Odisha news

ଏଲୋଭେରା ଜୁସ ପିଅନ୍ତୁ ବିଭିନ୍ନ ପ୍ରକାର ରୋଗରୁ ରକ୍ଷା ପାଆନ୍ତୁ

0

ଏଲୋଭେରା ଗୋଟିଏ ଛୋଟ ଗଛ ହୋଇଥିଲେ ମଧ୍ୟ ଏହାର ଅନେକ ଔଷଧୀୟ ଗୁଣ ରହିଛି l ଏଲୋଭେରାର ମୂଲ୍ୟବାନ ଗୁଣ ଯୋଗୁ ପ୍ରାୟତଃ ସମସ୍ତଙ୍କ ଘରେ ଏହି ଗଛଟିକୁ ଦେଖିବାକୁ ମିଳେ l ଏଲୋଭେରାର ଔଷଧୀୟ ଗୁଣ ବିଷୟରେ ଯଦି ଜାଣିବା ତେବେ ଏଥିରେ ଆଣ୍ଟିସେପ୍ଟିକ ,ଆଣ୍ଟିବ୍ୟାକ୍ଟେରିଆଲ ଓ ଆଣ୍ଟିଇନ୍ଫ୍ଲମେଟୋରି ଗୁଣ ରହିଛି ,ଏହା ସହିତ ଏଥିରେ ଭିଟାମିନ-ଏ ଓ ଫଲିକ ଏସିଡ ପରି ଜରୁରୀ ପୋଷାକ ତତ୍ୱ ମଧ୍ୟ ମିଳିଥାଏ l ଏଲୋଭେରାକୁ ଗୋଟିଏ ହେଲ୍ଥ ଟନିକ ଭାବରେ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ଅଟେ l ଏହା ଏକମାତ୍ର ଗଛ ଯାହା ପାଚନ କ୍ରିୟାକୁ ସୁସ୍ଥ ରଖିବା ସହିତ ରୋଗ ପ୍ରତିରୋଧକ କ୍ଷମତା ବଢ଼ାଇଥାଏ ଓ ମଧୁମେହକୁ ନିୟନ୍ତ୍ରଣରେ ରଖେ l

* ରୋଗ ପ୍ରତିରୋଧକ କ୍ଷମତା ବଢାଏ -ବଦଳୁଥିବା ଋତୁ ସହିତ ବେଳେବେଳେ ଆମେ ଖାପ ଖୁଆଇ ରହିପାରୁନା ବହୁତ ଶୀଘ୍ର ରୋଗଗ୍ରସ୍ତ ହୋଇଯାଉ l ଏହି ସମୟରେ ଏଲୋଭେରା ସେବନ କରିବା ଦ୍ୱାରା ରୋଗ ପ୍ରତିରୋଧକ କ୍ଷମତା ବଢ଼ିବାରେ ସାହାଯ୍ୟ ମିଳିଥାଏ l ନେସେନାଲ କ୍ୟାନ୍ସର ଇନସ୍ଟିଚ୍ୟୁଟ ଅନୁସାରେ ଏଲୋଭେରା ଇମ୍ୟୁନ ବୁଷ୍ଟର ପରି କାମକରେ ଓ ଶରୀରକୁ ସୁସ୍ଥ ରଖିବାରେ ସାହାଯ୍ୟ କରେ l

* କ୍ଷତକୁ ଶୀଘ୍ର ଶୁଖାଇଥାଏ -କ୍ଷତ ଶୁଖାଇବା ପାଇଁ ଏଲୋଭେରାର ବ୍ୟବହାର ଅତ୍ୟନ୍ତ ଫଳପ୍ରଦ l ଏଲୋଭେରା ଫାଇବ୍ରୋବ୍ଲାସ୍ଟସ ପ୍ରସାର କରିବାରେ ଅଟକାଇବା ସହିତ କ୍ଷତକୁ ଜଲ୍ଦି ସୁଖିବାରେ ସାହାଯ୍ୟ କରିଥାଏ l ହୋଇଥିବା ଗବେଷଣାରୁ ଜଣ ପଡିଛି ଯେ ଏଲୋଭେରା ଜେଲ ଘା କୁ ଶୁଖାଇବା ସହିତ ନୂଆ ଚର୍ମ ଆଣିବାରେ ସାହାଯ୍ୟ କରେ l

* ଫୁଲା କମାଇବାରେ ସାହାଯ୍ୟ କରେ -ଏଲୋଭେରା ଶରୀରର ଫୁଲା କମାଇବାରେ ସହାୟକ ହୋଇଥାଏ l ଏଲୋଭେରା ଆଣ୍ଟିଇନ୍ଫ୍ଲମେଟୋରି ଗୁଣ ରହିଛି ଯେଉଁ କାରଣରୁ ଶରୀରର ଫୁଲା କମାଇବା ପାଇଁ ଏଲୋଭେରା ବ୍ୟବହାର କରାଯାଇ ପାରିବ l ଏକ ଅଧୟନ ଅନୁସାରେ ସତେଜ ଏଲୋଭେରାର ଜୁସ ସେବନ କରିବା ଦ୍ୱାରା ଶରୀରର ଫୁଲା କମି ଯାଇଥାଏ l

* ଆଣ୍ଠୁଗଣ୍ଠି ଯନ୍ତ୍ରଣାରୁ ଆରାମ ଦିଏ -ଅଧିକ ଓଜନ ,ସଂକ୍ରମଣ ,ବର୍ଦ୍ଧକିୟା ବୟସ କିମ୍ବା ଅନ୍ୟ କୌଣସି କାରଣରୁ ଆଣ୍ଠୁଗଣ୍ଠି ରୋଗ ଦେଖାଦେଇଥାଏ l ଏକ ଅଧୟନରୁ ଜଣ ପଡିଛି ଯେ ଏଲୋଭେରା ସେବନ କରିବା ଦ୍ୱାରା ଆଣ୍ଠୁଗଣ୍ଠି ଯନ୍ତ୍ରଣା କମିଥାଏ l ଏହି ଗବେଷଣାରୁ ଜଣା ପଡିଲା ଯେ ଏଲୋଭେରା ଅଷ୍ଟୀୟୋଅର୍ଥରାଇଟିସ ପାଇଁ ଲାଭକାରୀ ଅଟେ l ଏହା ବ୍ୟତୀତ ଏଲୋଭେରାରେ ଆଣ୍ଟିଇନ୍ଫ୍ଲମେଟୋରି ଗୁଣ ଥିବା ହେତୁ ଗଣ୍ଠି ଯନ୍ତ୍ରଣାରୁ ଆରାମ ମିଳିବ l

*  ମସ୍ତିସ୍କକ କୁ ସୁସ୍ଥ ରଖେ – ଏଲୋଭେରାର ଲାଭ ବିଷୟରେ ଯଦି ଆମେ କହିବା ତେବେ ଏହା ମସ୍ତିସ୍କକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ l ଏଲୋଭେରାରେ ନିୟୁରୋଡିଜେନେରେଟିବ ଗୁଣ ରହିଛି l ଯାହା ଦ୍ୱାରା ମସ୍ତିସ୍କ ସୁସ୍ଥ ରହି ପାରିବ l ଏକ ଅଧୟନ ଅନୁସାରେ ଏଲୋଭେରା ସ୍ମରଣ ଶକ୍ତି ବଢ଼ିବାରେ ମଧ୍ୟ ସାହାଯ୍ୟ କରିଥାଏ l ସ୍ମରଣ ଶକ୍ତି ପାଇଁ ଏଲୋଭେରାର ସତେଜ ଜୁସ ପିଇବା ଆବଶ୍ୟକ l

Nalco
Leave A Reply