Odisha news

୫ବର୍ଷର ଦୁର୍ନୀତି ଭଷ୍ଟାଚାର ଅହଂକାର ବିରୋଧରେ ମୋ ଲଢ଼େଇ : ଶୁଭଶ୍ରୀ ନିବେଦିତା

0
କାକଟପୁର ୧୩/୦୨ କୁଣ୍ଢେଇ ପଞ୍ଚାୟତରେ ସ୍ବାଧୀନ ପ୍ରାର୍ଥୀନିଙ୍କୁ ମିଳୁଛି ବଡ଼ ସମର୍ଥନ।ଏଠାରେ ବିଜେଡି ସମର୍ଥିତ ପ୍ରାର୍ଥୀନିଙ୍କ ଅପେକ୍ଷା ସ୍ବାଧୀନ ପ୍ରାର୍ଥୀନିଙ୍କ ଲୋକପ୍ରିୟତା ବଢ଼ିବାରେ ଲାଗିଛି।ଦଳମତ ଭୁଲି ଅଞ୍ଚଳର ବିକାଶ ପାଇଁ ଆଗେଇ ଆସିଥିବା କିଛି ଉଚ୍ଚ ଶିକ୍ଷିତ ଯୁବକ ଧରିଛନ୍ତି ମଙ୍ଗ।ଏଠାରେ ବିଜେଡି ସମର୍ଥିତ ପ୍ରାର୍ଥୀନି ଭାବରେ ସରପଞ୍ଚ ଙ୍କ ଶୁଭ୍ରଜିତ ମଲ୍ଲ ଙ୍କ  ଧର୍ମପତ୍ନୀ ଲିପ୍ସା ରାଣୀ ମଲ୍ଲ ପ୍ରାର୍ଥୀ ହୋଇଥିବା ବେଳେ ଅସନ୍ତୁଷ୍ଟ ବିଜେଡି ଅଥବା ସ୍ବାଧୀନ ପ୍ରାର୍ଥୀନି ଭାବେ ଜଣାଶୁଣା ସମାଜସେବୀ ସୂର୍ଯ୍ୟକାନ୍ତ ନାୟକ ଙ୍କ ଧର୍ମପତ୍ନୀ ଶୁଭଶ୍ରୀ ନିବେଦିତା ନାୟକ ମଧ୍ୟରେ ଜୋରଦାର ଟକ୍କର ହେବବୋଲି ଚା ଖଟିରେ ଶୁଣିବାକୁ ମିଳୁଛି। ଗତ ୫ବର୍ଷ ବିଜେଡି ସମର୍ଥିତ ପ୍ରାର୍ଥୀ ଭାବେ ଶୁଭଜିତ ମଲ୍ଲ କୁଣ୍ଢେଇ ପଞ୍ଚାୟତରେ ସରପଞ୍ଚ ଦାୟିତ୍ୱ ତୁଳାଉଛନ୍ତି। ସେ ବିକାଶ ନାଁରେ ବିନାଶ କରିଥିବା ନେଇ ବିଭିନ୍ନ ସମୟରେ ବିରୋଧୀ ଅଭିଯୋଗ କରୁଥିବା ବେଳେ ତାଙ୍କ ଧର୍ମପତ୍ନୀ ଲିପ୍ସାରାଣୀ ମଲ୍ଲଙ୍କୁ ଭୋଟ ଦେବା କୁ ସିଧାସଳଖ ମନା କରିଦେଉଛନ୍ତି ଭୋଟର।ଆଜି ଯାଏ କେଉଁଠି ଥିଲ କଣ କରିଛ ବୋଲି ଲୋକେ ସିଧାସଳଖ ପଚାରୁଛନ୍ତି।ଯାହାର ଉତ୍ତର ଦେବାକୁ ତାଙ୍କ ପାଖରେ କିଛି ନାହିଁ।ଏଇଥିପାଇଁ ସରପଞ୍ଚ ଙ୍କୁ ଗ୍ରହଣ କରିପାରୁ ନାହାଁନ୍ତି ସ୍ଥାନୀୟ ଜନସାଧାରଣ।କାହିଁକି ନା ଅତୀତରେ ତାଙ୍କ ଠାରୁ କୁଣ୍ଢେଇ ପଞ୍ଚାୟତ କିଛି ଆଶା ରଖିଥିଲା। ଶୁଭଜିତ ମଲ୍ଲ ଙ୍କ କାଣ୍ତକାରାନାମା କରିଛନ୍ତି ତାର ରୋଷ ଏବେ ସାଧାରଣ ଭୋଟର ଉଚିତ ଶିକ୍ଷା ଦେବେ ବୋଲି ରାଜନୈତିକ ମହଲରେ ଶୁଣିବାକୁ ମିଳୁଛି।
ସେପଟେ ସ୍ବାଧୀନ ପ୍ରାର୍ଥୀନି  ଶୁଭଶ୍ରୀ ନିବେଦିତା ନାୟକ ଘର ଘର ବୁଲି ସମର୍ଥନ ଗୋଟାଇ ବାକୁ ଲାଗିଛନ୍ତି।ସ୍ବତଃ ପ୍ରବୃତ୍ତ ଭାବରେ ଜନ ସମର୍ଥନ ପାଉଛନ୍ତି।ଯୁବଗୋଷ୍ଠୀ ଏବେ ତାଙ୍କ ସହିତ ରହିଛନ୍ତି।ଏଭଳି ସ୍ଥିତି ଦେଖି ଔଷଧ ବିକଳରେ ତାଟିଆ କାମୁଡ଼ିବା ଭଳି କିଛି ଲୋକଙ୍କୁ ଧରି ରାତିରେ ଅଧରେ ପଇସା ବାଣ୍ଟୁଥିଵା ସାଧାରଣ ଚର୍ଚ୍ଚା ହେଉଛି।ସମୟ ଯେତିକି ନିକଟତର ହେଉଛି ସ୍ବାଧୀନ ପ୍ରାର୍ଥୀ ଶୁଭଶ୍ରୀ ସମର୍ଥନ ସେତିକି ସୁଦୃଢ ହେଉଛି।ଏମାନଙ୍କ ରଣନୀତି ଆଗରେ ବିଜେଡି ସମର୍ଥିତ ପ୍ରାର୍ଥୀ ଙ୍କ ରଣନୀତି କାମ ଦେଉନାହିଁ।ସ୍ଥାନୀୟ ଅଞ୍ଚଳର ସ୍ବାଭିମାନ ଲୋକଙ୍କୁ ଟଙ୍କାରେ କିଣିବାକୁ ଯୋଜନା ମଧ୍ୟ ହେଉଛି ହେଲେ ଭୋଟର ଏବେ କିଛି ଶୁଣିବାକୁ ନାରାଜ ବୋଲି ସଚେତନ ନାଗରିକ ମଞ୍ଚର ଆବାହକ ପୂର୍ବତନ ସରପଞ୍ଚ ତୁଷାରକାନ୍ତ ସ୍ବାଇଁ କହିଛନ୍ତି। ସମାଜସେବୀ ସୂର୍ଯ୍ୟକାନ୍ତ ଙ୍କ ପଦପଦବୀରେ ନଥାଇ ମଧ୍ୟ କାକଟପୁର ନିର୍ବାଚନ ମଣ୍ଡଳୀ ରେ  ଯେଭଳି ଭାବେ  ବାତ୍ୟା ଠାରୁ ବନ୍ୟା,ମହାମାରୀ କୋରନା ସମୟରେ ଜନହିତାକାରୀ ଦରିଦ୍ର ନାରାୟଣ ଯୋଜନା ସୁନିଶ୍ଚିତl ଶୁଭଶ୍ରୀ ନିବେଦିତା ନାୟକଙ୍କୁ ସୂର୍ଯ୍ୟ ଚିହ୍ନ ରେ ମୋହର ମାରି ଉଚିତ ଜବାବ ଦେବେ ବୋଲି ଯୁବନେତା ପ୍ରଲ୍ଲଭ କୁମାର ସ୍ବାଇଁ, ହରିହର ନାୟକ, ସୁଶାନ୍ତ ଭୂୟାଁ, ବୁଲା ଦାସ,ଗଦାଧର ସାମଲ ପ୍ରମୁଖ ଆସ୍ଥା ପ୍ରକଟ କରିଛନ୍ତି।
Leave A Reply