ଆଜି ପୂର୍ବ – ଉତ୍ତର ରାଜ୍ୟ ତ୍ରିପୁରା, ମେଘାଳୟ ଓ ନଗଲ୍ୟଣ୍ଡ ତ୍ରିପୁରା ବିଧାନସଭା ମତଦାନ ଅନୁଷ୍ଠିତ ହୋଇଥିଲା । ତ୍ରିପୁରା ରେ ଦଳ ପୂର୍ଣ୍ଣ ବହୁମତ ସହିତ ପୁନର୍ବାର ଦ୍ଵିତୀୟ ଥର ସରକାର କରିବାକୁ ଯାଉଛି । ଅନ୍ୟ ପକ୍ଷରେ ନଗଲ୍ୟାଣ୍ଡ ରେ ବିଜେପି ଓ ଏନ୍ ଡି ପି ଗଠ ବନ୍ଧନ ରେ ସରକାର ହେବ । କିନ୍ତୁ ଅନ୍ୟ ପକ୍ଷରେ ମେଘାଳୟ ର ଚଳିତ ଥରର ମତଦାନ ଫଳାଫଳ ବିଜେପି କୁ ନିରାଶ କରିଛି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୂର୍ବ – ଉତ୍ତର ରାଜ୍ୟ ବାସୀ ଙ୍କୁ ଧନ୍ୟବାଦ ଜଣାଇଛନ୍ତି । ମେଘାଳୟ ରେ ନେସନାଲ ପିପୂଲ୍ସ ପାର୍ଟି ପୁନର୍ବାର ରାଜ୍ୟ ରେ ନିଜ ର ପ୍ରଦର୍ଶନ କରିବା ପାଇଁ ଏହି ମତଦାନ ର ମଇଦାନ କୁ ଓହ୍ଲାଇଛି । NPP ୨୬ ଟି ସିଟ ରେ ବିଜୟ ହାସଲ କରି ନିଜର ରାସ୍ତା ସଫା କରି ଦେଇଛି । ମେଘାଳୟ ରେ ୟୁନାଇଟେଡ ଡେମୋକ୍ରାଟିକ୍ ପାର୍ଟି କୁ ୧୧ ଟି ସିଟ, ବିଜେପି କୁ୨ ଟି ସିଟ , କଂଗ୍ରେସ କୁ ୫ଟି ସିଟ ରେ ବିଜୟ ହାସଲ ହୋଇଥିବା ବେଳେ TMC ୫ଟି ସିଟ ରେ ବିଜୟ ହାସଲ କରିଛି । ଏଠାରେ ନେସନାଲ ପିପୂଲ୍ ପାର୍ଟି ବିଜେପି ଓ ଅନ୍ୟ ଦଳ ସହିତ ମିଶି ସରକାର ଗଢ଼ିବ ।
ନାଗା ଲାଣ୍ଡ ବିଧାନ ସଭା ମତଦାନ ରେ ନେସନାଲ୍ ଳିଷ୍ଟ ଡେମୋ କ୍ରାଟିକ୍ ପ୍ରୋଗ୍ରେଶିବ ପାର୍ଟି ସବୁଠୁ ଅଧିକ ୨୫ ସିଟ ରେ ବିଜୟ ହାସଲ କରିଛି । ବିଜେପି ୧୨ ଟି , ରିପବ୍ଲିକ ପାର୍ଟି ଅଫ ଇଣ୍ଡିଆ ୨ଟି , ନେଶନଲିଷ୍ଟ କଂଗ୍ରେସ ପାର୍ଟି ୫ଟି ସିଟ ରେ ବିଜୟ ହାସଲ କରିଛି । ନାଗଲ୍ୟଣ୍ଡ ରେ ଏନ୍ ଡି ପି ଓ ବିଜେପି ର ମିଳିତ ରେ ସରକାର ଗଠନ କରାଯିବ ।