ଆସନ୍ତା ତିର୍ତୋଲ ବିଧାନ ସଭା ଉପ ନିର୍ବାଚନ ପରିପେକ୍ଷିରେ ବିଜେଡି ପ୍ରଭାରୀ ତଥା ବରିଷ୍ଠ ମନ୍ତ୍ରୀ ଅରୁଣ କୁମାର ସାହୁ, ରାଜ୍ୟ ବିଜୁ ଜନତା ଦଳର ସମ୍ପାଦକ ବିଧାୟକ ପ୍ରଣବ ପ୍ରକାଶ ଦାସ, ଅନ୍ୟତମ ବିଜେଡି ଯୁବ ନେତା ଅରିନ୍ଦମ ମହାନ୍ତି ସନିବାର ଦିନ ଅପରାହ୍ନରେ ବିରିଡି ବ୍ଲକକୁ ତୋଫାନୀ ଗ୍ରସ୍ତ
ବିରିଡି, ୧୭ା୧୦ ; ଆସନ୍ତା ତିର୍ତୋଲ ବିଧାନ ସଭା ଉପ ନିର୍ବାଚନ ପରିପେକ୍ଷିରେ ବିଜେଡି ପ୍ରଭାରୀ ତଥା ବରିଷ୍ଠ ମନ୍ତ୍ରୀ ଅରୁଣ କୁମାର ସାହୁ, ରାଜ୍ୟ ବିଜୁ ଜନତା ଦଳର ସମ୍ପାଦକ ବିଧାୟକ ପ୍ରଣବ ପ୍ରକାଶ ଦାସ, ଅନ୍ୟତମ ବିଜେଡି ଯୁବ ନେତା ଅରିନ୍ଦମ ମହାନ୍ତି ସନିବାର ଦିନ ଅପରାହ୍ନରେ ବିରିଡି ବ୍ଲକକୁ ତୋଫାନୀ ଗ୍ରସ୍ତ କରିବା ସହ ବ୍ଲକର ଅଢଙ୍ଗ ମଜୁରାଇ, ଅଢଙ୍ଗଗଡ, ଶିବପୁର ଓ ଅରଣା ପଂଚାୟତକୁ ଯାଇ କର୍ମିମାନଙ୍କୁ ଭେଟିଥିଲେ । ମନ୍ତ୍ରୀ ଓ ଅନ୍ୟମାନେ ପ୍ରଥମେ ଅଢଙ୍ଗମଜୁରାଇ ପଂଚାୟତର ବରାହପୁରସ୍ଥିତ ବୁଢି ଜାଗୁଳାଇଙ୍କ ପୀଠରେ ପହଂଚିବା ମାତ୍ରେ ସେଠାରେ ଉପସ୍ଥିତି ଦଳୀୟ କର୍ମି ସେମାନଙ୍କୁ ସ୍ୱାଗତ କରିଥିଲେ ।
ପରେ ପଂଚାୟତ ସଭାପତି ଅରବିନ୍ଦ ରାୟ, ପୂର୍ବତନ ସରପଂଚ ତୃପ୍ତି ରାୟ, ବସନ୍ତ ଭୋଇ, ପଂଚାନନ ଦାସ ପ୍ରମୁଖ ପଂଚାୟତରେ ଥିବା କେତେକ ସମସ୍ୟା ସମ୍ପର୍କରେ ଅବଗତ କରାଇଥିଲେ । ତେବେ ମନ୍ତ୍ରୀ ଅରୁଣ ସାହୁ ଓ ପ୍ରଣବ ପ୍ରକାଶ ଦାସ ଏହା ଉପରେ ତୁରନ୍ତ ପଦକ୍ଷେପ ନିଆଯିବ ବୋଲି କହିବା ସହ ଆସନ୍ତା ଉପ ନିର୍ବାଚନରେ ବିଜେଡି ଦଳରୁ ପାର୍ଥୀ ହୋଇଥିବା ସ୍ୱର୍ଗୀୟ ବିଷ୍ଣୁ ଦାସଙ୍କ ପୁତ୍ର ବିଜୟ ଶଙ୍କର ଦାସଙ୍କୁ ସବୁ ବିବାଦରୁ ଦୂରେଇ ରହି ଏକାଠି ଭାବେ ଅଧିକରୁ ଅଧ୍ଚଳ ଭୋଟ ଦେବାକୁ କହିଥିଲେ । ଏଠାରୁ ସେମାନେ ଅଢଙ୍ଗଗଡ, ଅରଣା, ଶିବପୁର ପଂଚାୟତରେ ମଧ୍ୟ କର୍ମିମାନଙ୍କୁ ଭେଟି ଅନୁରୂପ ଆଲୋଚନା କରି ଫେରିଥିଲେ । ଏହି ଗ୍ରସ୍ତ ସମୟରେ ବିରିଡି ବ୍ଲକର ବରିଷ୍ଠ ବିଜେଡି ନେତା ରବି ନାରାୟଣ ଜେନା, ବ୍ଲକ ସଭାପତି ରବିନ୍ଦ୍ର କୁମାର ରାଉଳ, ନୃଶିଂହ କୁମାର ଦାସ, ନେତ୍ରାନନ୍ଦ ପାତ୍ର, ପୁଷ୍ପ ପ୍ରକାଶ ପ୍ରଦାନ, ପ୍ରଦିପ୍ତ ଭୂୟାଁ ଏକ ଦଳ ତାଙ୍କ ସହିତ ଗ୍ରସ୍ତ କରିଥିଲେ ।