Odisha news

ପଞ୍ଚାୟତ ନିର୍ବାଚନ : ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ର ୮ନଂ, ୯ନଂ ଓ ୧୬ନଂ ଜୋନରେ ବିଜେଡି

0

ଦଶପଲ୍ଲା୨୭/୨ : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଶେଷ ହୋଇଛି । ନିର୍ବାଚନ ଫଳାଫଳ ପାଇଁ ୨୬ ତାରିଖରୁ ଗଣତି ଆରମ୍ଭ ହୋଇଛି । ଗଣତିର ପ୍ରଥମ ଦିନରେ ଦଶପଲ୍ଲା ନିର୍ବାଚନ ମଣ୍ଡଳୀର ଗଣିଆ ବ୍ଲକ ୮ନଂ ଜୋନ, ଦଶପଲ୍ଲା ବ୍ଲକ ୯ନଂ ଜୋନ ଓ ନୂଆଗାଁ ବ୍ଲକ ୧୬ନଂ ଜୋନ ର ଫଳାଫଳ ପ୍ରକାଶ ପାଇଛି । ଏହି ତିନି ଜିଲ୍ଲାପରିଷଦ ଜୋନ ରେ ବିଜେଡି ପ୍ରାର୍ଥୀମାନେ ବିଜୟ ହୋଇଛନ୍ତି । ଗଣିଆ ବ୍ଲକ ୮ନଂ ଜୋନ ରେ ବିଜେଡି ପ୍ରାର୍ଥୀ ନରେଶ କୁମାର ବେହେରା ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ ବିଜେପି ପ୍ରାର୍ଥୀ ସୁଶାନ୍ତ କୁମାର ନାୟକ ଙ୍କୁ ୧୭୮୨ ଭୋଟ ରେ ପରାସ୍ତ କରି ବିଜୟ ହୋଇଥିବା ବେଳେ ଦଶପଲ୍ଲା ବ୍ଲକ ୯ନଂ ଜୋନ ରେ ବିଜେଡି ପ୍ରାର୍ଥୀ ହରିଷ ଚନ୍ଦ୍ର ଯାନୀ ତାଙ୍କ ନିକଟ ତମ ପ୍ରତିଦ୍ବନ୍ଦୀ ବିଜେପି ପ୍ରାର୍ଥୀ ଗୋରେଖ କଂହର ଙ୍କୁ ୭୪୧୧ ଭୋଟ ରେ ପରାସ୍ତ କରି ବିଜୟ ହୋଇଛନ୍ତି । ସେହିପରି ନୂଆଗାଁ ବ୍ଲକ ୧୬ ନଂ ଜୋନ ରେ ବିଜେପି ପ୍ରାର୍ଥୀ ସଂଧ୍ୟାରାଣୀ ସେଠୀଙ୍କୁ ୬୩୩୭ ଭୋଟ ରେ ବିଜେଡି ପ୍ରାର୍ଥୀନୀ ଯସ୍ମୀନ ଦାସ ପରାସ୍ତ କରି ବିଜୟ ହୋଇଛନ୍ତି । ପ୍ରଥମ ଦିନରେ ବିଜେଡି ତିନି ଜୋନ ରେ ବିଜୟ ହୋଇଥିବାରୁ ବିଜେଡି ରେ ଉତ୍ସାହ ଦେଖାଦେଇଛି ।

ଅନ୍ୟ ପାର୍ଶ୍ୱରେ ଗଣିଆ ବ୍ଲକ ର ସମସ୍ତ ପଞ୍ଚାୟତ ର ନିର୍ବାଚିତ ୱାର୍ଡମେମ୍ବର, ସରପଞ୍ଚ ଓ ସମିତିସଭ୍ୟ ଙ୍କ ଫଳା ଫଳ ଘୋଷଣା ହୋଇଛି । ଏହି ପଞ୍ଚାୟତ ର ଅଡ଼କଟା ପାଞ୍ଚାୟତ ରେ ସରପଞ୍ଚ ଭାବେ ସୁବାସିନୀ ବାରିକି ନିର୍ବାଚିତ ହୋଇଥିବା ବେଳେ ସମିତିସଭ୍ୟ ଭାବେ ଝୁନା ଜେନା ,ବଡ଼ସିଲିଙ୍ଗା ପଞ୍ଚାୟତ ରେ ସରପଞ୍ଚ ଭାବେ ସସ୍ମିତା ସାହୁ,ସମିତି ସଭ୍ୟ ଜାନକୀ ଦେହୁରୀ,ବେଳପଡା ପଞ୍ଚାୟତ ସରପଞ୍ଚ ସୁକାନ୍ତ ଗଣ୍ଠିଆ, ସମିତି ସଭ୍ୟ ରାଜ କିଶୋର ସାହୁ, ଛାମୁଣ୍ଡିଆ ପଞ୍ଚାୟତ ସରପଞ୍ଚ ଭାବେ ଦୀପ୍ତିରେଖା ସେନାପତି,ସମିତିସଭ୍ୟ ଭାବେ ସସ୍ମିତା ଦଳେଇ,ଗଣିଆ ପଞ୍ଚାୟତ ସରପଞ୍ଚ ଭାବେ ଗିରିଧାରୀ ସେଠି, ସମିତିସଭ୍ୟ ଭାବେ ଫକୀର ମୋହନ ଡାକୁଆ, କିଶୋରପ୍ରସାଦ ପଞ୍ଚାୟତ ସରପଞ୍ଚ ଭାବେ ଗୀତାଞ୍ଜଳି ବେହେରା,ସମିତିସଭ୍ୟ ଭାବେ ରଂଜିତା ବେହେରା,କରଡାପଡା ପଞ୍ଚାୟତ ରେ ସରପଞ୍ଚ ଭାବେ ପ୍ରମୋଦିନି ସାହୁ, ସମିତିସଭ୍ୟ ଭାବେ ଗୀତାରାଣୀ ରାଉତ, ଏବଂ ରାସଙ୍ଗ ପଞ୍ଚାୟତ ରେ ସରପଞ୍ଚ ଭାବେ ମାନସ କୁମାର ମହାଖୁଡ଼ ଓ ସମିତି ସଭ୍ୟ ଭାବେ କବିତା ସାହୁ ନିର୍ବାଚିତ ହୋଇଛନ୍ତି ।

ଗଣିଆ ବ୍ଲକ ରେ ଚଳିତ ପଞ୍ଚାୟତ ନିର୍ବାଚନ ର ସମସ୍ତ ଫଳାଫଳ ଘୋଷଣା ସରିଥିବା ବେଳେ ଦଶପଲ୍ଲା ବ୍ଲକ ୯ ନଂ ଜୋନ ରେ ଥିବା ୭ଟି ପଞ୍ଚାୟତ ର ଫଳାଫଳ ପ୍ରକାଶ ପାଇଛି । ଏଥି ମଧ୍ୟରେ କୁଲୁରୁକୁମ୍ପା ପଞ୍ଚାୟତରେ ସମିତିସଭ୍ୟ ଭାବେ ନନ୍ଦିନୀ ନାୟକ ନିର୍ବାଚିତ ହୋଇଥିବା ବେଳେ ସରପଞ୍ଚ ଭାବେ ଅଶୋକ କୁମାର ନାୟକ ନିର୍ବାଚିତ ହୋଇଛନ୍ତି। ଦୁଡା ପଞ୍ଚାୟତ ରେ ଭବାନୀବାଳା କହଁର ସରପଂଚ ନିର୍ବାଚିତ ହୋଇଥିବା ବେଳେ ସ୍ଵର୍ଣ୍ଣଲତା ଦେହୁରୀ ସମିତିସଭ୍ୟ ଭାବେ ନିର୍ବାଚିତ ହୋଇଛନ୍ତି। ବାଣୀଗୋଛା ପଞ୍ଚାୟତରେ ସରପଂଚ ଭାବେ ସସ୍ମିତା ମହାକୁଡ଼ ନିର୍ବାଚିତ ହୋଇଥିବା ବେଳେ ସମିତିସଭ୍ୟ ଭାବେ ସୁଶାନ୍ତ ଜାନୀ ନିର୍ବାଚିତ ହୋଇଛନ୍ତି। କୁଜାମେଣ୍ଢିରେ ସଙ୍ଗୀତା ପୃଷ୍ଟି ସରପଂଚ ଭାବେ ନିର୍ବାଚିତ ହୋଇଥିବା ବେଳେ ସମିତିସଭ୍ୟ ଭାବେ ଶ୍ରଦ୍ଧାଞ୍ଜଳି ସାହୁ ନିର୍ବାଚିତ ହୋଇଛନ୍ତି। ଚଢେୟାପଲ୍ଲୀ ପଂଚାୟତରେ ସରପଂଚ ଭାବେ ଲକ୍ଷ୍ମୀପ୍ରିୟା ପୃଷ୍ଟି ନିର୍ବାଚିତ ହୋଇଥିବା ବେଳେ ସମିତିସଭ୍ୟ ଭାବେ ସୁବାସିନୀ କରଣ ନିର୍ବାଚିତ ହୋଇଛନ୍ତି।

ନୂଆଗାଁ ପଞ୍ଚାୟତ ରେ ସରପଂଚ ଭାବେ ରଞ୍ଜିତା ଗୌଡ ନିର୍ବାଚିତ ହୋଇଥିବା ବେଳେ ସମିତିସଭ୍ୟ ଭାବେ ରସ୍ମିତା କହଁର ନିର୍ବାଚିତ ହୋଇଛନ୍ତି ଓ କଳସାଖମଣ ପଞ୍ଚାୟତ ରେ ସରପଂଚ ଭାବେ ରଶ୍ମିତା ମଳିକ ନିର୍ବାଚିତ ହୋଇଥିବା ବେଳେ ସମିତିସଭ୍ୟ ଭାବେ ସରୋଜ କୁମାର ମଳିକ ନିର୍ବାଚିତ ହୋଇଛନ୍ତି।

ସେହିପରି ନୂଆଗାଁ ବ୍ଲକ ର ୧୬ନଂ ଜୋନ ରେ ଥିବା ୧୧ ଟି ପଞ୍ଚାୟତ ର ଫଳାଫଳ ପ୍ରକାଶ ପାଇଛି । ଏହି ବ୍ଲକ ର ପାରାଢ଼ୀପି ପଞ୍ଚାୟତ ରେ ସରପଞ୍ଚ ଭାବେ ବିଭୁତି ଭୂଷଣ ପ୍ରଧାନ ନିର୍ବାଚିତ ହୋଇଥିବା ବେଳେ ସମିତିସଭ୍ୟ ଭାବେ ଲାଷ୍ମୀପ୍ରିୟା ବେହେରା, ବାହାଡ଼ାଝୋଲା ପଞ୍ଚାୟତ ରେ ସରପଞ୍ଚ ଭାବେ ଆରତୀ କୁମାରୀ ସେଠି ସମିତିସଭ୍ୟ ଭାବେ ମିତା ଅଧିକାରୀ, ବେରୁଁହାବାରି ପଞ୍ଚାୟତ ରେ ସରପଞ୍ଚ ଭାବେ ସୁଶାନ୍ତ କୁମାର ସାହୁ ସମିତିସଭ୍ୟ ଭାବେ କେଦାର ସେଠି, ସିଙ୍ଗାରପଲ୍ଲୀ ପଞ୍ଚାୟତ ରେ ସରପଞ୍ଚ ଭାବେ ଗାୟତ୍ରୀ ବେହେରା, ସମିତିସଭ୍ୟ ଭାବେ ସ୍ମିତାରାଣୀ ସେଠି, ସିକ୍ରୀଡା ପଞ୍ଚାୟତ ରେ ସରପଞ୍ଚ ଭାବେ ସୁଷମା ପରିଡା, ସମିତିସଭ୍ୟ ଭାବେ ସଂଗୀତା ସାହୁ, ହରିପୁର ପଞ୍ଚାୟତ ରେ ସରପଞ୍ଚ ଭାବେ ଜିତେନ୍ଦ୍ର ଖଟୁଆ,ସମିତିସଭ୍ୟ ଭାବେ ପ୍ରତାପ କୁମାର ମହାପାତ୍ର, କାପ୍ତାପଲ୍ଲୀ ପଞ୍ଚାୟତ ରେ ସରପଞ୍ଚ ଭାବେ ସାରସ ଧର ସାହୁ ,ସମିତିସଭ୍ୟ ଭାବେ ସୁଷମା ଦଳବେହେରା, ଜାକେଡା ପଞ୍ଚାୟତ ରେ ସରପଞ୍ଚ ଭାବେ ସୁମିତ୍ରା ଯାନୀ , ସମିତିସଭ୍ୟ ଭାବେ ପ୍ରଭାତୀ ମଲ୍ଲିକ, ଗୁମି ପଞ୍ଚାୟତ ରେ ସରପଞ୍ଚ ଭାବେ ବାବୁ ମହାରଣା ସମିତିସଭ୍ୟ ଭାବେ ସଂଜୀବ କୁମାର ଡାକୁଆ,କୋରଡା ପଞ୍ଚାୟତ ରେ ସରପଞ୍ଚ ଭାବେ ନିରୂପମା ପାତ୍ର ସମିତିସଭ୍ୟ ଭାବେ ପ୍ରଫୁଲ୍ଲ ବେହେରା ଏବଂ ସୋରଡା ପଞ୍ଚାୟତ ରେ ସରପଞ୍ଚ ଭାବେ ଫକୀର ମୋହନ ସାହୁ ଓ ସମିତିସଭ୍ୟ ଭାବେ ସୁକାନ୍ତ କୁମାର ସାହୁ ନିର୍ବାଚିତ ହୋଇଛନ୍ତି ।

ଖବର ଲେଖାଯିବା ସୁଧା ନୂଆଗାଁ ବ୍ଲକ ର ୧୭ ନଂ ଜୋନ ଓ ଦଶପଲ୍ଲା ବ୍ଲକ ର ୧୦ ନଂ ଜୋନ ର ଜିଲ୍ଲାପରିଷଦ ଓ ପାଞ୍ଚାୟତ ପାଇଁ ୱାର୍ଡ ମେମ୍ବର, ସରପଞ୍ଚ ଓ ସମିତିସଭ୍ୟ ପାଇଁ ଭୋଟ ଗଣତି ଜାରି ରହିଛି

Leave A Reply