ଆଳି ୧୨/୦୨/୨୨କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକ ରେ ଡିମିରି ପାଳ ଗ୍ରାମ ପଞ୍ଚାୟତ ରେ ଚଳିତ ତ୍ରି ସ୍ତରୀୟ ପଞ୍ଚାୟତ ନିର୍ବାଚନ ମାହାଲ ବିଜେଡି ପାଇଁ ଉଷ୍ଣ ଥିବାବେଳେ ବିଜେପି ଓ କଂଗ୍ରେସ କୁ ସକ୍ତ ଝଟକା ଲାଗିଛି । ଆଜି ଆଳି ବ୍ଲକ ର ପୂର୍ବତନ ଚେୟାରମ୍ଯାନ ଶ୍ରୀ ଲକ୍ଷ୍ମୀଧର ମଲିକ୍ ଓ ପୂର୍ବତନ ଭାଇସ୍ ଚେୟାରମ୍ୟାନ ଶ୍ରୀ କେଦାର ନାଥ ବେହେରା ଙ୍କ ଦ୍ଵାରା ଡିମିରିପାଳ ପଞ୍ଚାୟତ ର କିଛି ବିଜେପି ଓ କଂଗ୍ରେସ ର ଅସନ୍ତୁଷ୍ଟ କର୍ମୀ ବିଜେଡି ରେ ବିଧିବଦ୍ଧ ଭାବେ ଯୋଗ ଦେଇଛନ୍ତି ।
ଆଳି ର ବିଧାୟକ ପ୍ରତାପକେଶରୀ ଦେବ ଙ୍କ ନେତୃତ୍ୱ ରେ ବିଜେଡି ଦଳ ର କାୟା ବୃଦ୍ଧି ସହ ଦଳକୁ ମଜବୁତ କରିବା ନିମନ୍ତେ ପଞ୍ଚାୟତ ନେତା ଙ୍କ ପ୍ରୟାସ ଓ ସରକାର ଙ୍କ ବିଭିନ୍ନ ପ୍ରକାର ର ଜନହିତକର ଯୋଜନା ସଫଳ ରୂପାୟନ କୁ ଅନୁସରଣ କରି ଡିମିରି ପାଳ ପଞ୍ଚାୟତ ପାଞ୍ଚ ନମ୍ବର ୱାର୍ଡ ତଥା ମଧୁବନ ଗ୍ରାମର ନରେନ୍ଦ୍ର ସାମଲ, ସୁଶାନ୍ତ ମଲ୍ଲିକ,ଉଦ୍ଧବ ଜେନା, ପ୍ରକାଶ ସୁତାର, ଗୟାଧର ମଲ୍ଲିକ, ଶରତ ମଲ୍ଲିକ, ଭରତ ମଲ୍ଲିକ,ହେମନ୍ତ ମଲ୍ଲିକ,ଶଙ୍କର୍ଷଣ ମଲ୍ଲିକ,ନରହରି ମଲ୍ଲିକ,ପ୍ରମୋଦ ମଲ୍ଲିକ,ଶେଖର ମଲ୍ଲିକ,ବାବୁରାମ ମଲ୍ଲିକ,ଆନନ୍ଦ କୁଅଁର,ଭୀମ ସେଠି, ସୁରେଶ ସେଠି, କେଦାର ଜେନା, ପ୍ରମୋଦ ନାୟକ, ଦଶରଥ ରାଉତ, ପ୍ରମୋଦ ଜେନା, ପ୍ରକାଶ ଜେନା, ସନ୍ତୋଷ ଜେନା, ବାମଦେବ ଦାସ, ପ୍ରଶାନ୍ତ ଦାସ,ରାମ ସେଠି ପ୍ରମୁଖ ବିଜେପି ଓ କଂଗ୍ରେସ ଦଳ ଛାଡି ବିଜେଡି ଉତ୍ତରି ଆପଣାଇ ଛନ୍ତି।
ବିଜେପି ଓ କଂଗ୍ରେସ କର୍ମୀ ଆଜି ବିଜେଡିରେ ଯୋଗ ଦେବା ପରେ କର୍ମୀଙ୍କ ମନରେ ଉତ୍ସାହ ଦେଖିବାକୁ ମିଳିଛି । କର୍ମୀ ଙ୍କ ମିଶିବା ପରେ ଆଳି ବିଧାୟକ କହିଛନ୍ତି ଏହା ଆମ ପାଇଁ ଓ ଆମ ଦଳକୁ ମଜବୁତ କରିବ ।