ନୂଆଦିଲ୍ଲୀ : ଶାଶୁ ବୋହୁ ମଧ୍ୟରେ ଆଜି ପର୍ଯ୍ୟନ୍ତ ଆପଣମାନେ କେବଳ ପାଟିତୁଣ୍ଡ ଓ ଝଗଡା ବିଷୟରେ ଶୁଣିଥିବେ l କିନ୍ତୁ ବିଳାସପୁର ଜିଲ୍ଲାର ମୁଖ୍ୟାଳୟ ପାଖରୁ ପାଖାପାଖି ୨୫ କିଲୋମିଟର ଦୂର ରତନ ପୁରରେ ଗୋଟିଏ ମନ୍ଦିର ତମ୍ବୋଲି ପରିବାରର ବିହୁ ମାନେ ୨୦୧୦ ରେ ତିଆରି କରିଥିଲେ l ରତନ ପୁର ବିଶ୍ୱପ୍ରସିଦ୍ଧ ମହାମାୟା ଦେବୀଙ୍କ ମନ୍ଦିର ପାଇଁ ମଧ୍ୟ ପ୍ରସିଦ୍ଧ l ୭୭ ବର୍ଷୀୟ ଅବସର ପ୍ରାପ୍ତ ଶିକ୍ଷକ ଶିବ ପ୍ରସାଦ ତମ୍ବୋଲିଙ୍କ ପରିବାର ଏହି ଗାଁ ରେ ରୁହନ୍ତି ଓ ସେମାନେ ଅନ୍ୟ ମାନଙ୍କ ପାଇଁ ଆଦର୍ଶ ଅଟନ୍ତି l କାରଣ ତାଙ୍କର ବୋହୂମାନେ ଶାଶୂଙ୍କର ମୃତ୍ୟୁ ପରେ ତାଙ୍କର ମୂର୍ତ୍ତି ମନ୍ଦିରରେ ରଖି ପୂଜା କରୁଛନ୍ତି l ଏହି ପରିବାରର ବୋହୁ ମାନେ ନିଜ ଶାଶୁକୁ ଖୁବ ଭଲ ପାଉଥିଲେ l
ଏହି ସଂଯୁକ୍ତ ପରିବାରରେ ୩୯ ଜଣ ସଦସ୍ୟ ରୁହନ୍ତି ଓ ୧୧ ଜଣ ବୋହୁ ମିଳିମିଶି ସୁଖ ଶାନ୍ତିରେ ରୁହନ୍ତି l ଏହି ବୋହୁ ମାନଙ୍କ ଶାଶୁଙ୍କ ନାମ ହେଉଛି ଗୀତ ଦେବୀ ,ତାଙ୍କର ମୃତ୍ୟୁ ୨୦୧୦ ରେ ହୋଇଥିଲା ସେ ତାଙ୍କ ବୋହୁ ମାନଙ୍କୁ ଖୁବ ଭଲ ପାଉଥିଲେ ଓ ତାଙ୍କୁ ସମସ୍ତ ପ୍ରକାରର ସ୍ୱାଧୀନତା ଦେଇଥିଲେ l ଶାଶୂଙ୍କର ମୃତ୍ୟୁ ପରେ ବୋହୂମାନେ ଚିନ୍ତା କଲେ ଶାଶୁଙ୍କ ସ୍ମୃତିରେ ଗୋଟିଏ ମନ୍ଦିର ତିଆରି କରି ତାଙ୍କୁ ନିୟମିତ ପୂଜା କରିବେ l ବୋହୁ ମାନଙ୍କୁ ଗୀତ ଦେବୀ ଏକତାର ଓ ସ୍ନେହର ପାଠ ପଢାଇ ଯାଇଛନ୍ତି l
ଯାହା ଆଜି ମଧ୍ୟ ତମ୍ବୋଲି ପରିବାରକୁ ଯୋଡିକି ରଖିଛି l ତମ୍ବୋଲି ପରିବାରର ସମସ୍ତ ବୋହୁ ଶିକ୍ଷିତ ଅଟନ୍ତି ,ସେମାନେ ନିଜ ସ୍ୱାମୀ ମାନଙ୍କୁ ତାଙ୍କ କାର୍ଯ୍ୟରେ ସାହାଯ୍ୟ କରନ୍ତି l ଏହି ପରିବାରର ପୁରୁଷ ମାନେ ହୋଟେଲ ,ତେଜରାତି ଦୋକାନ ,ସାବୁନ ତିଆରି ଫାକ୍ଟ୍ରି ତିଆରି କରିଛନ୍ତି l ଏମାନଙ୍କ ପାଖରେ ପାଖାପାଖି ୨୦ ଏକର ଚାଷ ଜମି ରହିଛି l ଏହି ପରିବାରର କିଛି ସଦସ୍ୟ ମିଳିତ ଭାବରେ ଚାଷ ମଧ୍ୟ କରନ୍ତି l ଆଜିକାଲିର ସମାଜ ପାଇଁ ଛତିଶଗଡର ତମ୍ବୋଲି ପରିବାର ଗୋଟିଏ ଆଦର୍ଶ l