ଯୁଗ ବଦଳିବା ସହିତ ବିଜ୍ଞାନ ମଧ୍ୟ ଦୃତ ଗତିରେ ପ୍ରସାର ଲାଭ କରୁଛି । ଏହି ଆଧୁନିକ ଯୁଗରେ ଆମେ ସମ୍ପୂର୍ଣ୍ଣ ଭାବରେ ବିଜ୍ଞାନ ଉପରେ ନିର୍ଭରଶିଳ ହୋଇ ପଡିଛୁ । ସେହି ସମୟରେ ଗୋଟିଏ ଏଭଳି ଖବର ସାମ୍ନା କୁ ଆସିଛି ଯାହା ଭବିଷ୍ୟତରେ ଆମ ମାନବ ସମାଜ ପାଇଁ ଗୋଟିଏ ବରଦାନ ସାଜିବ
ଆପଣ ଚିନ୍ତା କରିଥାଆନ୍ତି କାଲି ସକାଳୁ ୪ଟା ବେଳେ ଉଠିବି । ବିନା ଆଲାର୍ମ ରେ ଆପଣ ଶୋଇଗଲେ ଓ ସକାଳ ଠିକ୍ ୪ଟା ବେଳକୁ ଆପଣଙ୍କ ଅଲାର୍ମ ବହିବାକୁ ଲାଗିଲା । ଆପଣଙ୍କ ନିଦ ଭାଙ୍ଗିଗଲା ଓ ନିଜ ନିତ୍ୟକର୍ମ ସାରି ଅଫିସ୍ ବାହାରିଗଲେ। ଅଫିସ ରୁ ଫେରିବା ବାଟରେ ଆପଣଙ୍କର ମାନେ ପଡ଼ିଲା ଯେ ଆପଣ ଗୋଟିଏ ଜରୁରୀ ମେଲ୍ ନିଜ ବସ୍ ଙ୍କୁ ଦେବାକୁ ଭୁଲି ଯାଇଛନ୍ତି । କିନ୍ତୁ ଯେତେବଳେ ଏହି କାମ ପାଇଁ ମୋବାଇଲ୍ ଖୋଲନ୍ତି ତେବେ ଜାଣିବେ ଯେ ଆପଣଙ୍କ ବସ୍ କୁ ମେଲ୍ ଯାଇ ସାରିଛି । ଏହା କିପରି ହେଉଛି ? ଆପଣ ଯେ କୌଣସି କାମ କରିବାକୁ ଚିନ୍ତା କରୁଛନ୍ତି ତାହା କିପରି ହୋଇ ଯାଉଛି । ବିନା କୌଣସି ନିର୍ଦ୍ଦେଶ ରେ କିପରି ଏହା ଘଟୁଛି । ଏହା କୌଣସି ଚଳଚ୍ଚିତ୍ର ନୁହେଁ ଏହା ଆସନ୍ତା କିଛି ବର୍ଷରେ ଘଟିବାକୁ ଯାଉଛି ।
ଆମେ ଯେଉଁ ଯାନ୍ତ୍ରିକ ବିଜ୍ଞାନ ବିଷୟରେ କହିବାକୁ ଯାଉଛୁ ସେଥିରେ ଆପଣଙ୍କ ମସ୍ତିଷ୍କ ଓ ମେସିନ ଦୁଇଟି ଯାକ ସିଧା ସଳଖ ସଂଯୋଗ ହୋଇପାରିବେ । ବିନା କୌଣସି କମାଣ୍ଡ ରେ ଆପଣଙ୍କ ମସ୍ତିଷ୍କ ଓ ମେସିନ ସଂଯୋଗ ହୋଇ ଆପଣଙ୍କ ଚିନ୍ତା କରିବା ଅନୁସାରେ କାର୍ଯ୍ୟ କରିବା ଆରମ୍ଭ କରିଦେବେ । ସେଲିବ୍ରିଟି ଇଞ୍ଜିନିୟର ଓ ଏଲାନ୍ ମସ୍କ୍ ଗତ ବର୍ଷ କିଛି ଏହିଭଳି ଘୋଷଣା କରିଥିଲେ ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା । ମସ୍କ କହିଥିଲେ ତାଙ୍କ କମ୍ପାନୀ ନ୍ୟୁରାଲିଙ୍କ ଗୋଟିଏ ଏଭଳି ନ୍ୟୁରୋଲ ଇମ୍ପଲାଣ୍ଟ ବିକଶିତ କରିଛି , ଯାହା ବିନା କୌଣସି ହାର୍ଡ ଓୟାର ବିନା ମସ୍ତିଷ୍କ ଭିତରେ ଚାଲିଥିବା ଗତିବିଧି କୁ ଓୟାରଲେଶ୍ ବିନା ପ୍ରସାରଣ କରିପାରିବ ।
ମସ୍କ କେବଳ ଏହି ବିଷୟରେ ସୂଚନା ଦେଇନଥିଲେ ବରଂ ଡେମୋ ମଧ୍ୟ କରି ଦେଖାଇଥିଲେ । ଏହି ପରିପ୍ରେକ୍ଷୀରେ ରେ ସେ କିଛି ଘୁଷୁରୀ ଙ୍କୁ ନେଇ ତାଙ୍କ ମସ୍ତିଷ୍କ ରେ ନ୍ୟୁରୋ ଲିଙ୍କ ଇମ୍ପ୍ଲାଣ୍ଟ କରାଯାଇଥିଲା । ଏହି ଘୁଷୁରୀ ଗୁଡ଼ିକ ଯେ କୌଣସି କାର୍ଯ୍ୟ କରୁଥିଲେ ସେମାନଙ୍କ ଗତିବିଧି ଗୋଟିଏ ସ୍କ୍ରିନ ରେ ଦେଖା ଦେଇଥିଲା ।
Comments are closed.