ଆଗରପଡ଼ା : ଆଗରପଡ଼ା ଅର୍ନ୍ତଗତ କାଦବରାଙ୍ଗ ବଜାରରୁ ଶନିବାର ରାତିରେ ବନବିଭାଗ ପକ୍ଷରୁ ଲକ୍ଷାଧିକ ଟଙ୍କାର ହାତୀ କଳ ଦାନ୍ତ ସହ ବାଇକ୍ ଜବତ୍ କରାଯାଇଥିବାର ଜଣାପଡ଼ିଛି । ଚୋରା ହାତୀ ଦାନ୍ତ ନେଇ ୨ଟି ବାଇକ୍ରେ ୪ଜଣ ଚୋରା ବେପାରୀ ଯାଇଥିବାର ଖବର ପାଇ େଓା÷ପଦା ବନବିଭାଗ କର୍ମଚାରୀମାନେ ତାଙ୍କୁ ପିଛା କରି ଥିଲେ । ଚୋରା ବେପାରୀମାନେ ବାଇକ୍କୁ ଦ୍ରୃତଗତିରେ ଆସି କାଦବରାଙ୍ଗ ବଜାର ନିକଟରେ ସ୍ଥାନୀୟ ଅଂଚଳର ଜନୈକ ଯୁବକଙ୍କ ସହ କଥାବାର୍ତ୍ତା ହେଉଥିବା ବେଳେ ଆଗରପଡ଼ା ପୋଲିସ୍ ସହାୟତାରେ ବନ ବିଭାଗ ଏହି ବେପାରୀମାନଙ୍କୁ ଧରିବାରେ ସଫଳ ହୋଇଥିଲା । ସେମାନଙ୍କ ନିକଟରୁ ପ୍ରାୟ ଲକ୍ଷାଧିକ ଟଙ୍କାର ହାତୀ କଳ ଦାନ୍ତ ଜବତ୍ କରିବା ସହ ୫ଜଣଙ୍କୁ ଅଟକ ରଖାଯାଇ ବନବିଭାଗ ପକ୍ଷରୁ ପଚରାଉଚରା ଚାଲିଛି । ଏହି ଘଟଣାର ପୁଙ୍ଖନାପୁଙ୍ଖ ତଦନ୍ତ ହେଲେ ଏହି ଚୋରା ର୍ୟାକେଟର ପର୍ଦ୍ଦାଫାସ ହୋଇପାରିବ ନିଶ୍ଚିତ ।
Comments are closed.