Odisha news

ସ୍ୱାଧୀନତାର 73 ବର୍ଷ ପରେ ବି ଗାଁରୁ ଦୂର ହୋଇନି ଜଳକଷ୍ଟ।

0
କୋଣାର୍କ :  ଜଳ ହିଁ ଜୀବନ,ମଧୁର ଜଳ ମୁନ୍ଦେ ପିଇ ଜୀବ ତାର ତୃଷ୍ଣା ମେଣ୍ଟାଇଥାଏ।କିନ୍ତୁ ପୁରିଜିଲ୍ଲା  ଗୋପ ବ୍ଲକ ଅନ୍ତର୍ଗତ ତରକୋର  ଗ୍ରାମ ପଞ୍ଚାୟତର ମଲ୍ଲିଆତୁଠ, ବିଲବରପଦ, ତଳମାଳସାହି, ଜଗନ୍ନାଥପୁର, ପାଟଣାସାହି ପମୁଖ 1500 ଉର୍ଦ୍ଧ୍ବ ଜନସଂଖ୍ୟା ବିଶିଷ୍ଠ ଉକ୍ତ ଗ୍ରାମଗୁଡିକର ଲୋକମାନେ ଆଜକୁ ସ୍ୱାଧୀନତା 73 ବର୍ଷ ବିତିଯାଇଥିଲେ  ବି ପାନୀୟ ଜଳର  ସମଶ୍ୟା ଲାଗିରହିଛି ବୋଲି ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି। ଏବଂ ଏହି ଗ୍ରାମ ଗୁଡିକରେ ନଳକୂପ ଥିଲେ ମଧ୍ୟ ସେଥିରୁ ଲୁଣି ପାଣି ବାହାରୁ ଥିବାରୁ ତାହା ପିଇବା କୁ ଅନୁପଯୋଗୀ ହେଉଛି।ଗ୍ରାମର ବୋହୁ, ଝିଅ ଓ ବୟସ୍କ ବୃଦ୍ଧା ଶ୍ରେଣୀର ମହିଳାମାନେ ନିକଟସ୍ଥ କୁଶଭଦ୍ରା ନଦୀ ରୁ ପାଣି ଆଣି ପିଇବା ସହ ସେଥିରେ ରୋଷେଇ କରୁଛନ୍ତି।ଯାହାଦ୍ଵାରା ବର୍ଷା ଦିନରେ ନଈ ର ଦୂଷିତ ପାଣି ବବ୍ୟବହାର କରି ବିଭିନ୍ନ ପ୍ରକାର ପେଟରୋଗ ଝାଡା ବାନ୍ତି ର ଆକ୍ରାନ୍ତ ହୋଇ ଅକାରଣରେ ଜୀବନ ମଧ୍ୟ ଚାଲିଯାଉଥିବାର ନଜିର ରହିଛି।
ଏହି ଗ୍ରାମ ପଂଚାୟତ ଟି ରେ 4000 ରୁ ଉର୍ଦ୍ଧ୍ଵ ଲୋକ ବସବାସ କରୁଛନ୍ତି।ଏବଂ ପଞ୍ଚାୟତ ଦ୍ବାରା ଟ୍ୟାଙ୍କର ଯୋଗେ ଯେତିକି ଜଳ ଯୋଗାଇ ଦିଆଯାଉଛି ତାହା ସମୁଦ୍ରକୁ ଶଙ୍କେ ସଦୃଶ।ଏହି ଜଳ କଷ୍ଟ ସମ୍ପର୍କରେ  ଗ୍ରାମବାସୀମାନେ ବିଭିନ୍ନ ସମୟରେ ସ୍ଥାନୀୟ ଲୋକପ୍ରତିନିଧି, ଓ ପ୍ରଶାଶନ ର ଅଧିକାରୀ ମାନଙ୍କୁ ଏହାର ସ୍ଥା ଇ ସମାଧାନ ପାଇଁ ଅଭିଯୋଗ କଲେ ମଧ୍ୟ  ସେମାନେ ପ୍ରତିଶୃତି ଦେଇ ପରମୂର୍ତ୍ତ ରେ ଭୁଲି ଯାଉଥିବା ଗ୍ରାମ ବାସୀମାନେ ଅତିକ୍ଷୋବ ର ସହ ପ୍ରକାଶ କରିଛନ୍ତି। ରାଜ୍ୟ ସରକାର ପିଇବା ଓ ସ୍ୱଚ୍ଛପାଣି  ପାଇଁ  ଯୋଜନା ମାନ କରି କୋଟି କୋଟି ଟଙ୍କା ଖର୍ଚ୍ଚ କରି ଡିମିଡ଼ି ପିଟୁଥିବା ବେଳେ ଏହି ପଂଛାୟତରେ ସରକାରଙ୍କ ଯୋଜନା ଦିଗହରା ହୋଇଟିଥିବା ଅଭିଯୋଗ ହେଉଛି।ତେଣୁ ରାଜ୍ୟର ମୁଖ୍ୟମନ୍ତ୍ରୀ,ମୁଖ୍ୟଶାସନ ସଚିବ ଦ୍ରୁଷ୍ଟି ଦେବାକୁ ଗ୍ରାମବାସୀମାନେ ନିବେଦନ କରିଛନ୍ତି।
Har Ghar Tiranga

Leave A Reply