Odisha news

ଜଳେଶ୍ବରପଡା ପଞ୍ଚାୟତ ପାଇଁ ପ୍ରାର୍ଥୀପତ୍ର ଦାଖଲ କଲେ ବିଷ୍ଣୁଚରଣ , ଗୁଣନିଧି

0

କାକଟପୁର ୨୦/୦୧ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ ର ଚତୁର୍ଥ ଦିନ ଥିବା ବେଳେ ଚର୍ଚ୍ଚିତ ପଞ୍ଚାୟତ ଜଳେଶ୍ବରପଡା ପାଇଁ ପଞ୍ଚାୟତ ଅଫିସରେ  ବିଜେଡି ସମର୍ଥିତ ପ୍ରାର୍ଥୀଭାବେ ସରପଞ୍ଚ ପଦ ପାଇଁ ସରପଞ୍ଚ ପ୍ରାର୍ଥୀ  ବିଷ୍ଣୁ ଚରଣ ବେହେରା,ବ୍ଲକ ଅଫିସରେ  ସମିତି ସଭ୍ୟ ପ୍ରାର୍ଥୀ  ଗୁଣନିଧି ଜେନା ନିର୍ବାଚନ ଅଧିକାରୀ ପାଖରେ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି।୨ଟି ସେଟ୍ ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ରାଜ୍ୟ  ମୁଖ୍ୟମନ୍ତ୍ରୀ ଙ୍କ ଜନହିତକାରୀ ଯୋଜନା ବିରୋଧୀ ସଂଜ୍ଞାହୀନ ହେବେ ବୋଲି ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲାପରିଷଦ ଛବି ପରିଡା ସୂଚନା ଦେଇଥିବା ବେଳେ ବିଷ୍ଣୁଚରଣ ବିଶ୍ୱାଳ,ରୋହିତ ନାୟକ, ଦୁର୍ଯ୍ୟୋଧନ ସ୍ବାଇଁ, ପ୍ରକାଶ ନାଥ,ବାପି ମିଶ୍ର,ସଞ୍ଜୟ ପରିଡ଼ା, ବାବୁ ସାହୁ,ରଞ୍ଜନ ଜେନା, ସାଗର ବିଶ୍ୱାଳ,ଉପେନ୍ଦ୍ର ଲେଙ୍କା ପ୍ରମୁଖ ଉପସ୍ଥିତ ଥିଲେ। ଜିଲ୍ଲା ପରିଷଦ ଶ୍ରୀ  ପରିଡ଼ା ଙ୍କ ନେତୃତ୍ବରେ କୋଭିଡ଼ ନିୟମକୁ ମାନି କର୍ମୀମାନେ ଯୋଗ ଦେଇଥିବା ବେଳେ ସଠିକ ସମୟରେ ସଠିକ ପ୍ରାର୍ଥୀ ଚୟନ କରିଥିବାରୁ ଶ୍ରୀ ପରିଡ଼ା କାକଟପୁର ବିଧାୟକ ତଥା ଯୁବକ୍ରୀଡା ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରା, ଅସ୍ତରଙ୍ଗ ବ୍ଲକ ଅଧ୍ୟକ୍ଷ ସ୍ବାଧୀନ ନାୟକ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜ୍ୟୋତିମୟୀ ଦଳାଇ,ବ୍ଲକ ସଭାପତି ପ୍ରାଣନାଥ ମଲ୍ଲିକ, ମନ୍ତ୍ରୀ ଙ୍କ ପ୍ରତିନିଧି କବିରାଜ ବିଶ୍ୱାଳ ପ୍ରମୁଖ ବରିଷ୍ଠ ବିଜେଡି ନେତୃବୃନ୍ଦ ଙ୍କୁ କୃତଜ୍ଞତା ଜଣାଇଥିଲେ।

Leave A Reply