ଆଳି 13/୦2/22 ଚଳିତ ପଞ୍ଚାୟତ ନିର୍ବାଚନ ରେ ଲଢ଼ୁଥିବା ପ୍ରାର୍ଥୀ ମାନେ ନିଜ ସମର୍ଥକ ମାନଙ୍କ ମନୋବଳ ବୃଦ୍ଧି ତଥା ଭୋଟ ପରିମାଣ ବୃଦ୍ଧି ନିମନ୍ତେ ଦିନ ରାତି ଏକ କରି ଦେଇଛନ୍ତି । ଆଳି ବ୍ଲକ ଅନ୍ତର୍ଗତ ଅରେହିକଣା ଗ୍ରାମ ପଞ୍ଚାୟତରେ ଏକାଧିକ ସରପଞ୍ଚ ପ୍ରାର୍ଥୀ ପ୍ରାର୍ଥୀପତ୍ର ଦାଖଲ କରିଥିବା ବେଳେ ଦ୍ଵିମୁକ୍ଷି ପ୍ରତିଦ୍ୱନ୍ଦିତା ପରିଲକ୍ଷିତ ହୋଇଛି ।ବିଜେଡି ସମର୍ଥିତ ସରପଞ୍ଚ ପ୍ରାର୍ଥୀ ଶ୍ରୀ ହିମାଂଶୁ ଶେଖର ପଣ୍ଡା ପୂର୍ବରୁ ସରପଞ୍ଚ ଓ ସମିତି ସଭ୍ୟ ଭାବେ ପଞ୍ଚାୟତ ପ୍ରତି ଥିବା ଅବଦାନ କୁ ପାଥେୟ କରି ପଞ୍ଚାୟତ ରେ ପୁନର୍ବାର ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ l ସମସ୍ତ୍ ଗ୍ରାମ ରେ ପାନୀୟ ଜଳ ଯୋଗାଣ ,ରାସ୍ତା ନିର୍ମାଣ ,ସ୍ୱାସ୍ଥ୍ୟ ସେବା ଓ ସରକାରୀ ଦାରିଦ୍ର୍ୟ ଦୂରୀକରଣ କାର୍ଯ୍ୟକ୍ରମ ରେ ଦରିଦ୍ରତା ର ସୀମାରେଖା ତଳେ ଥିବା ଲୋକମାନଙ୍କୁ ସହାୟତା ପ୍ରଦାନ କରିବା ସହ ଆଦର୍ଶ ପୋଖରି, ଗ୍ରାମ୍ୟ ପାର୍କ, ଓଭର୍ ହେଡ୍ ଟାଙ୍କି, ଦୁଇଟି ଗ୍ରାମରେ ଦୁଇ ଗୋଟି କଲ୍ଯାଣ ମଣ୍ଡପ ନିର୍ମାଣ କରାଯାଇଛି l ଆଗାମୀ ଦିନରେ ଦାରିଦ୍ର୍ୟ ଦୂରୀକରଣ ତଥା ଅନ୍ୟାନ୍ୟ ଉନ୍ନୟନ ମୂଳକ କାର୍ଯ୍ୟ ହାତକୁ ନେଇ ସଫଳ ରୂପାୟନ କରିବି ଓ ଆମ ପଞ୍ଚାୟତ କୁ ଆଳି ବ୍ଲକ ରେ ଏକ ନମ୍ଵର କରିବାକୁ ଚେଷ୍ଟା କରିବାର ପ୍ରତିଶ୍ରୁତି ଦେଇ ନିଜ ସପକ୍ଷରେ ଭୋଟ ଭିକ୍ଷା କରୁଛନ୍ତି l ନିଜ ସମର୍ଥକ ମାନଙ୍କ ସହ ପଞ୍ଚାୟତ ର ଗାଁ ଗାଁ ବୁଲି ଲୋକଙ୍କ ସୁବିଧା ଅସୁବିଧା ବୁଝିବା ସହ ସରକାରଙ୍କ ଦ୍ୱାରା ପ୍ରଦତ୍ତ ଜନକଲ୍ୟାଣ ଯୋଜନା କିପରି ଲୋକମାନେ ପାଇବେ ସେ ନେଇ ବୁଝାଉଛନ୍ତି l