Odisha news

ଜେଇଇ ମେନ୍ ୨୦୨୪ ସେସନ୍-୧ରେ ଫିଟ୍ଜୀ ଭୁବନେଶ୍ୱର ଓ କଟକ କେନ୍ଦ୍ର ଛାତ୍ରଛାତ୍ରୀଙ୍କ ଉଲ୍ଳେଖନୀୟ ସଫଳତା

0

ଭୁବନେଶ୍ୱର: ଜେଇଇ ମେନ୍ ସେସନ୍-୧ର ପରୀକ୍ଷା ଫଳ ପ୍ରକାଶ ପାଇଥିବା ବେଳେ ଦେଶର ଅଗ୍ରଣୀ କୋଚିଂ ପ୍ରତିଷ୍ଠାନ ଫିଟ୍ଜୀ ଏହାର ଛାତ୍ରଛାତ୍ରୀମାନଙ୍କ ଉଲ୍ଲେଖନୀୟ ସଫଳତାକୁ ପାଳନ କରୁଛି । ଫିଟ୍ଜୀ ପ୍ରତିବର୍ଷ ନୂଆ ନୂଆ ମାଇଲଖୁଂଟ ହାସଲ କରୁଛି ।
ଫିଟ୍ଜୀ ଭୁବନେଶ୍ୱର କେନ୍ଦ୍ରର ୪ ବର୍ଷୀୟ କ୍ଲାସରୁମ୍ ଓ ପିନାକଲ୍ ଇଂଟିଗ୍ରେଟେଡ୍ ଦୁଇ ବର୍ଷିଆ କାର୍ଯ୍ୟକ୍ରମର ଛାତ୍ର ସତ୍ୟେନ୍ଦୁ କର ୯୯.୯୮୩୯ ଏନ୍ଟିଏ ସ୍କୋର ସହ ରାଜ୍ୟ ଟପର ହୋଇଛନ୍ତି । ଫିଟ୍ଜୀ କଟକ କେନ୍ଦ୍ରର ଚାରି ବର୍ଷିଆ କ୍ଲାସରୁମ୍ ପ୍ରୋଗ୍ରାମର ଛାତ୍ର ଲକ୍ଷ୍ମୀକାନ୍ତ ନାୟକ ୯୯.୮୩୫୧ ଏନ୍ଟିଏ ସ୍କୋର ସହ କଟକ ସହର ଟପର ହୋଇଛନ୍ତି । ଫିଟ୍ଜୀର ୮ ଜଣ ଛାତ୍ରଛାତ୍ରୀ ୧୦୦ ପର୍ସେଟାଂଇଲ୍ ହାସଲ କରିଛନ୍ତି । ଫିଟ୍ଜୀର ଲଙ୍ଗ ଟର୍ମ କ୍ଲାସରୁମ୍ ପ୍ରେଗ୍ରାମର ୭ ଜଣ ଛାତ୍ରଛାତ୍ରୀ ସେମାନଙ୍କ ରାଜ୍ୟରେ ଟପର ହୋଇଛନ୍ତି । ଫିଟ୍ଜୀର ଲଙ୍ଗ ଟର୍ମ କ୍ଲାସରୁମ୍ ପ୍ରେଗ୍ରାମର ୧୩ ଜଣ ଛାତ୍ରଛାତ୍ରୀ ସେମାନଙ୍କ ସହରରେ ଟପର ହୋଇଛନ୍ତି । ଫିଟ୍ଜୀର ୧୫୨୬ ଛାତ୍ରଛାତ୍ରୀ ୯୯ କିମ୍ବା ତା’ଠାରୁ ଭଲ ପର୍ସେଟାଂଲ୍ ରଖିଛନ୍ତି ।
ରାଜ୍ୟ ଟପର ସତ୍ୟେନ୍ଦୁ କର କହିଛନ୍ତି ଯେ ଆଇଆଇଟି ମୋ ପିଲାଦିନର ସ୍ୱପ୍ନ ଥିଲା । ମୋ ପ୍ରଥମ ପଦକ୍ଷେପକୁ ସଫଳ କରିବାରେ ଫିଟ୍ଜୀ ମୋତେ ସାହାଯ୍ୟ କରିଥିଲା । ଫିଟ୍ଜୀର କୋଚିଂ ପଦ୍ଧତି ମୋତେ ବହୁତ ସହାୟକ ହୋଇଥିଲା । ଫିଟ୍ଜୀର ଉଚ୍ଚ ତାଲିମପ୍ରାପ୍ତ ଫାକଲ୍ଟି ବିଭିନ୍ନ ବିଷୟକୁ ଭଲ ଭାବେ ବୁଝିବାରେ ମୋତେ ସାହାଯ୍ୟ କରିଥିଲେ । ଫେଜ୍ ଟେଷ୍ଟ, ମାସିକ ପରୀକ୍ଷା ଏବଂ ଫିଟ୍ଜୀର ସର୍ବଭାରତୀୟ ଟେଷ୍ଟ ସିରିଜ୍ ଆଦି ମୋତେ ପରୀକ୍ଷା ପାଇଁ ଭଲ ଭାବେ ସାହାଯ୍ୟ କରିଥିଲା । ଜେଇଇ ଆଡଭାନ୍ସଡ୍ ୨୦୨୪ ପାଇଁ ମୁଁ ଅଧିକ ଧ୍ୟାନ ସହ ପ୍ରସ୍ତୁତି ଆରମ୍ଭ କରିଛି ।’’
ଫିଟ୍ଜୀ ଜେଇ ଭୁବନେଶ୍ୱର କେନ୍ଦ୍ରର କେନ୍ଦ୍ର ମୁଖ୍ୟ ରଞ୍ଜୟ ବର୍ଦ୍ଧନ କହିଛନ୍ତି ଯେ, “ପ୍ରାରମ୍ଭିକ ସିଦ୍ଧାନ୍ତରୁ ମୌଳିକ ଉପାୟରେ ଛାତ୍ରଛାତ୍ରୀଙ୍କୁ ପ୍ରସ୍ତୁତ କରିବା ଏବଂ ଧାରଣାଗୁଡ଼ିକୁ ଗଭୀର ଭାବରେ ବୁଝିବା ଏବଂ ବିଶ୍ଳେଷଣାତ୍ମକ ଦକ୍ଷତାର ବିକାଶ ଉପରେ ଗୁରୁତ୍ୱ ଦେବା ଆମ ଛାତ୍ରଛାତ୍ରୀଙ୍କ ପାଇଁ ପୁଣି ଫଳପ୍ରଦ ହୋଇଛି । ଫିଟଜୀରେ ଆମର ଲକ୍ଷ୍ୟ ହେଉଛି ଗମ୍ଭୀର ଆଶାୟୀ ଛାତ୍ରଛାତ୍ରୀଙ୍କୁ ଏପରି ପ୍ରଶିକ୍ଷଣ ଦେବା ଯେପରି ସେମାନେ ସଫଳତାର ସହ ଜେଇଇ ପାସ୍ କରିବାକୁ ପ୍ରସ୍ତୁତ ହୋଇପାରିବେ । ସେମାନଙ୍କ ସଫଳତା ପାଇଁ ମୁଁ ସେମାନଙ୍କୁ ଅଭିନନ୍ଦନ ଜଣାଉଛି । ମୁଁ ଫିଟଜୀ ପରିବାରର ଅଧ୍ୟାପକ ଏବଂ ଅନ୍ୟ ଟିମ୍ ସଦସ୍ୟମାନଙ୍କୁ ଅଭିନନ୍ଦନ ଏବଂ ଧନ୍ୟବାଦ ଦେବାକୁ ଚାହୁଁଛି । ସଚ୍ଚୋଟତା ଓ ନିଷ୍ଠାର ସହ ସେମାନଙ୍କର ସୁସମନ୍ୱିତ ଅକ୍ଳାନ୍ତ ପ୍ରୟାସ ହିଁ ଫଳପ୍ରଦ ହୋଇଛି । ବର୍ତମାାନ ପରବର୍ତୀ ଲକ୍ଷ୍ୟ ହେଉଛି ଜେଇଇ ଆଡଭାନ୍ସଡରେ ଭଲ ମାନ୍ୟତା ହାସଲ କରିବା ଏବଂ ମୁଁ ସମସ୍ତ ଆଶାୟୀଙ୍କୁ ଶୁଭେଚ୍ଛା ଜଣାଉଛି ।’’

IEC 2 years
Leave A Reply