ଆଜି ହେଉଛି ପବିତ୍ର ଦେବ ଉତ୍ଥାନ ଏକାଦଶୀ ଓ ୧୪୮ ଦିନ ପରେ ଘଟୁଛି ବିଶେଷ ସଂଯୋଗ , ବିଷ୍ଣୁଙ୍କ କୃପା ପାଇବା ପାଇଁ କରନ୍ତୁ ଏହି ଉପାୟ
ଦେବ ଉତ୍ଥାନ ଏକାଦଶୀ ନଭେମ୍ବର ୨୩ ତାରିଖ ଗୁରୁବାର ଦିନ ଅଟେ l ଏହିଦିନ ଭଗବାନ ବିଷ୍ଣୁ ଙ୍କୁ ଉପାସନା କରାଯାଇ ଥାଏ l ଦେବ ଉତ୍ଥାନ ଏକାଦଶୀ କୁ ଦେବ ପ୍ରବୋଧନୀ ଏକାଦଶୀ ମଧ୍ୟ କୁହାଯାଇ ଥାଏ l ଦେବ ଉତ୍ଥାନ ଏକାଦଶୀ ଠାରୁ ସମସ୍ତ ଶୁଭ କାର୍ଯ୍ୟ ଓ ମଙ୍ଗଳିକ କରାଯାଇ ଥାଏ l
ପ୍ରତି ବର୍ଷ କାର୍ତିକ ମାସ ଶୁକ୍ଲପକ୍ଷ ରେ ଯେଉଁ ଏକାଦଶୀ ପଡିଥାଏ ତାହାକୁ ଦେବ ଉତଥାନ ଏକାଦଶୀ କୁହାଯାଇ ଥାଏ l ଚଳିତ ଥର ଦେବ ଉତ୍ଥାନ ଏକାଦଶୀ ରେ ବିଶେଷ ସଂଯୋଗ ଘଟୁଛି l ବିଶେଷ ଭାବେ ଏହିଦିନ ସର୍ବାର୍ଥ ସିଦ୍ଧି ଯୋଗ , ରବି ଯୋଗ ଓ ମହାଲକ୍ଷ୍ମୀ ଯୋଗ ଘଟୁଛି l ଏହିଦିନ ଭଗବାନ ବିଷ୍ଣୁ ୧୪୮ ଦିନ ପରେ ଯୋଗ ନିଦ୍ରାରୁ ଉଠୁଛନ୍ତି l ଏହିଦିନ କିଛିଟା ଉପାୟ କରିବା ଦ୍ୱାରା ଜୀବନରେ ସୁଖଶାନ୍ତି ର ଆଗମନ ହୋଇଥାଏ l
* ଶୁଭ ମୁହୂର୍ତ –
ଦେବ ଉତ୍ଥାନ ଏକାଦଶୀ ର ଶୁଭ ମୁହୂର୍ତ୍ତ ନଭେମ୍ୱର ୨୨ ତାରିଖ ରାତି ୧୧ ଟା ବାଜି ୩ମିନିଟ ରେ ଆରମ୍ଭ ହେଉଛି, ଏବଂ ପରଦିନ ଏକ ନଭେମ୍ବର ୨୩ ତାରିଖ ସକାଳ ୯ ଟା ବାଜି ୧ମିନିଟ ରେ ସମାପ୍ତ ହେବ l
* ଏହିଦିନ ଭଗବାନ ବିଷ୍ଣୁ ଓ ମାତା ଲକ୍ଷ୍ମୀଙ୍କ କୃପା ଲାଭ କରିବା ପାଇଁ ନିଜ ଗାଧୁଆ ପାଣିରେ ସାମାନ୍ୟ ହଳଦୀ ମିଶାଇ ଦିଅନ୍ତୁ l ଏହାପରେ ସ୍ନାନ କରନ୍ତୁ l ଏହିଦିନ ହଳଦିଆ ବସ୍ତ୍ର ପିନ୍ଧି ଭଗବାନ ବିଷ୍ଣୁ ଙ୍କୁ ପୂଜାର୍ଚନା କରିବା ଜରୁରୀ l
* ଦେବ ଉତ୍ଥାନ ଏକାଦଶୀ ରେ ବିଶେଷ ସଂଯୋଗ ଘଟୁଥିବା କାରଣରୁ ପ୍ରଥମେ ଭଗବାନ ବିଷ୍ଣୁ ଙ୍କୁ ଗାଈ ଦୁଗ୍ଧ ଓ ପରେ ଶଙ୍ଖରେ ଗଙ୍ଗାଜଳ ଭରି ତାଙ୍କ ଚରଣ ରେ ଅର୍ପଣ କରନ୍ତୁ l ଏହିଦିନ ଏପରି କରିବା ଦ୍ୱାରା ଦରିଦ୍ରତା ର ନାଶ ହୋଇଥାଏ l
* ଯେଉଁ ମାନଙ୍କର ବିବାହ କାର୍ଯ୍ୟରେ ବିଳମ୍ବ ହେଉଛି ସେମାନେ ଆଜିର ଦିନରେ ଭଗବାନ ବିଷ୍ଣୁ ଙ୍କୁ ପୂଜା କରିବା ସମୟରେ କେଶର , ଚନ୍ଦନ କିମ୍ବା ହଳଦୀ ରେ ତିଳକ ଲଗାନ୍ତୁ , ଏବଂ ଭଗବାନ ବିଷ୍ଣୁ ଙ୍କୁ ହଳଦିଆ ପୁଷ୍ପ ଅର୍ପଣ କରନ୍ତୁ l ଏହାଦ୍ୱାରା ବିବାହ ଯୋଗ ଖୋଲି ଯାଇଥାଏ l
* ଦେବ ଉତ୍ଥାନ ଏକାଦଶୀ ଦିନ ନିଜ ଜୀବନର ସମସ୍ତ ବାଧାବିଘ୍ନ କୁ ଦୂର କରିବା ପାଇଁ ବିଷ୍ଣୁ ଙ୍କ ନିକଟରେ ‘ଓଂ ନମୋ ଭଗବତେ ବାସୁଦେବାୟ ନମଃ’ ମନ୍ତ୍ର ଜପ କରନ୍ତୁ l ଏହାଦ୍ୱାରା ସମସ୍ତ ବାଧାବିଘ୍ନ ଦୂର ହେବ l
* ଓସ୍ତ ବୃକ୍ଷରେ ଭଗବାନ ବିଷ୍ଣୁଙ୍କ ବାସ ହୋଇଥାଏ l ତେଣୁ ଦେବ ଉତ୍ଥାନ ଏକାଦଶୀ ତିଥିରେ ଓସ୍ତ ବୃକ୍ଷରେ ଜଳ ନିହାତି ଅର୍ପଣ କରନ୍ତୁ l ଏହାଦ୍ୱାରା ସମସ୍ତ ମନସ୍କାମନା ପୁର୍ଣ ହୋଇଥାଏ l
* ଆଜିର ଦିନରେ ବିଷ୍ଣୁ ଙ୍କୁ ତୁଳସି ରେ ମାଳ ଅର୍ପଣ କରିବା ଦ୍ୱାରା ସମସ୍ତ ବାଧାବିଘ୍ନ ଦୂର ହୋଇ ସୁଖଶାନ୍ତି ର ଆଗମନ ହୋଇଥାଏ l ଏହାଛଡା ପାରିବାରିକ କଳହ ଦୂର ହୋଇଥାଏ ଏବଂ ସନ୍ତାନ ମାନଙ୍କ ଜୀବନ ସୁଖମୟ ହୋଇଥାଏ l