Odisha news

ଛତ୍ରପୁର : ତୃତୀୟ ପର୍ଯ୍ୟାୟ ସମୂହ ସ୍ୱାସ୍ଥ୍ୟ ଯାଞ୍ଚ ଅଭିଯାନକୁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଟିମ୍‌ର ତାଦରଖ

0
ଛତ୍ରପୁର,୨୫/୬ : ଗଂଜାମ ଜିଲ୍ଲାରେ କରୋନା ପଜିଟିଭ୍ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ସତର୍କତାମୂଳକ ପଦକ୍ଷେପ ନିଆଯାଉଥିବା ସତ୍ତ୍ୱେ ଏହାର ମୁକାବିଲା ଲାଗି ଜିଲ୍ଲାରେ ତୃତୀୟ ପର୍ଯ୍ୟାୟ ସମୂହ ସ୍ୱାସ୍ଥ୍ୟ ଯାଞ୍ଚ ଅଭିଯାନ ଆରମ୍ଭ ହୋଇଛି । ଏହି ତୃତୀୟ ପର୍ଯ୍ୟାୟ ସମୂହ ସ୍ୱାସ୍ଥ୍ୟ ଯାଞ୍ଚ ଅଭିଯାନ କାର୍ଯ୍ୟକ୍ରମକୁ ତଦାରଖ କରିବା ନିମନ୍ତେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଏକ ଟିମ୍ ଗଂଜାମ ଜିଲ୍ଲାକୁ ଗସ୍ତ କରିଛନ୍ତି ।
ରାଜ୍ୟ ଟିମ୍‌ରେ ସ୍ୱାସ୍ଥ୍ୟ ଓ ପରିବାର ମଙ୍ଗଳ ବିଭାଗର ସ୍ୱତନ୍ତ୍ର ସଚିବ ଡାକ୍ତର ଅଜିତ୍ କୁମାର ମହାନ୍ତି, ନିର୍ଦ୍ଦେଶକ ଡାକ୍ତର ବିଜୟ କୁମାର ପାଣିଗ୍ରାହୀ,ଯୁଗ୍ମ ନିର୍ଦ୍ଦେଶକ ଡାକ୍ତର ଅର୍ଗିୟ ପ୍ରଧାନ, ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଜଗଦୀଶ ପଟ୍ଟନାୟକ ପ୍ରମୁଖ ଗୁରୁବାର ଛତ୍ରପୁର ବ୍ଲକ ଚମାଖଣ୍ଡି ଗ୍ରାମରେ ପହଞ୍ଚିଥିଲେ । ଗ୍ରାମରେ ତୃତୀୟ ପର୍ଯ୍ୟାୟ ସ୍ୱାସ୍ଥ୍ୟ ଟିମ୍ ପକ୍ଷରୁ ଘରକୁ ଘର ବୁଲି ସ୍ୱାସ୍ଥ୍ୟ ଯାଞ୍ଚ କାର୍ଯ୍ୟକ୍ରମକୁ ନୀରିକ୍ଷଣ କରିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ଡିଏମ୍‌ଆରସିଏଚ୍ ଶକ୍ତି କୁମାର ଦିଗାଲ,ପିଏଚ୍‌ଇଓ ବରୁଣ କୁମାର ପାଣିଗ୍ରାହୀ, ଡାକ୍ତର ରାମାନୁଜ ପଟ୍ଟନାୟକ, ସୁପରଭାଇଜର କୃଷ୍ଣଚନ୍ଦ୍ର ଜେନା, ଆଇସିଡିଏସ୍ ସୁପରଭାଇଜର ତନୁଜା ବେହେରା, ସ୍ୱାସ୍ଥ୍ୟକର୍ମୀ ଲକ୍ଷ୍ମୀ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ଲୋକଙ୍କ ସ୍ୱାସ୍ଥ୍ୟ ଯାଞ୍ଚ କରିଥିଲେ । ସ୍ଥାନୀ ୟସରପଞ୍ଚ, ନାଏବ ସରପଞ୍ଚ ଏବଂ ଗାଁର ମୁଖିଆମାନେ ଏହି ଅଭିଯାନରେ ସଂପୂର୍ଣ୍ଣ ମାତ୍ରାରେ ସହଯୋଗ କରିଥିଲେ ।

Leave A Reply