ନୂଆଦିଲ୍ଲୀ : ଚୀନ ଲଦାଖର ପୂର୍ବ ଭାଗରେ LAC ନିକଟରେ ଯୁଧ୍ୟ ଟ୍ୟାଙ୍କ ସହିତ ଅନେକ ହତିଆର ମୁତୟନ କରି ରଖିଛି ,ବର୍ତ୍ତମାନ ଭାରତୀୟ ସେନା ସୀମାରେ ନିଜର କ୍ଷମତାକୁ ମଜବୁତ କରିବା ଉଦେଶ୍ୟରେ ଇଜରାୟଲ ନିକଟରୁ ସ୍ପାଇକ ଆଣ୍ଟିଟ୍ୟାଙ୍କ ଗାଇଡେଡ଼ ମିଶାଇଲ କିଣିବ ବୋଲି ଯୋଜନା କରିଛି lଇଜରାୟଲରୁ ସ୍ପାଇକ ମିଶାଇଲ କିଣିବାର ଏହା ଦୁତୀୟା ଯୋଜନା l ମିଳିଥିବା ସୂଚନା ଅନୁସାରେ ଭାରତୀୟ ସେନା ୧୨ ଟି ସ୍ପାଇକ ଲଞ୍ଚର ଓ ୨00ରୁ ଅଧିକ ମିଶାଇଲ ପାଇଁ ଅଡ଼ର୍ର ଦେଇଛି l
ଭାରତୀୟ ସେନା କିଛି ମିଶାଇଲକୁ ପାକିସ୍ତାନ ଭାରତ ସୀମାରେ ମୁତୟନ କରି ରଖିଛି ଓ ବର୍ତ୍ତମାନ ଯେଉଁ ମିଶାଇଲ ମାନଙ୍କର ଅଡ଼ର୍ର ଦିଆଯାଇଛି ତାହା ଚୀନ ଭାରତ ସୀମାରେ ମୁତୟନ କରାଯିବ l ଭାରତୀୟ ବାୟୁସେନା ମଧ୍ୟ ଇଜରାୟଲ ଠାରୁ ମାନବ ବିହୀନ ବିମାନ କିଣିବାର ଅଡ଼ର୍ର ଦେଇଛି l ଭାରତୀୟ ସେନା ବର୍ତମାନ ଆମେରିକା ପାଖରୁ ଏକ୍ସୋଲିବୁର ଆର୍ଟିଲରି ଗୋଳା ବାରୂଦ କିଣିବା ଜାରି ରଖିଛି l ସରକାର ଯୁଧ୍ୟପାଇଁ ପ୍ରସ୍ତୁତ ହେବାକୁ ଆବଶ୍ୟକ ପଡୁଥିବା ସମସ୍ତ ବସ୍ତୁକୁ କିଣିବା ପାଇଁ ତିନି ସେନାର ମୁଖ୍ୟଙ୍କୁ ୫00 କୋଟିଟଙ୍କା ଦେଇଛନ୍ତି l