Odisha news

ସୁଶ୍ରୀ ଶୁଭଶ୍ରୀ ସାହିତ୍ୟ ସଂସଦ ପକ୍ଷରୁ ଚୈତ୍ର ମାସର ବିଶେଷତ୍ଵକୁ ନେଇ ଆଲୋଚନା ଚକ୍ର ଓ କବିତା ଆସର

0
ଏରସମା,୨୧/୪-  ସୁଶ୍ରୀ ଶୁଭଶ୍ରୀ ସାହିତ୍ୟ ସଂସଦ ପକ୍ଷରୁ ଚୈତ୍ର ମାସର ବିଶେଷତ୍ଵକୁ ନେଇ ଏକ ଆଲୋଚନା ଚକ୍ର ଓ କବିତା ଆସର ମା ଉତ୍ତରେଶ୍ୱରୀଙ୍କ ମନ୍ଦିର ପରିସରରେ ସୁଶ୍ରୀ ଶୁଭଶ୍ରୀ ସାହିତ୍ୟ ସଂସଦ ସମ୍ପାଦିକା ଶିକ୍ଷାବିତ୍ ବସନ୍ତ ମଞ୍ଜରୀ ଦାସ୍ ଓ ସଭାପତି ପ୍ରେମ ଚରଣ ରାଉତଙ୍କ ମିଳିତ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇ ଯାଇଛି ।ଏହି କାର୍ଯ୍ୟ କ୍ରମରେ ସଂସଦ କାର୍ଯ୍ୟକାରୀ ସଭାପତି ପଣ୍ଡିତ ନାଗୁ ଚରଣ ଦେବତା ସଭାପତିତ୍ବ କରିଥିଲାବେଳେ ମୁଖ୍ୟ ଅତିଥି ଭାବରେ ଆଇନଜୀବୀ ମଞ୍ଜୁଲତା ରାଉତ ଯୋଗଦେଇ ଚୈତ୍ର ମାସରେ କୈବର୍ତ୍ତ ମାନଙ୍କର ଶୃଙ୍ଖଳିତ ଦର୍ଶନଧାରା ସମ୍ପର୍କରେ ଅବଗତ କରାଇଥିଲେ ।ମୁଖ୍ୟ ବକ୍ତା ଭାବେ ରାଜ୍ୟ ସଂଗଠକ ନଗେନ୍ଦ୍ର ନାଥ ସ୍ୱାଇଁ,ବରେଣ୍ୟ ଅତିଥି ଭାବେ ଗଙ୍ଗୋତ୍ରୀ ସମ୍ପାଦକ କୈଳାସ ଚନ୍ଦ୍ର ପ୍ରଧାନ,ହୃଷିକେଶ ଜେନା,ଓ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ହେମନ୍ତ କୁମାର ନାୟକ ସାଂପ୍ରତିକ ପରିସ୍ଥିତିରେ ଯୁବକ ମାନଙ୍କୁ ଏହି ଉତ୍ସବରେ ସାମିଲ କରାଇବା ଉଚିତ୍ ବୋଲି ମତ ପ୍ରକାଶ କରିଥିଲେ । କଥା ପୁରସ୍କାରପ୍ରାପ୍ତ ଗାଳ୍ପିକ ଦୀପ୍ତି ଖଣ୍ଡୁଆଳ ଚୈତ୍ର ପର୍ବ ମାହାତ୍ମ୍ୟ ଉପରେ ଲିଖିତ କବିତା ଗୁଡ଼ିକର ସମୀକ୍ଷା କରିବାସହ ଆଗାମୀ ଦିନରେ କିପରି ଏହାକୁ ସୁଦୂର ପ୍ରସାରୀ କରିହେବ ସେ ଦିଗରେ ତତ୍ପର ହେବାପାଇଁ ସମସ୍ତଙ୍କୁ ଅନୁରୋଧ କରିଥିଲେ ।ଇଂଜିନିୟର ପଦ୍ମନାଭ ରାଉତ ବିଶିଷ୍ଟ ଅତିଥି ଭାବେ ପାରମ୍ପରିକ ପର୍ବ ପାଳନର ବିଶେଷତ୍ତ୍ୱ ଉପରେ ଆଲୋକପାତ କରିଥିଲେ ।ଏହି ଅବସରରେ ଉଦ୍ୟମୀ ଯୁବ ପ୍ରତିଭାଧର ମୃତ୍ୟୁଞ୍ଜୟ ଜୟସିଂହ,ଯୁବ ସାମ୍ବାଦିକ ତୃପ୍ତି ରଞ୍ଜନ ମହାନ୍ତି ଓ ଡଃ ତନ୍ମୟ କୁମାର୍ ସେଠୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।ଏହି ଅବସରରେ ଶ୍ୟାମ ସୁନ୍ଦର୍ ବେହେରା,ଆରୂପାନନ୍ଦ ସ୍ୱାଇଁ,ଲୋକନାଥ ବଡ଼ପଣ୍ଡା,ମହମ୍ମଦ ମନସୁର ଅଲ୍ଲୀ,ମାନସ ରଞ୍ଜନ ସାହୁ,ଜିତେନ୍ଦ୍ର ପୃଷ୍ଟି ପ୍ରମୁଖ ତିରିଶରୁ ଉର୍ଦ୍ଧ୍ବ କବି ସ୍ବରଚିତ କବିତା ପାଠ କରିଥିଲେ ।କବି ବୈଦ୍ୟନାଥ ସାହୁ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିବା ବେଳେ ଆଞ୍ଚଳିକ ପୂଜ୍ୟ ପୂଜା ସଂସଦ ସମ୍ପାଦକ ଯଯାତୀ କେଶରୀ ସାମନ୍ତରାୟ ସମସ୍ତଙ୍କୁ ଧନ୍ୟବାଦ୍ ପ୍ରଦାନ କରିଥିଲେ ।
Nalco
Leave A Reply