Odisha news

ସ୍ମାର୍ଟ ଫୋନ୍ ରେ ପରୀକ୍ଷା ଦେବେ ଛାତ୍ରଛାତ୍ରୀ

0

ଭୁବନେଶ୍ୱର : କୋଭିଡ୍ -୧୯ ପରିସ୍ଥିତିକୁ ଦୃଷ୍ଟିରେ ରଖି ଅନାବଶ୍ୟକ ଯାତାୟତକୁ ରୋକିବା ଉଦ୍ଦେଶ୍ୟରେ ରାଜ୍ୟ ବୈଷୟିକ ଶିକ୍ଷା ଓ ପ୍ରଶିକ୍ଷଣ ପରିଷଦ ଗ୍ରୀଷ୍ମକାଳୀନ ସେମିଷ୍ଟାର ପରୀକ୍ଷାଗୁଡ଼ିକ ଆଣ୍ଡ୍ରଏଡ୍ ସ୍ମାର୍ଟ ଫୋନ୍ ଜରିଆରେ ଘରୁ ଅନ୍ ଲାଇନ୍‌ରେ କରିବାକୁ ନିଷ୍ପତି ନେଇଛନ୍ତି । ଯେଉଁ ଛାତ୍ରଛାତ୍ରୀମାନଙ୍କର ଲାପ୍ ଟପ୍‌/ଡେସ୍କଟପ୍‌/ଆଣ୍ଡ୍ରଏଡ୍ ମୋବାଇଲ୍ ଏବଂ ଇଂଟରନେଟ୍ ସୁବିଧା ନଥିବ, ସେମାନେ ନିଜ ନିଜ ଜିଲ୍ଲାର ନିକଟସ୍ଥ ଚିହ୍ନଟ ହୋଇଥିବା ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେଇପାରିବେ । ସମସ୍ତ ପଲିଟେକ୍‌ନିକ୍ ଅଧ୍ୟକ୍ଷମାନଙ୍କୁ ଏହି ମର୍ମରେ ଅବଗତ କରାଯାଇଛି ।

Leave A Reply