Odisha news

ଭଦ୍ରକ ଫେରିଲେ ଟ୍ରେନରେ ୨୫୩୮ ଓଡିଆ ଶ୍ରମିକ : ଭଦ୍ରକ ଜିଲ୍ଲାର ଶ୍ରମିକ  ୩୧୪ ଓ ଅନ୍ୟ ରାଜ୍ୟର ୪୩

0

ଭଦ୍ରକ,୨୫ ।୦୫ :ଭଦ୍ରକ ରେଳଷ୍ଟେସନରେ ଗତ ୨ଦିନ ମଧ୍ୟରେ ୨୫୮୧ପ୍ରବାସୀ ଶ୍ରମିକ ଓହ୍ଲାଇଛନ୍ତି । ଫେରନ୍ତା ପ୍ରବାସୀ ଶ୍ରମିକଙ୍କ ମଧ୍ୟରେ ୪୩ଜଣ ଅନ୍ୟ ରାଜ୍ୟର । ସେହିପରି ବିହାର ରାଜ୍ୟର ୩ଜଣ, ଝାଡଖଣ୍ଡର ୧୫ଜଣ, ପଶ୍ଚିମବଙ୍ଗର ୧୩ଜଣ, ଆନ୍ଧ୍ରପ୍ରଦେଶର ଜଣେ, ମଧ୍ୟପ୍ରଦେଶର ୨ଜଣ ଓ ଛତିଶଗଡ ର ୯ଜଣ । ଗତକାଲି ହାଇଦ୍ରାବାଦରୁ ଭଦ୍ରକ ଆସିଥିବା ଟ୍ରେନରେ ୧୫୪୧ଜଣ ଯାତ୍ରୀ ଥିଲେ । ଏହା ମଧ୍ୟରୁ ଆମ ରାଜ୍ୟର ୧୫୩୭ଜଣ । ଭଦ୍ରକକୁ ବେଙ୍ଗାଲୁରରୁ ଆସିଥିବା ଟ୍ରେନରେ ଆମ ରାଜ୍ୟର ୯୪୬ଜଣ ଶ୍ରମିକ ଓ ୩୫ଜଣ ଅନ୍ୟ ରାଜ୍ୟର ଶ୍ରମିକ ଥିଲେ । ସେହିପରି ଆଜି ପ୍ରତ୍ୟୁଷରେ ଆସିଥିବା ନୂଆଦିଲ୍ଲୀରୁ ଖୋର୍ଦ୍ଦା ଆସିଥିବା ଟ୍ରେନରେ ଆମ ରାଜ୍ୟର ୫୫ଜଣ ଥିବା ବେଳେ ଅନ୍ୟ ରାଜ୍ୟର ୪ଜଣ ଥିଲେ ।

ଏହି ୩ଟି ଟ୍ରେନରେ ଭଦ୍ରକ ଜିଲ୍ଲାର ୩୧୪ଜଣ ଯାତ୍ରୀ ଥିବା ବେଳେ ଅନୁଗୁଳର ୧୩ଜଣ, ବାଲେଶ୍ୱରର ୧୬୯, ମୟୁରଭଞ୍ଜର ୧୪୨, ବଲାଙ୍ଗିର ର ୮୭୧, ଗଞ୍ଜାମ ୩, ନୂଆପଡା ୩୫୨, ନୟାଗଡ ୨, ପୁରୀ ୧୨ ଓ ବରଗଡ ଜିଲ୍ଳାର ୫୩ଜଣ ଶ୍ରମିକ ଥିଲେ । କଳାହାଣ୍ଡିର ୩୭ଜଣ, ଢେଙ୍ଗାନାଳର ୧୬ଜଣ, ସମ୍ବଲପୁରର ୧୬ଜଣ, ଖୋର୍ଦ୍ଦାର ଜଣେ, ସୁବର୍ଣ୍ଣପୁରର ୪୦ଜଣ, ବୌଦ୍ଧର ୫ଜଣ, ମାଲକାନାଗିରିର ଜଣେ, ଯାଜପୁର ର ୧୦୧, ଜଗତସିଂପୁରର ୮୫, କେଉଁଝର ୬୯, କେନ୍ଦ୍ରାପଡା ର ୧୦୮, ସୁନ୍ଦରଗଡ ୯୩, କଟକ ୩୨, ଝାରସୁଗୁଡା ୨ ଓ ଦେଓଗଡ ଜିଲ୍ଳାର ଜଣେ ପ୍ରବାସୀ ଓଡିଆ ଥିଲେ ।

ତେବେ ଏହି ୩ଟି ଟ୍ରେନରେ ଫେରିଥିବା ଭଦ୍ରକ ଜିଲ୍ଳାର ୩୧୪ ଓଡିଆ ପ୍ରବାସୀଙ୍କ ମଧ୍ୟରୁ ଭଦ୍ରକ ବ୍ଲକର ୬୮ଜଣ, ଭଦ୍ରକ ପୌରପାଳିକାର ୧୭ଜଣ, ବାସୁଦେବପୁର ବ୍ଲକର ୭୦ଜଣ, ବାସୁଦେବପୁର ପୌରପାଳିକାର ୪ଜଣ, ଧାମନଗର ବ୍ଲକର ୪୦ଜଣ, ଧାମନଗର ଏନଏସିର ୩ଜଣ, ଚାନ୍ଦବାଲି ବ୍ଲକର ୩୮ଜଣ, ଚାନ୍ଦବାଲି ଏନଏସିର ୨ଜଣ ପ୍ରବାସୀ ଅଛନ୍ତି । ସେହିପରି ଭଣ୍ଡାରିପୋଖରୀ ବ୍ଲକର ୧୩ଜଣ, ତିହିଡି ବ୍ଲକର ୩୮ଜଣ ଓ ବନ୍ତ ବ୍ଲକର ୨୬ଜଣ ପ୍ରବାସୀ ଫେରିଛନ୍ତି । ବାହାର ରାଜ୍ୟରୁ ଆସିଥିବା ଶ୍ରମିକମାନଙ୍କୁ ସରକାରୀ ଟିଏମସିରେ ରଖାଯାଇଥିବା ବେଳେ ଜିଲ୍ଳାକୁ ଫେରିଥିବା ପ୍ରବାସୀଙ୍କୁ ସଂପୃକ୍ତ ବ୍ଲକ ସରକାରୀ ଟିଏମସିକୁ ପଠାଇ ଦିଆଯାଇଛି । ଏବେ ଭଦ୍ରକକୁ ଅନ୍ୟ ରାଜ୍ୟରୁ ଫେରୁଥିବା ଶ୍ରମିକଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି ।

Leave A Reply