ୍ୟାରେ ଆସୁଥିବାରୁ ଜୀବିକା ଜୀବନକୁ ନେଇ ଆତଙ୍କିତ ହୋଇପଡ଼ିଛନ୍ତି ଲୋକେ । ବେଗୁନିଆପଡ଼ା ଠାରୁ ଅଙ୍ଗାରଗାଁ ପର୍ଯ୍ୟନ୍ତ ବିଜୁଳୀ ସେବା ବାଧାପ୍ରାପ୍ତ ହୋଇଥିବା ବେଳେ କେବେ ସ୍ୱାଭାବକ ହେବ ସେ ନେଇ ଆଶା ଆକାଂକ୍ଷା ଲାଗି ରହିଛି । ସାଉଥକୋ ବିଭାଗୀୟ ଯନ୍ତ୍ରୀଙ୍କ କହିବା ଅନୁସାରେ ୧୨ ରୁ ଉଦ୍ଧ୍ୱର୍ ୩୩ କେ.ଭିି ପୋଲ, ୨୦ରୁ ଉଦ୍ଧ୍ୱର୍ ୧୧ କେ.ଭି ପୋଲ ଓ ଅନେକ ପରିମାଣର ଏଲ.ଟି. କ୍ଷତି ଗ୍ରସ୍ତ ହୋଇଛି । ସେଗୁଡ଼ିକ ସଜାଡ଼ିବା ପାଇଁ ସମୟ ଲାଗୁଥିବାରୁ ବିଦୁ୍ୟତ ସେବା ସ୍ୱାଭାବିକ ହେବାକୁ ଆହୁରି ୪ ରୁ ୫ ଦିନ ଲାଗିପାରେ ବୋଲି ସେ କହିଛନ୍ତି ।