Odisha news

ପୂର୍ବତନ ଭାରତୀୟ କି୍ରକେଟର ରବିନ୍‌ ସିଂ ଲକ୍‌ଡାଉନ୍‌ ନିୟମ ଉଲ୍ଲଂଘନ କରି ଦଣ୍ଡିତ

0

ଚେନ୍ନାଇ,୨୫ା୬(ଏଜେନ୍ସି): ପୂର୍ବତନ ଭାରତୀୟ କି୍ରକେଟର ରବିନ୍‌ ସିଂ ଲକ୍‌ଡାଉନ୍‌ ନିୟମ ଉଲ୍ଲଂଘନ କରି ୫ଶହ ଟଙ୍କା ଜରିମାନା ଦେଇଛନ୍ତି । ଲକଡାଉନ୍‌ ନିମୟକୁ ଉଲ୍ଲଂଘନ କରି ରବିନ୍‌ ସିଂ କାର୍‌ ଚଲାଇଥିଲେ । ସ୍ଥାନୀୟ ପୋଲିସ ତାଙ୍କୁ ଅଟକାଇ ଚାଲାଣ କାଟିଛି । ୫୬ବର୍ଷୀୟ ତାମିଲନାଡୁ ଖେଳାଳି ରବିନ୍‌ ସିଂ କାର ନେଇ ପରିବା କିଣିବାକୁ ଯାଇଥିଲେ । କଡାକଡି ଚେକିଂ ବେଳେ ରବିନ୍‌ ସିଂଙ୍କୁ ସ୍ଥାନୀୟ ପୋଲିସ ଧରିଥିଲା । ଚେନ୍ନାଇ ସମେତ ସ୍ଥାନୀୟ ୩ଟି ଜିଲ୍ଲାରେ ଜୁନ୍‌ ୧୯ରୁ ୩୦ତାରିଖ
ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ବଳବତ୍ତର ରହିଛି । ଚେନ୍ନାଇରେ ପୋଲିସ ନିୟମ ଅନୁଯାୟୀ ଜଣେ ବ୍ୟକ୍ତି ଅତିବେଶିରେ ଦୁଇ କିଲୋମିଟର ପର୍ଯ୍ୟନ୍ତ ଅତ୍ୟାବଶ୍ୟକ ସାମଗ୍ରୀ କିଣିବାକୁ ଯାଇପାରିବେ । କେବଳ ଦୁଇଚକିଆ ଯାନ ନେବାକୁ ଅନୁମତି ମିଳିଛି । ହେଲେ ରବିନ୍‌ ସିଂ କାର ନେଇ ବଜାର ଯାଇଥିଲେ । ଶାସ୍ତ୍ରୀନଗର ପୋଲିସ ଷ୍ଟେସନ୍‌କୁ ତାଙ୍କ କାରକୁ ଅଣାଯାଇଥିଲା । ଥାନାକୁ ଯାଇ ରବିନ୍‌ ସିଂ ଚାଲାଣ
ଅର୍ଥ ଭରିବା ସହ ଘରକୁ ଫେରିଥିଲେ । ଟିମ୍‌ ଇଣ୍ଡିଆ ପାଇଁ ଏକମାତ୍ର ଟେଷ୍ଟ ଓ ୧୩୬ଟି ଦିନିକିଆ ଖେଳିଥିଲେ । ୧୯୯୦ରେ ରବିନ୍‌ ସିଂ ଅନ୍ତର୍ଜାତୀୟ କି୍ରକେଟରେ ଡେବୁ୍ୟ କରିଥିଲେ । ୧୯୯୯ ରେ ଇଂଲଣ୍ଡରେ ଅନୁଷ୍ଠିତ କି୍ରକେଟ ବିଶ୍ୱକପ୍‌ରେ ଭାରତୀୟ ଦଳରେ ସାମିଲଥିଲେ । ତାମିଲନାଡୁର ପୂର୍ବତନ କି୍ରକେଟର ରବିନ୍‌ ସିଂ ଜାତୀୟ ଦଳର ଫିଲïିକୋଚ୍‌ ତଥା ଆଇପିଏଲ୍‌ ମୁମ୍ବାଇ ଇଣ୍ଡିଆନ୍ସ ଦଳର କୋଚ ଥିଲେ ।

Leave A Reply