ବୁଗୁଡ଼ା : ତା ୨୬/୦୨/୨୨: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଭୋଟ ଗଣତି ପ୍ରକ୍ରିୟା ୨୬ରୁ୨୮ ତାରିଖ ପର୍ଯ୍ୟନ୍ତ ତିନି ଦିନ ଧରି ଚାଲିବାକୁ ଥିବାବଳେ ଆଜି ବୁଗୁଡ଼ା ବ୍ଲକର ୪୧ ନମ୍ବର ଜିଲ୍ଲା ପରିଷଦ ଜୋନ ଏବଂ ଏହା ଅନ୍ତର୍ଗତ ଏ. କରଡ଼ାବାଡ଼ି, ଅନୁରପଡା, ଅରଖପୁର, ବାଲିପଦର, କଳମ୍ବ, ପାଙ୍ଗିଡି ଓ ପୋଚାଲୁଣ୍ଡି ଆଦି ୭ଟି ପଞ୍ଚାୟତର ସରପଞ୍ଚ ଓ ସମିତି ମେମ୍ବର ସାଙ୍ଗକୁ ୯୧ଟି ୱାର୍ଡ ମେମ୍ବରଙ୍କ ଭୋଟ ଗଣତି ରାତି ପର୍ଯ୍ୟନ୍ତ ଜାରି ରହିଥିଲା ।
ଚଳିତ ନିର୍ବାଚନରେ ୪୧ ନମ୍ବର ଜିଲ୍ଲା ପରିଷଦ ଜୋନରେ ମୋଟ ୨୧ ହଜାର ୬୬୯ ଜଣ ଭୋଟର ସେମାନଙ୍କ ମତଦାନ ସାବ୍ୟସ୍ତ କରିଥିବା ବେଳେ ବିଜେଡିର ସମିତା ସ୍ବାଇଁ ତାଙ୍କର ନିକଟତମ ପ୍ରତିଦ୍ବନ୍ଦୀ ବିଜେପି ପ୍ରାର୍ଥୀନୀ ସସ୍ମିତା ପାତ୍ରଙ୍କ ଠାରୁ ହଜାର ହଜାର ଭୋଟରେ ଆଗୁଆ ରହି ସୁନିଶ୍ଚିତ ବିଜୟର ଦ୍ବାରଦେଶରେ ପହଞ୍ଚି ଯାଇଥିବା ବେଳେ ଅନ୍ୟତମ ପ୍ରତିଦ୍ବନ୍ଦୀ କଂଗ୍ରେସ ପ୍ରାର୍ଥନୀ ଲତା ପାତ୍ର ତୃତୀୟ ସ୍ଥାନରେ ରହିଥିବା ଜଣାଯାଇଛି । ଅନ୍ୟପକ୍ଷରେ ଏ.କରଡ଼ାବାଡ଼ି ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ରିଙ୍କି ଦାଶ ବିଜୟ ଲାଭ କରିଥିବା ବେଳେ ସମିତି ସଭ୍ୟ ପ୍ରାର୍ଥୀ ଶିବାଜୀ ନାୟକ ବିଜୟ ଲାଭ କରିଛନ୍ତି। ଅନୁରପଡା ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ବସନ୍ତ କୁମାର ଶତପଥୀ ଜୟ ଲାଭ କରିଥିବା ବେଳେ ସମିତି ସଭ୍ୟ ପ୍ରାର୍ଥିନୀ ଶିବାନୀ ନାୟକ ଜୟ ଲାଭ କରିଛନ୍ତି ।
ଅରଖପୁର ପଞ୍ଚାୟତର ସରପଞ୍ଚ ପ୍ରାର୍ଥିନୀ ମିନତି ମଳିକ ସମିତି ସଭ୍ୟ ପ୍ରାର୍ଥିନୀ ଶାନ୍ତିଲତା ସ୍ବାଇଁ ବିଜୟ ଲାଭ କରିଛନ୍ତି । ବାଲିପଦର ପଞ୍ଚାୟତର ସରପଞ୍ଚ ପ୍ରାର୍ଥିନୀ ରାଜଲକ୍ଷ୍ମୀ ପ୍ରଧାନ ଓ ସମିତି ସଭ୍ୟ ପ୍ରାର୍ଥୀ କିମୋଜୁ ପ୍ରିୟ ଦର୍ଶନୀ ଆଚାରୀ ଜୟଯୁକ୍ତ ହୋଇଛନ୍ତି । ପାଙ୍ଗିଡି ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀନୀ ଭାଗ୍ୟଲତାବିଷୋୟୀ ଅପ୍ରତିଦ୍ବନ୍ଦୀ ରହିଥିବା ବେଳେ ସମିତି ସଭ୍ୟ ପ୍ରାର୍ଥିନୀ ସସ୍ମିତା କୁମାରୀ ଆପଟ ଜୟଯୁକ୍ତ ହୋଇଛନ୍ତି। ପୋଚାଲୁଣ୍ଡି ପଞ୍ଚାୟତର ସରପଞ୍ଚ ପ୍ରାର୍ଥିନୀ ସୁଜାତା କୁମାରୀ ପ୍ରଧାନ ଓ ସମିତି ସଭ୍ୟ ପ୍ରାର୍ଥୀ କାହ୍ନୁଚରଣ ସେଠୀ ବିଜୟ ହାସଲ କରିଛନ୍ତି । କଳମ�: କଳମ୍ବ ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ପ୍ରଦୀପ କୁମାର ଜେନା ତାଙ୍କର ନିକଟତମ ପ୍ରତିଦ୍ବନ୍ଦୀ କାହ୍ନୁ ଚରଣ ଗୌଡଙ୍କ ଠାରୁ ଆଗୁଆ ରହିଥିବା ବେଳେ ସମିତି ସଭ୍ୟ ପ୍ରାର୍ଥୀ ସୁଶାନ୍ତ କୁମାର ସେଠୀ ତାଙ୍କର ନିକଟତମ ପ୍ରତିଦ୍ଵନ୍ଦୀ ଆଲୋକ ଗୌଡ଼ଙ୍କ ଠାରୁ ଆଗରେ ରହିଛନ୍ତି