Odisha news

ପିତାମାତା ଙ୍କ ର କିଛିଟା ଛୋଟ ଛୋଟ ଭୁଲ୍ ତାଙ୍କ ସନ୍ତାନ ର ଭବିଷ୍ୟତ କୁ କରିଥାଏ ବିଷାକ୍ତ

0
ଆଜିକାଲି ସନ୍ତାନ ମାନଙ୍କୁ ଠିକ୍ ଭାବରେ ପିଲା ମାନଙ୍କର ପାଳନ ପିତାମାତା ଙ୍କ ପାଇଁ ଗୋଟିଏ ଆହ୍ବାନ ହୋଇ ଯାଇଛି । ଅନେକ ସମୟ ରେ ଦେଖିବାକୁ ମିଳିଥାଏ ଯେ କିଛି ପିତାମାତା ନିଜ ସନ୍ତାନ ମାନଙ୍କର ଛୋଟ ଛୋଟ କଥା କୁ ନେଇ ଅସନ୍ତୁଷ୍ଟ ପ୍ରକାଶ ନିଜ ପିଲାଙ୍କ ପ୍ରତି କଠୋର ମନୋଭାବ ଦେଖାଇ ଥାଆନ୍ତି । ପିତାମାତାଙ୍କ ର ଖରାପ୍ ଲାଳନ ପାଳନ କାରଣରୁ ସନ୍ତାନ ମାନଙ୍କ ଉପରେ ଗୁଡ଼ିଏ ଖରାପ୍ ପ୍ରଭାବ ପଡିଥାଏ । ଅନେକ ସମୟରେ ପିତାମାତା ଙ୍କ ଖରାପ୍ ଅଭ୍ୟାସ କାରଣରୁ ପିଲା ମାନେ ତାଙ୍କୁ ଅଣଦେଖା କରି ଥାଆନ୍ତି ।
ଆସନ୍ତୁ ଜାଣିବା ପିତାମାତା ଙ୍କ ଏଭଳି କିଛି ଅଭ୍ୟାସ ବିଷୟରେ -:
-: ବଡ ମାନେ କଥା ହେବା ସମୟରେ ଛୋଟ ପିଲା ଙ୍କୁ ନିଜ ପାଖରେ ବସାଇବା ଉଚିତ୍ ନୁହେଁ । ଏହାଦ୍ବାରା ପିଲାଙ୍କ ଜୀବନ ପ୍ରଭାବିତ ହୋଇ ଥାଏ ।
-: ଆଜିକାଲି ଲୋକ ଙ୍କ ନିକଟରେ ସବୁଠୁ ବଡ଼ ଖରାପ୍ ଗୁଣ ଧର୍ଯ୍ୟ ହୀନତା । ତେଣୁ ସେଥିପ୍ରତି ମାତାପିତା ସଚେତନ ହେବା ସହ ନିଜ ସନ୍ତାନ ଙ୍କୁ ମଧ୍ୟ ଏହି ଶିକ୍ଷା ଦେବା ଆବଶ୍ୟକ ।
-: କଦାପି କୌଣସି ଅସଫଳତା ପାଇଁ ନିଜ ସନ୍ତାନ କୁ ଦୋଷ ଦିଅନ୍ତି ନାହିଁ । କାରଣ ଏହା ପିଲାଇ ମନୋବଳ କୁ ଦୁର୍ବଳ କରିଥାଏ । ଯାହାଦ୍ଵାରା ପିଲା ଅବାଟ ଯାଇଥାଏ । ତେଣୁ ନିଜ ସନ୍ତାନ ର ମନୋବଳ ବଢନ୍ତୁ । କଠିନ ପରିଶ୍ରମ କରିବା ପାଇଁ ସଚେତନ କରନ୍ତୁ ।
– : ପିଲା ବଦ୍ ଖର୍ଚ୍ଚ କରିବା ନିଜ ପିତାମାତା ଙ୍କ ନିକଟରୁ ଶିକ୍ଷା କରି ଥାଆନ୍ତି । ଯେପରିକି ପିତାମାତା ନିଜ ସନ୍ତାନ ର ସମସ୍ତ ଜିଦି କୁ ପୁରଣ କରନ୍ତି । ଯାହା ତାଙ୍କୁ ଅଯଥା ଖର୍ଚ୍ଚ କରିବା ପାଇଁ ପ୍ରୋତ୍ସାହନ ଦେଇଥାଏ । ନିଜ ସନ୍ତାନ ଙ୍କୁ ପଇସାର ମୂଲ୍ୟ ବୁଝାନ୍ତୁ ।
-: ଆଜିକାଲି ପ୍ରତ୍ୟେକ ଅଭିଭାବକ ଇଚ୍ଛା କରୁଛନ୍ତି ତାଙ୍କ ସନ୍ତାନ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ଲାଭ କରୁ । କିନ୍ତୁ ଏହା ଠିକ୍ ନୁହେଁ ମଣିଷ ଜୀବନ ବାଜିରେ ହାରିଲେ ହିଁ ଜିତିବାର ସ୍ଵାଦ ଚାଖିଥାଏ ।
-: ଆଜିର ଆଧୁନିକ ଯୁଗରେ ସମସ୍ତେ ପ୍ରାୟ ଇଲେକ୍ଟ୍ରୋନିକ୍ସ ଗଜେଟ୍ ଯେପରିକି ମୋବାଇଲ ଲାପଟପ୍ ଇତ୍ୟାଦିରେ ଅଧିକ ସମୟ ଅତିବାହିତ କରୁଛନ୍ତି । ଯାହାକି ଠିକ୍ ନୁହେଁ । କାରଣ ଏହି ଅଭ୍ୟାସ ପିଲାର ସାମାଜିକ ଜୀବନ ଶୈଳୀ କୁ ପ୍ରଭାବିତ କରୁଛି । ପିଲାମାନେ କାହା ସହିତ ମିଶି ପାରୁ ନାହାନ୍ତି , ବଡ ମାନଙ୍କ ପ୍ରତି ଆଦର ଓ ସମ୍ମାନ ହ୍ରାସ ପାଉଛି , ପିଲା ମାନଙ୍କ ମଧ୍ୟରେ ଆକ୍ରୋଶ ଭାବ ବୃଦ୍ଧି ପାଉଛି । ତେଣୁ ପିଲାଙ୍କୁ ସାମାଜିକ କରିବା ପାଇଁ ଇଲେକ୍ଟ୍ରୋନିକ୍ସ ଗଜେଟ ଠାରୁ ଦୂରେଇ ରଖନ୍ତୁ ।
-: ନିଜ ପିଲା ଯେପରି ପରିବାର ସଦସ୍ୟ ଙ୍କ ପ୍ରତି ନୈତିକ ମୂଲ୍ୟ ରଖିବ ସେଥି ପ୍ରତି ପିତାମାତା ସତର୍କ ହେବା ଜରୁରୀ । ତେଣୁ ଜେଜେ , ଜେଜେମା , ଅଜା, ଆଈ ଓ ଅନ୍ୟ ସଦସ୍ୟ ଙ୍କ ପ୍ରତି ଆଦର ସମ୍ମାନ ଭାବ ରଖିବେ ସେଥି ପ୍ରତି ସଚେତନ କରିବା ଜରୁରୀ ।
-: ଅନେକ ପିତାମାତା ନିଜ ସନ୍ତାନ ର ସମସ୍ତ ଇଚ୍ଛା କୁ ପୁରଣ କରିବା ତୁରନ୍ତ ରାଜି ହୋଇ ଯାଆନ୍ତି । କିନ୍ତୁ ଏହା ଠିକ୍ ନୁହେଁ । ଏହାଦ୍ବାରା ପିଲା ଭୁଲ୍ ବାଟରେ ପରିଚାଳିତ ହୋଇଥାଏ । ଜୀବନ ରେ ପରିଶ୍ରମ କରିବା କୁ ଇଚ୍ଛା କରି ନ ଥାଆନ୍ତି ଓ ଅୟେସ ଖୋର୍ ହୋଇ ଯାଆନ୍ତି ।
Leave A Reply