ନୂଆପଡା-୬/୭ ସକାଳ ଖବର ( ସୁରେନ୍ଦ୍ର ପ୍ରସାଦ ତିୱାରୀ ) ରାଜ୍ୟ ସରକାର ଅଧିକ ଅମଳ ପାଇଁ ଉନ୍ନତ ମାନ ର ଧାନ ଯୋଗାଇ ଚାଷି ମାନଙ୍କୁ ପ୍ରୋତ୍ସାହନ କରି କୃଷିକାର୍ଯ୍ୟକୁ ଲୋକପ୍ରିୟ କରୁଥିବା ବେଳେ , ସରକାରୀ ପଞ୍ଜୀକୃତ ବିହନ କେନ୍ଦ୍ରରେ ନିମ୍ନମାନର ଧାନକୁ ଆଣି ଠକାମୀର ଶୀକାର ଚାଷୀ ହେଉଥିବା ଗୁରୁତର ଅଭିଯୋଗ ହେଉଛି। ଚାଷି ଠୁ ଧାନ କିଣିଲା ବେଳେ ସରକାର ଏଫଏକ୍ୟୁ ମାନ ର ଧାନ କିଣୁ ଥିବାବେଳେ , ଚାଷିଙ୍କୁ ଏଫଏକ୍ୟୁ ମାନ ର ବିହନ ଯୋଗାଉ ନାହାଁନ୍ତି କାହିଁକି ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ନିଜର ସଞ୍ଚିତ ବିହନକୁ ଛାଡି, ଚାଷୀମାନେ ଅଧିକ ମୂଲ୍ୟ ଦେଇ, ଅଧିକ ପରିଶ୍ରମ ଓ ସମୟ ନଷ୍ଟକରି ବିହନ କେନ୍ଦ୍ର ରୁ ଧାନ କିଣି ସେ ବିହନ ରେ ଭଙ୍ଗା ଧାନ, ପୋଲ ରହିଅଛି । ବିଭିନ୍ନ ପରୀକ୍ଷା ନିରୀକ୍ଷା ପରେ ସରକାର ପ୍ରାମାଣିକ ବୋଲି କ୍ରୟ କରିଥିବା ବିହନରେ ଚାଷୀ ଧାନ କିଣି ଠକାମୀ ରେ ପଡୁଛନ୍ତି। ଖଡ଼ିଆଳ ବ୍ଲକ ଅନ୍ତର୍ଗତ ଖାସବାହାଲ ଗ୍ରାମ ପାଞ୍ଚୟତ ର ଆର୍ତ୍ତତ୍ରାଣପୁର ଗ୍ରାମର ଚାଷୀ ଦୁର୍ଯୋଧନ ହଂସ ଓ ତାଙ୍କ ସାଙ୍ଗ ମାନେ ଖଡ଼ିଆଳ ସ୍ଥିତ ଏକ ବିହନ ବିକ୍ରୟ କେନ୍ଦ୍ର ଠାରୁ ସ୍ବର୍ଣ୍ଣା ଓ ୧୧୫୬ ଧାନ ବିହନ କିଣିଥିଲେ। ୧୧୫୬ ଧାନ ପ୍ୟାକେଟ କୁ ୪୭୫ ଟଙ୍କା ଦେବାକୁ ପଡୁଥିଲା। ଏହି ୧୧୫୬ ଧାନ ପ୍ୟାକେଟ ଖୋଲିବା ପରେ ୨୦ ରୁ ୩୦ ଭାଗ ଭାଙ୍ଗିଯାଇଥିବା ଜଣା ପଡିଥିଲା। ଦୁର୍ଯ୍ୟୋଧନ ଧାନ ବୁଣିବା ପାଇଁ ବିଲରେ ହଳ ଲଗାଇଥିବାରୁ ବାଧ୍ୟ ହୋଇ ସେହି ଧାନ ବିହନକୁ ବୁଣିଥିଲେ। ତେବେ ପ୍ରଶ୍ନ ଉଠୁଛି ଏତେ ପରୀକ୍ଷା ନିରୀକ୍ଷା ପରେ ପ୍ରାମାଣିକ ବୋଲି ଅଧିକ ମୂଲ୍ୟରେ ବିହନ କିଣି ଠକାମୀ ଓ ଶୋଷଣର ଶିକାର ହୁଏ ଚାଷି ତାହାହେଲେ ଦାୟୀ କିଏ ? କ୍ଷତିଗ୍ରସ୍ତ ଚାଷୀଙ୍କ ଦୁଃଖ ବୁଝିବ କିଏ।ସରକାର ଏହାର ତଦନ୍ତ କରି ଦୋଷୀ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ସହିତ କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତିପୂରଣ ବ୍ୟବସ୍ଥା କରିବା ପାଇଁ ଚାଷୀମାନେ ଦାବି କରିଛନ୍ତି ।
Comments are closed.